Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ତାଲିବାନ ଶାସନରେ ପାଳନ ହେଉଛି ନବରାତ୍ରୀ : କାବୁଲ ମନ୍ଦିରରେ ଦେଖିବାକୁ ମିଳିଲା ଭଜନ କୀର୍ତ୍ତନ…

13/10/2021 at 10:35 AM

କାବୁଲ୍‌ ୧୩/୧୦:  ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ କରିବା ପର ଠାରୁ ସେଠାକାର ସ୍ଥିତି ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥିବା କଥା ସାରା ବିଶ୍ୱକୁ ଜଣା ଅଛି । ଖାସ୍‌ କରି ମହିଳାମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଏବେ ପୁରୁଷମାନେ ବି ସମସ୍ୟାର ପଡିଛି ।  ତାଲିବାନ ଶାସନରେ ଅତିଷ୍ଠ ହୋଇ ପଡିଛନ୍ତି ଆଫଗାନବାସୀ । କିନ୍ତୁ ତାହାରି ମଧ୍ୟରେ ଏବେ ନବରାତ୍ରୀ ଅବସରରେ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ କାବୁଲର ଆସମାଇ ମନ୍ଦିରରେ ଜମା ହୋଇ ଭଜନ କିର୍ତ୍ତନ କରିଥିବାର ଜଣାପଡିଛି ।

ନବରାତ୍ରୀ ପର୍ବରେ ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ କାବୁଲର ଆସମାଇ ମନ୍ଦିରରେ ଏକତ୍ରିତ ହୋଇ କୀର୍ତ୍ତନ ପ୍ରଦର୍ଶନ କରିଥିଲେ। ଧାର୍ମିକ କାର୍ଯ୍ୟକ୍ରମରେ ଆଫଗାନିସ୍ତାନରେ ଶାନ୍ତି ଏବଂ ସମୃଦ୍ଧତା ସହିତ ଭାରତର ଲୋକଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା। ଧାର୍ମିକ ଆୟୋଜନରେ ଆଫଗାନିସ୍ତାନରେ ସାମାନ୍ୟ ଖୁସି ସହ ଭାରତର ଲୋକଙ୍କ ପାଇଁ ପ୍ରାର୍ଥନା ବି କରାଯାଇଛି । ଏହି ଅବସରରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ଶିଖ ଓ ଇସାଇ ସମ୍ପ୍ରଦାୟର ଲୋକେ ନବରାତ୍ରୀ ପାଳନ କରିଛନ୍ତି। ଏହି ଆୟୋଜନରେ ଜମା ହୋଇଥିବା ଲୋକେ ଆର୍ଥିକ ଓ ସାମାଜିକ ସମସ୍ୟାକୁ ଦର୍ଶାଇ ସେମାନଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ବାହାର କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ୧୫ ଅଗଷ୍ଟରେ ସରକାର ଘୋଷଣା କରିଥିଲେ। ତାଲିବାନ ପଂଜଶିର ବ୍ୟତୀତ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ କବଜା କରିନେବା ସହ ୭ ସେପ୍ଟେମ୍ବରରେ ଅସ୍ଥାୟୀ ସରକାରର ଘୋଷଣା କରିଥିଲା। ତାଲିବାନ ଆସିବା ପରଠାରୁ ହଜାର ହଜାର ଲୋକ ଦେଶ ଛାଡିଛନ୍ତି। ସବୁଠାରୁ ବଡ ସଙ୍କଟ ହେଉଛି ମହିଳା, ଶିଶୁ ଏବଂ ସଂଖ୍ୟାଲଘୁଙ୍କ ଉପରେ। ଏଭଳି ପରିସ୍ଥିତିରେ ତାଲିବାନରୁ ମହିଳା, ଶିଶୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷାକୁ ନେଇ ବିଶ୍ବର ଅନେକ ଦେଶମାନେ ନିରନ୍ତର ଚିନ୍ତା ପ୍ରକଟ କରୁଛନ୍ତି।

   Related Posts