Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାତ୍ୟା ପୁନଃଥଇଥାନ ସମ୍ପର୍କରେ ରାଜ୍ୟ ସରକାରଙ୍କ ଟିଖିନିଖି ବିବରଣୀ: ଜାଣନ୍ତୁ କଣ କଣ କରିଛନ୍ତି ସରକାର

13/05/2019 at 1:23 PM

କେନ୍ଦ୍ରୀୟ ଟିମ ବାତ୍ୟାର କ୍ଷୟକ୍ଷତି ଆକଳନ କରିବାପୂର୍ବରୁ ରାଜ୍ୟସରକାର ପ୍ରାଥମିକ ସ୍ଥରରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଏକ ଆକଳନ କରିଛନ୍ତି । କେବଳ ସେତିକି ନୁହେଁ ବାତ୍ୟା ପୁନଃଥାଇଥାନ ସମ୍ପର୍କରେରେ ମଧ୍ୟ ତଥ୍ୟ ରଖିଛନ୍ତି । ବିଶେଷକରି ବିଜୁଳି , ପାନୀୟ ଦଳଯୋଗାଣ , ଗମନାଗମନ ଏବଂ ସ୍ବାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ହୋଇଥିବା କାର୍ଯ୍ୟ ସମ୍ପର୍କରେ ଏଥିରେ କୁହାଯାଇଛି ।

ଗ୍ରାମୀଣ ପାନୀୟ ଜଳଯୋଗାଣ
ବାତ୍ୟା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ସମୁଦାୟ ୨୩୬୪ଟି ଗ୍ରାମୀଣ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୧୧୪ଟିକୁ ସଂପୂର୍ଣ କାର୍ଯ୍ୟକ୍ଷମ କରାଯାଇପାରିଛି । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶତପ୍ରତିଶତ ପାନୀୟ ଜଳଯୋଗାଣ ସ୍ୱାଭାବିକ ହୋଇଛି । ଯାଜପୁର, ଜଗତସିଂହପୁର ଜିଲ୍ଲାରେ ୯୮ ପ୍ରତିଶତ ଜଳଯୋଗାଣ ସ୍ୱାଭାବିକ ହୋଇଛି । ଅତ୍ୟଧିକ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାର ଜଳଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଅଗ୍ରାଧିକାର ଦିଆଯାଇଛି । ଖୋର୍ଦ୍ଧାରେ ୭୯.୫୮% ଗ୍ରାମୀଣ ପାଇପ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଥିବାବେଳେ ପୁରୀରେ ୨୪୩ଟି ପାଇପ ଜଳଯୋଗାଣ କାର୍ଯ୍ୟକାରୀ ହୋଇଛି ।

 ପୁରୀର ଗ୍ରାମାଞ୍ଚଳରେ ୮୦ ପ୍ରତିଶତରୁ ଊଦ୍ଧ୍ୱର୍ ପାଇପ ଜଳଯୋଗାଣ କାର୍ଯ୍ୟକ୍ଷମ ହୋଇଛି । ପୁରୀ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ କେବଳ ଏହି ଜିଲ୍ଲାରେ ପାନୀୟ ଜଳଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ୧୧ଟି ସ୍ୱତନ୍ତ୍ର ଦଳଙ୍କୁ ନିୟୋଜିତ କରାଯାଇଛି । ଆଜି ସୁଦ୍ଧା ଖୋର୍ଦ୍ଧାରେ ୩୩୯ଟି ପାଇପ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ୭ଟି ଯାକ ପ୍ରଭାବିତ ଜିଲ୍ଲାର ସବୁ ପଞ୍ଚାୟତକୁ ୧୨୬୬ଟି ପିଭିସି ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକଳ୍ପଗୁଡ଼ିକର
ମରାମତି କରାଯାଇ ଆଗାମୀ ୧୩ ତାରିଖ ସୁଦ୍ଧା ସମସ୍ତ ଅଞ୍ଚଳକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଇଦେବା ପାଇଁ ଉଦ୍ୟମ ଜାରି ରହିଛି । 

ସହରାଞ୍ଚଳ ପାନୀୟ ଜଳଯୋଗାଣ
କଟକ, ଖୋର୍ଦ୍ଧା, ଜଟଣୀ, ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ ନିମାପଡ଼ା ପୌରାଞ୍ଚଳରେ ଶତପ୍ରତିଶତ ଜଳଯୋଗାଣ ହୋଇପାରିଛି ।ବିଦ୍ୟୁତ ସଂଯୋଗୀକରଣ ରାଜ୍ୟ ସରକାର ସମସ୍ତ ବିଦୁ୍ୟତ ଉପଭୋକ୍ତାମାନଙ୍କ ପାଇଁ ବିଦୁ୍ୟତ ସଂଯୋଗ ସ୍ୱାଭାବିକ କରିବା ନିମନ୍ତେ ସବୁପ୍ରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି । କଟକ ସହରରେ ସିଡିଡି-୧, ସିଡିଡି-୨ ଏବଂ ସିଇଡି ଆଦି ୩ଟି ବିଦୁ୍ୟତ ଡିଭିଜନ ଅଧୀନରେ ବିଦୁ୍ୟତ ପୁନଃସଂଯୋଗ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । କଟକ ଜିଲ୍ଲାର ସହରାଞ୍ଚଳରେ କାର୍ଯ୍ୟ କରୁଥିବା ସିଡିଡି-୧ ଡିଭିଜନରେ ସମସ୍ତ ୧୧ କେଭି ଫିଡର କାର୍ଯ୍ୟକ୍ଷମ ହୋଇଛି । ଏହି ଡିଭିଜନ ଅନ୍ତର୍ଭୁକ୍ତ ୭୨ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୭୦ ହଜାର ଉପଭୋକ୍ତାଙ୍କ ପାଇଁ ବିଦୁ୍ୟତ ସଂଯୋଗ ସ୍ୱାଭାବିକ କରାଯାଇଛି । ପ୍ରତି ଘରେ ଘରେ ବୁଲି ବିଦୁ୍ୟତ ସେବାଜନିତ ଅସୁବିଧା ଦୂର କରିବା ପାଇଁ ଲାଇନ୍‌ମେନ୍‌, ଆଇଟିଆଇ ଓ ପଲିଟେକ୍‌ନିକ୍‌ର ଦକ୍ଷ ପ୍ରଶିକ୍ଷାର୍ଥୀଙ୍କ୍‌ୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି । 

ସିଡିଡି-୨ରେ ସବୁ ଗ୍ରାମୀଣ ଫିଡରକୁ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଡିଭିଜନ୍‌ର ୪୪ଟି ଫିଡର ମଧ୍ୟରୁ ୨୩ଟି ଫିଡର କାର୍ଯ୍ୟକ୍ଷମ ହୋଇଛି । ଏହା ଦ୍ୱାରା ୭୦ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ଆଉ ୨ ହଜାର ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ ଦିଆଯିବା ଫଳରେ ମୋଟ ୪୫ ହଜାର ଉପଭୋକ୍ତାଙ୍କ ପାଇଁ ବିଦୁ୍ୟତ ଯୋଗାଣ ସ୍ୱାଭାବିକ ହୋଇପାରିଛି । ଅବଶିଷ୍ଟ ଉପଭୋକ୍ତାଙ୍କୁ ଦୁଇଦିନ ମଧ୍ୟରେ ବିଦୁ୍ୟତ ଯୋଗାଣ ସ୍ୱାଭାବିକ କରାଯିବ । କଟକ ସିଇଡିରେ ୨ଟି ୩୩ କେଭି ଫିଡର କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ହୋଇଥିବା ୩୮ଟି ୧୧ କେଭି ଫିଡରରୁ ୧୬ଟି କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ଉପଭୋକ୍ତାଙ୍କୁ ଖୁବ୍‌ଶୀଘ୍ର ବିଦୁ୍ୟତ ସଂଯୋଗ ଦିଆଯିବା ନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଏହି ଡିଭିଜନ ଅନ୍ତର୍ଭୁକ୍ତ ୯୫ ହଜାର ଗ୍ରାମାଞ୍ଚଳର ଉପଭୋକ୍ତାଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ଆଉ ୨ ହଜାର ଉପଭୋକ୍ତାଙ୍କୁ ବିଦୁ୍ୟତ ଯୋଗାଣ କରାଯାଇ ମୋଟ ୪୬ ହଜାର ଉପଭୋକ୍ତାଙ୍କ ପାଇଁ ବିଦୁ୍ୟତ ଯୋଗାଣ ପୁନଃକ୍ଷମ କରାଯାଇପାରିଛି । 

ଭୁବନେଶ୍ୱର ସହରାଞ୍ଚଳର ବିଦୁ୍ୟତ ପୁନଃସଂଯୋଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଏବଂ ପ୍ରତିଦିନ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ କାର୍ଯ୍ୟ ସଂପୂର୍ଣ କରାଯାଉଛି । ଭୁବନେଶ୍ୱର ଅଧୀନରେ ତିନୋଟି ଡିଭିଜନ୍‌ ବିସିଡିଡି-୧, ବିସିଡିଡି-୨ ଏବଂ ବିଇଡି କାର୍ଯ୍ୟ କରୁଛି । ବିସିଡିଡି-୧ ଅନ୍ତର୍ଗତ ୪୪ଟି ଫିଡରରୁ ସମସ୍ତ ଫିଡର ୯ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରାଯାଇଛି । ଏହି ଡିଭିଜନ ଅନ୍ତର୍ଗତ ୫୮ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୫୧ ହଜାର ଉପଭୋକ୍ତାଙ୍କୁ ଗତକାଲି ସୁଦ୍ଧା ବିଦୁ୍ୟତ ଯୋଗାଇ ଦିଆଯାଇଥିବାବେଳେ ଆଜି ସୁଦ୍ଧା ଆଉ ୪ ହଜାର ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ କରାଯିବା ଫଳରେ ମୋଟ ୫୫ ହଜାର ଉପଭୋକ୍ତା ଉପକୃତ ହୋଇଛନ୍ତି ।

ଅବଶିଷ୍ଟ ଉପଭୋକ୍ତାଙ୍କୁ ଖୁବ୍‌ ଶୀଘ୍ର ବିଦୁ୍ୟତ ସଂଯୋଗ ଦିଆଯିବ । ବିସିଡିଡି-୨ ଅନ୍ତର୍ଗତ ୬୬ ଫିଡରରୁ ଆଜି ସୁଦ୍ଧା ୬୬ଟି ଫିଡ଼ର କାର୍ଯ୍ୟକ୍ଷମ ହୋଇଛି । ଏହି ଡିଭିଜନ ଅନ୍ତର୍ଭୁକ୍ତ ୯୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୯୫ ହଜାର ଉପଭୋକ୍ତାଙ୍କୁ ବିଦୁ୍ୟତ ସେବା ଯୋଗାଇ ଦିଆଯାଇଛି । ଆଜି ରାତି ସୁଦ୍ଧା ଅବଶିଷ୍ଟ ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ ଯୋଗାଇ ଦିଆଯିବ ।ବିସିଡିଡି-୨ର ଗ୍ରାମୀଣ ଫିଡର ପୁନଃସଂସ୍ଥାପନ ପାଇ କାର୍ଯ୍ୟ ଚାଲିଛି । ଏଡି ଡିଭିଜନରେ ଥିବା ୧୬ଟି ଗ୍ରାମୀଣ ଫିଡରରୁ ୬ଟି କାର୍ଯ୍ୟକ୍ଷମ ହୋଇଛି ଓ ଆଜି ଆଉ ୪ଟି କାର୍ଯ୍ୟକ୍ଷମ ହେବ । ଆଗାମୀ ୧୫ ତାରିଖ ସୁଦ୍ଧା ସମସ୍ତ ଫିଡର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଇଡି ଅଧୀନସ୍ଥ ସମସ୍ତ ୨୮ଟି ୧୧ କେଭି ଫିଡରକୁ କାର୍ଯ୍ୟକ୍ଷମ କରାଯାଇଛି । ବିଇଡି ଅଞ୍ଚଳରେ ଥିବା ୮୭ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୮୨ ହଜାର ଉପଭୋକ୍ତାଙ୍କୁ ବିଦୁ୍ୟତ ସଂଯୋଗ ଦିଆଯାଇଛି । ଅବଶିଷ୍ଟ ଉପଭୋକ୍ତାଙ୍କୁ ଆଜି ରାତି ସୁଦ୍ଧା ବିଦୁ୍ୟତ ସେବା ଯୋଗାଇ ଦିଆଯିବ ।


ଭୁବନେଶ୍ୱର ମହାନଗର ନିଗମରେ ୭୫ ଜଣ ବିଦୁ୍ୟତ କର୍ମଚାରୀଙ୍କୁ ଏଲ୍‌ଟି କନେକ୍‌ସନ୍‌, ସର୍ଭିସ୍‌ କନେକ୍‌ସନ୍‌ ଏବଂ ଫୁ୍ୟଜ କଲ୍‌ ଅଭିଯୋଗ ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ଏହି କର୍ମଚାରୀମାନେ ଘରକୁ ଘର ବୁଲି ଘରୋଇ ବିଦୁ୍ୟତ ସଂଯୋଗଗୁଡ଼ିକୁ ସ୍ୱାଭାବିକ କରୁଛନ୍ତି । ୨୬୦ ଜଣ ଆଇଟିଆଇ, ପଲିଟେକ୍‌ନିକ୍‌ର ଇଲେକ୍‌ଟି୍ରକାଲ ଏବଂ ପ୍ଲମ୍ବର ପ୍ରଶିକ୍ଷାର୍ଥୀଙ୍କୁ ୨-୩ ଜଣିଆ ଟିମ୍‌ ଗଠନ କରି ଘରକୁ ଘର ବୁଲି ବିଦୁ୍ୟତ ଏବଂ ପାନୀୟ ଜଳଯୋଗାଣ ସେବାଜନିତ ସମସ୍ୟାକୁ ସୁଧାରିବା ପାଇଁ ନିୟୋଜିତ କରାଯାଇଛି ।

ଆଜି ସୁଦ୍ଧା ଭୁବନେଶ୍ୱର ସହରାଞ୍ଚଳରେ ଶତପ୍ରତିଶତ ଉପଭୋକ୍ତାଙ୍କୁ ବିଦୁ୍ୟତ ସେବା ଯୋଗାଇ ଦିଆଯିବାକୁ ଉଦ୍ୟମ ଅବ୍ୟାହତ ରହିଛି । ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ଆଇଟିଆଇ-ପଲିଟେକ୍‌ନିକ୍‌ ପ୍ରଶିକ୍ଷାର୍ଥୀ କଟକ ସହରରେ ଘରଘର ବୁଲି ଉପଭୋକ୍ତାମାନଙ୍କୁ ବିଦୁ୍ୟତ ସେବା ଉପଲବ୍ଧିରେ ସହଯୋଗ କରିବେ । ପ୍ରଭାବିତ ଅଞ୍ଚଳରେ ଉପଭୋକ୍ତାଙ୍କ ଅଭିଯୋଗ ଉପରେ ତୁରନ୍ତ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେସୁ କର୍ତ୍ତୃପକ୍ଷଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି ।ଟେଲି ଯୋଗାଯୋଗ ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ନିରନ୍ତର ଉଦ୍ୟମ କ୍ରମେ ଟେଲିଯୋଗାଯୋଗ ଓ ମୋବାଇଲ୍‌ ସେବାରେ ପ୍ରତିଦିନ ଉନ୍ନତି ଘଟୁଛି । ଖୋର୍ଦ୍ଧା ଜିଲ ୍ଲାରେ ୧୫ ପ୍ରତ ଶି ତ ବୃଦ୍ଧି ଘଟି ୫୭ ପ୍ରତିଶତ ମୋବାଇଲ ୍‌ ଟାୱାର କାର୍ଯ୍ୟକ୍ଷମ ହୋଇଥିବାବେଳେ ପୁରୀ ଜିଲ୍ଲାରେ ଏହା ୧୭% ବୃଦ୍ଧି ପାଇ ୩୪ ପ୍ରତିଶତ ଓ କଟକ ଜିଲ୍ଲାରେ ୭% ବୃଦ୍ଧି ପାଇ ୭୦ ପ୍ରତିଶତ ମୋବାଇଲ୍‌ ଟାୱାର କାର୍ଯ୍ୟକ୍ଷମ ହୋଇଛି । ସେହପରି ଭୁବନେଶ୍ୱର ସହରରେ ଏହା ୧୧% ବୃଦ୍ଧି ପାଇ
୫୬%, ପୁରୀ ସହରରେ ୨%ରୁ ବୃଦ୍ଧି ପାଇ ୧୮% ଓ କଟକ ସହରରେ ୧୧% ବୃଦ୍ଧି ପାଇ ୭୩% ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇଛି ।

ଫଳରେ ମୋବାଇଲ୍‌ ସେବା ପ୍ରଦାନରେ ଯଥେଷ୍ଟ ଅଗ୍ରଗତି ପରିଲକ୍ଷିତ ହୋଇଛି ।ମେନ୍‌ ଗ୍ରୀଡ଼ ଫିଡ଼ର ଦ୍ୱାରା ପରିଚାଳିତ ନହରକଣ୍ଟାସ୍ଥିତ ଭୋଡ଼ାଫୋନର ମାଷ୍ଟର ସୁଇଚିଂକୁ ବାଦଦେଇ ଅନ୍ୟ ସମସ୍ତ ମାଷ୍ଟର ସୁଇଚିଂ ସେଣ୍ଟରକୁ ବିଦୁ୍ୟତ ସଂଯୋଗ ସହ କାର୍ଯ୍ୟକ୍ଷମ କରାଯାଇଛି । ପୁରୀ ବଡ଼ଦାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ୱର୍ଗଦ୍ୱାରରେ ଗୋଟିଏ ଲେଖାଏଁ ଏୟାରଟେଲ୍‌ ଭ୍ରାମ୍ୟମାଣ ମୋବାଇଲ ଟାୱାର ସେଲ୍‌ ଅନ୍‌ ହୁଇଲ୍‌(କାଓ) କାର୍ଯ୍ୟ କରୁଛି । ସେହିପରି ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ଗୋଟିଏ ଜିଓ କାଓ କାର୍ଯ୍ୟ କରିବା ସହ ୪-ଜି ସେବା ଯୋଗାଉଛି ।

ଉପଭୋକ୍ତାମାନେ ନିଜ ମୋବାଇଲରୁ ଇଣ୍ଟ୍ରା ସର୍କଲ ରୋମିଂ ମାଧ୍ୟମରେ ଯେକୈଣସି ମୋବାଇଲ ପ୍ରୋଭାଇଡରର ସେବା ନେଇପାରିବେ ।ବାତ୍ୟା ଯୋଗୁଁ ୩ ତାରିଖଠାରୁ ଭୁବନେଶ୍ୱର ଓ ପୁରୀରେ ଇଣ୍ଟରନେଟ୍‌ ସେବା ପ୍ରାୟତଃ ବନ୍ଦ ହୋଇଯାଇଥିବାବେଳେ ଏବେ ଭୁବନେଶ୍ୱର ଏବଂ ପୁରୀର କେତେକ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ୫୦ ପ୍ରତିଶତ ପୁନଃକ୍ଷମ ହୋଇପାରିଛି । ଟାୱାରଗୁଡ଼ିକର ମରାମତି ଦ୍ୱାରା ୪-ଜି, ୩-ଜି ଯୋଗାଯୋଗରେ ଉନ୍ନତି ଆସିବା ଫଳରେ ଇଣ୍ଟରନେଟ୍‌ ସେବା ଯଥେଷ୍ଟ ଫଳପ୍ରଦ ହୋଇପାରୁଛି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟେକ ଦିନ ଟେଲି ଯୋଗାଯୋଗ ସେବା ଉପରେ ସମୀକ୍ଷା କରାଯାଉଛି ଏବଂ ମୋବାଇଲ ତଥା ଇଣ୍ଟରନେଟ ସେବାକୁ ଯଥାସମ୍ଭବ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।


ସ୍ୱାସ୍ଥ୍ୟସେବା ବାତ୍ୟା ପ୍ରଭାବିତ ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ବିଜୁଳି ଯୋଗାଣ ଓ ଜଳଯୋଗାଣ ବ୍ୟବସ୍ଥିତ କରାଯାଇଥିବାବେଳେ ପୁରୀ ଜିଲ୍ଲାର ୬ଟି ବ୍ଲକ୍‌ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଆରୋପ କରାଯାଇଛି । ପୁରୀ ଜିଲ୍ଲାର ସମସ୍ତ କିଶୋରୀ ତଥା ମହିଳାମାନଙ୍କୁ ମାଗଣାରେ ସାନିଟାରୀ ନାପ୍‌କିନ୍‌ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ବିଭିନ୍ନ ବାତ୍ୟା ପ୍ରଭାବିତ ଜିଲ୍ଲାକୁ ୭୬ ଜଣ ଡାକ୍ତର ଓ ୩୧୦ ଜଣ ପାରାମେଡିକ୍‌ଙ୍କୁ ପଠାଯାଇଥିବାବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ୧୮୯ଟି ଅତ୍ୟନ୍ତ ପ୍ରଭାବିତ ପଞ୍ଚାୟତରେ ସ୍ୱାସ୍ଥ୍ୟସେବା ପାଇଁ ୨୦ ଜଣ ଡାକ୍ତର ଓ ୨୦୦ ଜଣ ପାରାମେଡିକ୍‌ଙ୍କୁ ନିୟୋଜିତ କରାଯାଇଛି । ଆଜି ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଗାଁ କଲ୍ୟାଣ ସମିତିଗୁଡ଼ିକ ଦ୍ୱାରା ୧୧,୧୧୨ଟି ସଫେଇ କାର୍ଯ୍ୟ ଓ ୫୯୩୨୫ଟି ଖୋଲା ଜଳଉତ୍ସକୁ ବିଶୋଧନ କରାଯାଇଛି ।ସ୍ୱାସ୍ଥ୍ୟ ରକ୍ଷା ଓ ପରିଚ୍ଛନ୍ନତା ଉପରେ ସଚେତନତାକୁ ବ୍ୟାପକ କରାଯାଇଛି । ୧୩ ତାରିଖ ଦିନ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସରଜମିନ୍‌ ଅନୁଧ୍ୟାନ ପାଇଁ ଗସ୍ତ କରୁଛନ୍ତି । 

ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଉନ୍ନୟନ ବିଭାଗର କ୍ଷୟକ୍ଷତି
ବାତ୍ୟାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଘଟିଛି । ବାତ୍ୟାରେ ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, କେଉଁଝର, ମୟୂରଭଞ୍ଜ ଜିଲ୍ଲାର ୧୩୮ଟି ଆବାସିକ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ବିଦ୍ୟାଳୟର କୋଠା, ଛାତ୍ରାବାସ, ପାଚେରୀ, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଶୌଚାଳୟ, ଷ୍ଟାଫ୍‌ କ୍ୱାଟର୍ସ, ଶ୍ରେଣୀ ଗୃହ, ରୋଷେଇଶାଳା, ବିଦୁ୍ୟତ େୱୟାରିଂ, ଟ୍ରାନ୍ସଫରମର୍‌ ଆଦି ନଷ୍ଟ ହୋଇଛି । ଏହି କ୍ଷୟକ୍ଷତିର ପରିମାଣ ପ୍ରାଥମିକ ଆକଳନ ଅନୁସାରେ ୫୯୨.୨୪ ଲକ୍ଷ ହେବ ବୋଲି କୁହାଯାଇଛି । କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଆନୁଷଙ୍ଗିକ ଭିତ୍ତିଭୂମିର ପୁନଃନିର୍ମାଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସେହିପରି ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ଅନୁସୂଚିତ ଜାତି ସଂଗ୍ରହାଳୟ ଏବଂ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନର ମଧ୍ୟ କ୍ଷୟକ୍ଷତି ଘଟିଛି ଏବଂ ଏହାର ପରିମାଣ ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧.୯୦ କୋଟି ଟଙ୍କା ହେବ ।ସମସ୍ତ ପ୍ରତିକୂଳତାକୁ ସମ୍‌ନା କରି ଭୁବନେଶ୍ୱରସ୍ଥ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ନିମନ୍ତେ ୧୨ ତାରିଖଠାରୁ ଖୋଲାଯାଇଛି । ଏହା ରାଜ୍ୟ, ଦେଶ ତଥା ବିଦେଶର ପର୍ଯ୍ୟଟକମାନଙ୍କ ନିମନ୍ତେ ଏକ ଅନନ୍ୟ ସଂଗ୍ରାହଳୟ ଭାବରେ ପରିଚିତ । ‘ଫନୀ’ ଏହି ଆକର୍ଷଣୀୟ ଜନଜାତି ସଂଗ୍ରହାଳୟକୁ ବିଶେଷ ଭାବରେ କ୍ଷତିଗ୍ରସ୍ତ କରିଥିଲା । ସବୁଜିମା, କ୍ୟାମ୍ପସ୍‌ର ସୌନ୍ଦର୍ଯ୍ୟକରଣ ଏବଂ ସଂଗ୍ରହାଳୟ ପ୍ରକୋଷ୍ଠଗୁଡ଼ିକ ବିପୁଳ କ୍ଷତି ସହିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ କାର୍ଯ୍ୟ କରାଯାଇ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ନିମନ୍ତେ ଉନ୍ମୁକ୍ତ କରାଯାଇଛି । 

ରିଲିଫ୍‌ ସହାୟତା
ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ରିଲିଫ୍‌ ସହାୟତା କାର୍ଯ୍ୟକ୍ରମକୁ ସଶକ୍ତ କରାଯାଇଛି । ନଗଦ ଅର୍ଥ ଆକାରରେ ପୁରୀ ଜିଲ୍ଲାରେ ୨୩.୪%, ଖୋର୍ଦ୍ଧା ଜିଲ୍ଲାରେ ୭୩.୪%, ଜଗତସିଂହପୁର ଜିଲ୍ଲାରେ ୭୫.୨%, କେନ୍ଦ୍ରାପଡ଼ା ଜିଲ୍ଲାରେ ୮୭.୪%, କଟକ ଜିଲ୍ଲାରେ ୭୩.୨%, ଭୁବନେଶ୍ୱର ମହାନଗର ନଗମ ଅଞ୍ଚଳରେ ୭୭.୬% ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ରିଲିଫ୍‌ ଆକାରରେ ପୁରୀ ଜିଲ୍ଲାରେ ଚାଉଳ ବଣ୍ଟନ କରାଯାଇଛି । ପୁରୀ ଜିଲ୍ଲାରେ ୬୦%, ଜଗତସିଂହପୁରରେ ୮୫.୦୫%, କେନ୍ଦ୍ରାପଡ଼ା ଜିଲ୍ଲାରେ ୭୨.୦୯%, କଟକ ଜିଲ୍ଲାରେ ୬୭.୦୨%, ବିଏମ୍‌ସି ଅଞ୍ଚଳରେ ୧୭.୫%, ଖୋର୍ଦ୍ଧା ଜିଲ୍ଲାରେ ୫୩.୩% ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଛି । ପୁରୀ ଜିଲ୍ଲାରେ ୬୪%, ବିଏମ୍‌ସିରେ ୭୭%, ଖୋର୍ଦ୍ଧା ଜିଲ୍ଲାରେ ୧୬% ବାତ୍ୟା ପ୍ରଭାବିତ ଲୋକଙ୍କୁ ପଲିଥିନ୍‌ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ମାସିକ ପେନ୍‌ସନ୍‌ ଘୋଷଣା କରାଯାଇ ବଣ୍ଟନ କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ୯୩.୮%, କେନ୍ଦ୍ରାପଡ଼ାରେ ୯୫.୬%, କଟକ ଜିଲ୍ଲାରେ ୮୩.୨% ଓ ବିଏମ୍‌ସିରେ ୫.୫୮% ପେନ୍‌ସନ୍‌ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ରିଲିଫ୍‌ ସହାୟତା କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବାକୁ ପ୍ରଶାସନିକ ତତ୍ପରତା ଜାରି ରହିଛି । 

କ୍ଷତିଗ୍ରସ୍ତ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୬୦୦ କୋଟିର ପ୍ୟାକେଜ ଘୋଷଣା
ଫନୀ ବାତ୍ୟାରେ ଚାଷବାସର କ୍ଷୟକ୍ଷତି ନେଇ ପ୍ରାଥମିକ ଆକଳନ ପରେ ଚାଷୀଙ୍କ କ୍ଷତିଭରଣା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୬୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ରିଲିଫ୍‌ କୋଡ ଅନୁଯାୟୀ ପାରମ୍ପରିକ କୃଷିର କ୍ଷତିଭରଣା ସହିତ ଧାନ, ପନିପରିବା, ଫଳଚାଷ, ପଶୁପାଳନ ଓ ମତ୍ସ୍ୟଚାଷୀଙ୍କୁ ପୁଣିଥରେ ଜୀବିକା ନିର୍ବାହ ପାଇଁ ଆର୍ଥିକ ସହାୟତା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟାରେ କ୍ଷତି ସହିଥିବା ପାନ, କଦଳୀ, ଛତୁଚାଷୀଙ୍କ ସହିତ ଗାଈମଇଁଷି ମୃତୁ୍ୟ ପାଇଁ ପ୍ରଥମ କରି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଏହି ଦୁର୍ବିପାକରେ କ୍ଷତି ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଅତିରିକ୍ତ ସିଡ୍‌ ମନି ପ୍ରଦାନ କରାଯିବ । ପ୍ରଭାବିତ ଅଞ୍ଚଳରେ ହାଇସ୍କୁଲ ପର୍ଯ୍ୟନ୍ତ ସ୍କୁଲ ଓ ପରୀକ୍ଷା ଫି ଛାଡ଼ କରିବାକୁ ଘୋଷଣା କରିଛନ୍ତି । ଚାଷୀଙ୍କ ଜଳକର ଓ ଜମି ଖଜଣା ଛାଡ଼ କରାଯାଇଛି । 

ଫନୀରେ ଯେଉଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି ସେମାନଙ୍କୁ ଇନ୍‌ପୁଟ ସବ୍‌ସିଡି ବାବଦରେ ଜଳସେଚିତ ଜମି ପାଇଁ ହେକଫର ପିଛା ୧୩ ହଜାର ୫୦୦ ଟଙ୍କା ଓ ଅଣଜଳସେଚିତ ଜମି ପାଇଁ ହେକଫର ପିଛା ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ ।

ନଡ଼ିଆ, ଆମ୍ବ, କାଜୁ ଭଳି ପାରମ୍ପରିକ କୃଷି ପାଇଁ ହେକଫର ପିଛା ୧୮ ହ ଜାର ଟଙ୍କ । ମିଳିବ । କୌଣସିବି ପରିସ୍ଥିତିରେ ଜଣେ ଚାଷୀକୁ କୃଷି ଇନ୍‌ପୁଟ ସବ୍‌ସିଡି ବାବଦରେ ଅନୁ୍ୟନ ୧ ହଜାର ଟଙ୍କା ଓ ପାରମ୍ପରିକ କୃଷି ପାଇଁ ୨ ହଜାର ଟଙ୍କାରୁ କମ ସହାୟତା ଦିଆଯିବ ନାହିଁ ।ଫନୀ ପ୍ରଭାବିତ ଜିଲ୍ଲାରେ ୨୦୧୯-୨୦ ବର୍ଷ ପାଇଁ ୧ ଲକ୍ଷ ପନିପରିବା ମିନିକିଟ୍‌ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।ପ୍ରଥମ କରି ଅର୍ଥକାରୀ ଫସଲ ପାନବରଜ କ୍ଷତି ପାଇଁ ୫ ହଜାର ପାନଚାଷୀ କିମ୍ବା ପାନବରଜ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ବାବଦରେ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ । ସେହିପରି ୧ ହଜାର ଛତୁଚାଷ ୟୁନିଟ୍‌ ପାଇଁ ନଡ଼ାକାମ ଓ ଜାଲ କିଣିବା ପାଇଁ ୟୁନିଟ ପିଛା ୪୦ ହଜାର ଟଙ୍କା ପ୍ରଦାନ କରାଯିବ ।

୧୬୫୦ ହେକଫର ପରିମିତ ଅଞ୍ଚଳର କଦଳୀ ଚାଷ ପାଇଁ ହେକଫର ପିଛା ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବାତ୍ୟାରେ ମୃତୁ୍ୟ ହୋଇଥିବା ପ୍ରତି ଗାଈ ଓ ମଇଁଷି ପାଇଁ ୩୦ ହଜାର, ପ୍ରତି ବାଛୁରି ପିଛା ୧୬ ହଜାର ଟଙ୍କା ହିସବାରେ ୬ଟି ବାଛୁରି ପାଇଁ ସହାୟତା ମିଳିବ । ପ୍ରତି ଛେଳି ପାଇଁ ୩ ହଜାର ଟଙ୍କା ଲେଖାଏଁ ସର୍ବାଧିକ ୩୦ଟି ପାଇଁ କ୍ଷତିପୂରଣ ମିଳିବ । ପ୍ରତି ମୃତ କୁକୁଡ଼ା ପାଇଁ ୫୦ ଟଙ୍କା ଲେଖାଏଁ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯିବ । ଏହା ସହ ୫୦ ହଜାର ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗାଈ ଗୁହାଳ ନିର୍ମାଣ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତ ଯୋଗାଇ ଦିଆଯିବ ।

୨୦ ହଜାର ଛେଳି ଗୁହାଳ ନିର୍ମାଣ ପାଇଁ ପ୍ରତି ଗୁହାଳ ପିଛା ମିଳିବ ୩୦ ହଜାର ଟଙ୍କା । ପ୍ରଭାବିତ ଜିଲ୍ଲାରେ ଚାଷୀଙ୍କୁ ପ୍ରଶିକ୍ଷିତ କରିବା ପାଇଁ ୫୦ ହଜାର ଏକର ଜମିକୁ ବିଭିନ୍ନ କିସମର ଖରିଫ୍‌ ଫସଲ କରିବାକୁ ଯୋଜନା କରାଯାଇଛି ।

ସେହିପରି ଆଖୁଚାଷୀଙ୍କ ପାଇଁ ଥିବା ନିରନ୍ତର ଆଖୁଚାଷ ଯୋଜନାରେ ବିଭିନ୍ନ କିସମର ଆଖୁଚାଷ ପାଇଁ ହେକଫର ପିଛା ୨୦ ହଜାର ଟଙ୍କା ଓ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି । ସର୍ବାଧିକ ୧୫ ହଜାର ଟଙ୍କା କିମ୍ବା ୫୦ ପ୍ରତିଶତ ସବ୍‌ସିଡିରେ ଚାଷୀଙ୍କୁ ୫ ହଜାର ପମ୍ପସେଟ୍‌ ଯୋଗାଇ ଦିଆଯିବ । ଫନୀ ପ୍ରଭାବିତ ଜିଲ୍ଲାରେ ୧୦ ହଜାର ସ୍ପ୍ରେୟର ୫୦% ରହାତି କିମ୍ବା ସର୍ବାଧକ ୩୮୦୦ ଟଙ୍କ । ସବ୍‌ସିଡିରେ ଚାଷୀଙ୍କୁ ଯୋଗାଇଦେବାକୁ ସରକାର ଘୋଷଣା କରିଛନ୍ତି । ଚାଷୀଙ୍କୁ କୃଷି ଯନ୍ତ୍ରପାତି କିଣାରେ ୧୫୦ କୋଟି ଟଙ୍କାର ସବ୍‌ସିଡି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ୫୦ ହଜାର ଚାଷୀଙ୍କୁ ପ୍ରତ୍ୟେକ ୫ଟି ଲେଖାଏଁ ଆମ୍ବ ଓ ନଡ଼ିଆ ଚାରା ଯୋଗାଇ ଦିଆଯିବ । ୧୦ ହଜାର ହେକଫର ଜମିରେ ପାର ମ୍ପରକି ଫ ଳ ଚାଷ ଯେପରି ଆମ୍ବ, ନ ଡ଼ିଆ ଓ କାଜୁ ଆଦି ଫ ଳଚାଷ ପାଇଁ ସରକାର ଆର୍ଥିକ ସହାୟତା ୩ ବର୍ଷ ପାଇଁ ପ୍ରଦାନ କରିବେ ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେଉଁ ଚାଷୀଙ୍କର ୩୩%ରୁ ଅଧିକ ଫସଲ ନଷ୍ଟ ହୋଇଥିବ ସେସବୁ ଚାଷୀ ରବିଋତୁ ପାଇଁ ନେଇଥିବା ସ୍ୱଳ୍ପ ମିଆଦି ଋଣକୁ ମଧ୍ୟମ ଅବଧି ଋଣରେ ପରିଣତ କରାଯିବ । ଏହି ଋଣ ଅବଧିକୁ ୨୦୨୦ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ପୂର୍ବରୁ ଋଣ ନେଇଥିବା ଜଣେ କେହି ବି ଭାଗଚାଷୀ ଓ ନାମମାତ୍ର ଚାଷୀ ଖରିଫ୍‌ ଋତୁ ପାଇଁ ଋଣ ପାଇବାରୁ ବଞ୍ଚିତ ନହୁଅନ୍ତି ସେଥି ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଫସଲ ବୀମା ଯୋଜନାରେ ବୀମାଭୁକ୍ତ ଚାଷୀଙ୍କୁ କ୍ଷତିପୂରଣ ବୀମା ଅର୍ଥ ପ୍ରଦାନରେ ଯେପରି ବିଳମ୍ବ ନହୁଏ ସେଥି ପାଇଁ ସବୁପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଚାଷୀମାନେ ମଧ୍ୟମ ଅବଧି ଋଣ ନିୟମିତ ପରିଶୋଧ କରୁଥିବେ ସେମାନଙ୍କୁ ସୁଧ ଉପରେ ୩ ପ୍ରତିଶତ ପ୍ରୋତ୍ସାହନ ଫେରସ୍ତ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍ୱତନ୍ତ୍ର ପ୍ୟାକେଜ ଅନୁଯାୟୀ ସମୁଦ୍ର ଓ ଚିଲିକା ମତ୍ସ୍ୟଜୀବୀଙ୍କୁ ସହାୟତା ବାବଦରେ ୬ ହଜାର ନୂଆ ସମୁଦ୍ର ମାଛଧରା ବୋଟ କିଣିବା ପାଇଁ ପ୍ରତି ବୋଟ କିଣା ବାବଦରେ ୮୦ ହଜାର ଟଙ୍କାରୁ ୫୦ ପ୍ରତିଶତ ସରକାର ବହନ କରିବେ । ସେହିପରି ୩ ହଜାର ଜାଲ କିଣିବା ପାଇଁ ପ୍ରତି ଜାଲ କିଣା ବାବଦରେ ୨୦ ହଜାର ଟଙ୍କାରୁ ସରକାର ୫୦ ପ୍ରତିଶତ ବହନ କରିବେ ।

 ଅନ୍ୟ ପଟେ ମଧୁରଜଳ ମତ୍ସ୍ୟଜୀବୀଙ୍କ ପାଇଁ ୫୦୦ଟି ବୋଟ୍‌ କିଣା ବାବଦରେ ପ୍ରତି ବୋଟ ପିଛା ୩୦ ହଜାର ଟଙ୍କାରୁ ୫୦ ପ୍ରତିଶତ ଓ ୫୦୦ ଜାଲ କିଣା ବାବଦରେ ପ୍ରତି ଜାଲ ପିଛା ୨୦ ହଜାର ଟଙ୍କାରୁ ୫୦ ପ୍ରତିଶତ ସରକାର ବହନ କରିବେ । ୫୦୦ ହେକଫର ପରିମିତ ଅଞ୍ଚଳରେ ମଧୁର ଓ କ୍ଷାରଯୁକ୍ତ ଜଳରେ ମାଛଚାଷ କରିଥିବା ଚାଷୀଙ୍କୁ ବନ୍ଧ ମରାମତି ବାବଦରେ ହେକଫର ପିଛା ୧୨ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ । ହସ୍ତତନ୍ତ ଓ ବୟନଶିଳ୍ପ କ୍ଷତି ପାଇଁ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ବାତ୍ୟାରେ ପ୍ରଭାବିତ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ଅତିରିକ୍ତ ସିଡ୍‌ ମନି ବାବଦରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । 

ପ୍ରାଣୀ ମତ୍ସ୍ୟସଂପଦ
ବାତ୍ୟାରେ ୨,୫୭୧ଟି ଗୋମହିଷାଦି, ୨,୮୦୪ଟି ଛେଳିମେ„ା ଓ ୪୦ ଲକ୍ଷ ୬୪ ହଜାର ୭୪୧ କୁକୁଡ଼ା ମରିଛନ୍ତି । ୨,୦୧୯ଟି ପ୍ରାଣୀଚିକିତ୍ସା ଶିବିର ଆୟୋଜନ କରାଯାଇଛି । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୧,୮୯୮ ମେଟି୍ରକ୍‌ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ସେଥି ମଧ୍ୟରୁ ପୁରୀ ଜିଲ୍ଲାକୁ ୧,୨୧୮ ମେଟି୍ରକ୍‌ ଟନ୍‌ ଓ କଟକ ଜିଲ୍ଲାକୁ ୧୦୯ ମେଟି୍ରକ୍‌ ଟନ୍‌ ଗୋଖାଦ୍ୟ ଯୋଗାଇ ଦିଆଯାଇଛି । ଏନ୍‌ଡିଆର୍‌ଏଫ୍‌/ଏସ୍‌ଡିଆର୍‌ଏଫ୍‌ ନିୟମାନୁସାରେ କ୍ଷତିଭରଣା ପାଇଁ ୮ କୋଟି ୪୫ ଲକ୍ଷ ୨୨ ହଜାର ୭୫୦ ଟଙ୍କା ଆବଶ୍ୟକ ପଡ଼ୁଛି ।

 ସେହିଭଳି କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ପାଇଁ ୮ କୋଟି ୯୪ ଲକ୍ଷ ୫୦ ହଜାର ଟଙ୍କା ଆବଶ୍ୟକ ପଡ଼ୁଛି । ଚଳିତ ବାତ୍ୟାରେ ସମୁଦାୟ ୬ ହଜାର ୭୫୩ଟି ଡଙ୍ଗା କ୍ଷତିଗ୍ରସ୍ତ ହୋଇଛି । ଏଥି ମଧ୍ୟରୁ ୪ ହଜାର ୨୪୬ଟି ଡଙ୍ଗା ସଂପୂର୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨ ହଜାର ୫୦୭ଟି ଡଙ୍ଗା ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ସମୁଦାୟ ୭ ହଜାର ୬୮୦ଟି ମାଛଧରା ଜାଲ କ୍ଷତିଗ୍ରସ୍ତ ହୋଇଛି । ଏଥି ମଧ୍ୟରୁ ୪ ହଜାର ୬୭୫ଟି ଜାଲ ସଂପୂର୍ଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ୩ ହଜାର ୫ଟି ଜାଲ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୨୭୯ ମାଛପୋଖରୀ କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୨ଟି ମତ୍ସ୍ୟସଂପଦ ସଂପର୍କିତ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ଏନ୍‌ଡିଆର୍‌ଏଫ୍‌/ଏସ୍‌ଡିଆର୍‌ଏଫ୍‌ ନିୟମାନୁସାରେ କ୍ଷତିଭର ଣା ପାଇଁ ୭ କୋଟି ୩ ଲ କ୍ଷ ୧୪ ହ ଜାର ୧୨୪ ଟଙ୍କ । ଆବ ଶ୍ୟକ ପଡ଼ୁଛି । ସେହିଭଳି କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ପାଇଁ ୧୦ କୋଟି ୩୭ ଲକ୍ଷ ଟଙ୍କା ଆବଶ୍ୟକ ପଡ଼ୁଛି । 

ଜଙ୍ଗଲ ପରିବେଶ
ଫନୀ ପ୍ରଭାବରେ ଚିଲିକାରେ ୪ଟି ନୂଆ ମୁହାଣ ସୃଷ୍ଟି ହୋଇଛି । ପୂର୍ବରୁ ଥିବା ଦୁଇଟି ମୁହାଣ ମଝିରେ ଆଉ ତିନୋଟି ମୁହାଣ ଏବଂ ଉତ୍ତରପଟକୁ ଆଉ ଗୋଟିଏ ମୁହାଣ ସର୍ବମୋଟ ୪ଟି ନୂଆ ମୁହାଣ ଖୋଲିଛି । ଫଳରେ ଖୋଲିବା ଚିଲିକାରେ ଲବଣର ମାତ୍ରା ବଢ଼ିଛି । ତେବେ କେବଳ ପ୍ରାକୃତିକ ଉପାୟରେ ବାଲି ପୋତି ହୋଇ ଏହା ପୂର୍ବ ଅବସ୍ଥାକୁ ଆସିବ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଜୈବବିବିଧତାରେ ଅସନ୍ତୁଳନ ଦେଖାଯାଇଛି । ଅତି ସ୍ପର୍ଶକାତର ଜଳଚର ଜୀବମାନଙ୍କୁ ବାତ୍ୟା ଏବଂ ଜୁଆର ପ୍ରଖରତାରେ ପ୍ରଭାବିତ ହୋଇପାରିଥାନ୍ତି । ଖୁବ୍‌ଶୀଘ୍ର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏହା ଅନୁଧ୍ୟାନ କରିବ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ପ୍ରଭାବିତ ପୁରୀରେ ପଡ଼ି ଯାଇଥିବା ଗଛ କାଟିବା ପାଇଁ ୯୦ଟି ଦଳ ନିୟୋଜିତ ହୋଇଥିବବାବେଳେ ବ୍ରହ୍ମଗିର-ସାତପଡ଼ା ଅଞ୍ଚଳରେ ୨୦ଟି ଦଳ ନିୟୋଜିତ ହୋଇଛନ୍ତି । ପୁରୀ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଓଡ଼ିଶା ବନ ନିଗମ ପକ୍ଷରୁ ପୁରୀ ସହର, ନିକଟବର୍ତ୍ତୀ ଅଞ୍ଚଳ ଏବଂ ନିମାପଡ଼ା ଅଞ୍ଚଳ ପାଇଁ ୬୦ଟି ଦଳଙ୍କୁ ବିନିଯୋଗ କରାଯାଇଛି ।

ସେହିପରି ୧୨୦ଟି ଗଛକ ଟାଳି ଦଳ ଭୁବ ନେ ଶ୍ୱରର ବିଭିନ୍ନ ୟୁନିଟ ଅଞ୍ଚଳ, ସଚିବାଳ ୟ ଅଞ୍ଚଳ,
ଆରବିଆଇ କଲୋନୀ, ବିଜୁ ପଟ୍ଟନାୟକ ପାର୍କ, ବୁଦ୍ଧ ପାର୍କ, ଇନ୍ଦିରା ଗାନ୍ଧି ପାର୍କ, ମଧୁସୂଦନ ପାର୍କ ଅଞ୍ଚଳରେ ଗଳି ରାସ୍ତାରେ ପଡ଼ିଥିବା ଗଛ କାଟିବା ସହ ବିଦୁ୍ୟତ ସଂଯୋଗୀକର ଣରେ ସେସୁକୁ ସହାୟତା କରବି । ସହିତ ବିଏମ୍‌ସି ଅଞ୍ଚଳରେ ମଧ୍ୟ ଗଛ କଟା ଆବର୍ଜନା ସଫେଇରେ ସହଯୋଗ କରିବେ । ‘ଫନୀ’ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ୱାଭାବିକ ଜୀବନଧାରା ଫେରାଇ ଆଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି ।

   Related Posts