Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ୨ୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭ୍ୟାକ୍‌ସିନ୍‌‌
  • ||
  • ଦେଶରେ କରୋନା ସଂକ୍ରମଣ ହ୍ରାସ ପରେ ପୁଣି ବୃଦ୍ଧି, ଗତ ୨୪ଘଣ୍ଟାରେ ୧୫,୨୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର
  • ||
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||

୪୩ ବର୍ଷ ବୟସ୍କା ଅଳକା ଲାମ୍ବା କାହିଁକି ନିଜ ସ୍ୱାମୀଙ୍କୁ ଦେଇଥିଲେ ଛାଡପତ୍ର ; ଜାଣନ୍ତୁ…

5/02/2019 at 1:18 PM

ଦିଲ୍ଲୀ ୫/୨ : ଆମ ଆଦମୀ ପାର୍ଟିର ବିଧାୟିକା ତଥା ସବୁଠାରୁ ଚର୍ଚ୍ଚିତ ମହିଳା ନେତ୍ରୀ ଅଳକା ଲାମ୍ବା ସବୁବେଳେ ଚର୍ଚ୍ଚାର ଶୀର୍ଷରେ ରହି ଆସିଛନ୍ତି | ଅଳକା ନିଜ ନିର୍ଭିକ ଅନ୍ଦାଜ ପାଇଁ ସବୁବେଳେ ଲୋକଲୋଚନକୁ ଆସିଥାନ୍ତି | ସେ ସବୁବେଳେ ଠିକ କଥା କହିବା ଉପରେ ବିଶ୍ୱାସ ରଖନ୍ତି | ବିଜେପିର ପୋଲ ଖୋଲିବା ହେଉ କିମ୍ବା ନିଜ ଦଳର ହିଁ କୌଣସି ଭୁଲ ନିଷ୍ପତ୍ତି ହେଉ, ସେ ଖୋଲାଖୋଲି ଭାବେ ନିଜ ମତାମତ ରଖିଥାନ୍ତି | ଅଳକା ଲାମ୍ବାଙ୍କ ରାଜନୈତିକ ଜୀବନ ସମ୍ପର୍କରେ ଅଳ୍ପ ବହୁତ ପ୍ରାୟ ସମସ୍ତେ ଜାଣିଛନ୍ତି | ଆସନ୍ତୁ ଜାଣିବା ତାଙ୍କ ବ୍ୟକ୍ତଗତ ଜୀବନ ସମ୍ପର୍କରେ |


ଅଳକା ଲାମ୍ବାଙ୍କ ବିବାହ ବିଚ୍ଛେଦ ହୋଇଛି | ୧୯୭୫ ମସିହା ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀରେ ଅଳକା ଜନ୍ମ ହୋଇଥିଲେ | ସେ ଦିଲ୍ଲୀ ୟୁନିଭର୍ସିଟିରେ ପଢ଼ିଛନ୍ତି | ଲାମ୍ବା ରସାୟନ ବିଜ୍ଞାନରେ ଏମଏସସି କରିଛନ୍ତି ଏବଂ ଏମ ଏଡ଼ ମଧ୍ୟ କରିଛନ୍ତି | ସେ କଲେଜ ପଢ଼ୁଥିବା ସମୟରେ ହିଁ ରାଜନୀତିରେ ପ୍ରବେଶ କରିଥିଲେ | ଦିଲ୍ଲୀ ୟୁନିଭର୍ସିଟିର ଛାତ୍ର ସଂଗଠନର ମୁଖ୍ୟ ଭାବେ ସେ ନିଜ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ | ଏହାପରେ ସେ ଅଲ ଇଣ୍ଡିଆ କଂଗ୍ରେସ କମିଟିରେ ଯୋଗ ଦେଇଥିଲେ | ସେ ୨୦ ବର୍ଷ କଂଗ୍ରେସ ନେତ୍ରୀ ଥିଲେ | ସେ ମହିଳା କଂଗ୍ରେସ କମିଟିର ମୁଖ୍ୟ ସଚିବ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ |


ଅଳକାଙ୍କ ବାପାଙ୍କ ନାଁ ଅମରନାଥ ଲାମ୍ବା ଏବଂ ମା’ଙ୍କ ନାଁ ରାଜକୁମାରୀ ଲାମ୍ବା | ୨୦ ବର୍ଷ ଧରି କଂଗ୍ରେସରେ ରହି କାମ କରିବା ପରେ ମଧ୍ୟ ବିଧାନସଭା ନିର୍ବାଚନରେ ଟିକେଟ ନ ମିଳିବାରୁ ସେ କଂଗ୍ରେସ ଦଳ ଛାଡି ଦେଇଥିଲେ | ଏହାପରେ ୨୦୧୪ ମସିହାରେ ଅଳକା ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ | ଏହାପରେ ଅରବିନ୍ଦ କେଜ୍ରିୱାଲ ଅଳକାଙ୍କୁ ଦିଲ୍ଲୀ ଚାନ୍ଦିନୀଚୌକ ଆସନରୁ ପ୍ରାର୍ଥୀ ଭାବେ ଛିଡା କରାଇଥିଲେ | ନିର୍ବାଚନରେ ଜିତି ସେ ବିଧାୟିକା ହୋଇଥିଲେ |


ଅଳକା ଲାମ୍ବାଙ୍କ ବୈବାହିକ ଜୀବନ ଅଧକ ଦିନ ତିଷ୍ଟି ପାରିନଥିଲା | ଅଳକା ଲୋକେଶ କପୁରଙ୍କୁ ବିବାହ କରିଥିଲେ | ଏନଏସୟୁଆଇରେ ଥିବାବେଳେ ଅଳକା ଓ ଲୋକେଶଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ଅଳକା ଏବଂ ଲୋକେଶ ପରସ୍ପରକୁ ବିବାହ କରିଥିଲେ | ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି | କିନ୍ତୁ ରାଜନୀତି ପାଇଁ ଅଳକା ନିଜ ସ୍ୱାମୀ ଏବଂ ପୁଅକୁ ସମୟ ଦେଇ ପାରୁନଥିଲେ | ଯାହାଫଳରେ ଅଳକା ଏବଂ ଲୋକେଶଙ୍କ ସମ୍ପର୍କ ଧୀରେ ଧୀରେ ଖରାପ ହେବାକୁ ଲାଗିଲା | ଏହାପରେ ଲୋକେଶ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ | ଲୋକେଶ ଅଭିଯୋଗ କରିଥିଲେ ଯେ, ଅଳକା ତାଙ୍କୁ ଏବଂ ତାଙ୍କ ପରିବାରକୁ ପ୍ରତାରଣା କରୁଛନ୍ତି | ଲୋକେଶ କହିଥିଲେ ଯେ, ଲୋକେଶଙ୍କ ସୁଭାଷ ନଗର ସ୍ଥିତ ଫ୍ଲାଟକୁ ଜବରଦସ୍ତ ହାତେଇ ସେଠାରେ ଲାମ୍ବା ନିଜ ରାଜନୈତିକ ଅଫିସ ଖୋଲିଛନ୍ତି |

ଶେଷରେ ୨୦୦୩ ମସିହାରେ ଲୋକେଶ ଏବଂ ଅଳକାଙ୍କ ବିବାହ ବିଚ୍ଛେଦ ହୋଇଥିଲା | ଏହାପରେ ଲୋକେଶ ଅଳକାଙ୍କୁ ତାଙ୍କ ଫ୍ଲାଟରୁ ବାହାର କରିଦେଇଥିଲେ | ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା ଏବଂ ଉଭୟଙ୍କ ପୁଅ ରିତୀକ ଲୋକେଶଙ୍କ ପାଖେ ରହିଲେ | ରାଜନୈତିକ କ୍ୟାରିଅର ପାଇଁ ଅଳକା ଏକା ହୋଇଗଲେ | ଏହାପରେ ଅଳକା ନିଜ କ୍ୟାରିଅରରେ ଧ୍ୟାନ ଦେଇଥିଲେ ଏବଂ ସମାଜ ସେବା ଆରମ୍ଭ କରିଥିଲେ |

ହେଲେ ଆମ ଆଦମି ପାର୍ଟିରେ ମଧ୍ୟ ଅଳକାଙ୍କ ସ୍ଥିତି ଏବେ ଭଲ ନାହିଁ ବୋଲି କୁହାଯାଇପାରିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରିବା ବନ୍ଦ କରିଦେଇଛନ୍ତି । ଦଳର ହ୍ବାଟ୍ସଆପ ଗ୍ରୁପରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଛି ।

   Related Posts