ଏମାନେ ହେଉଛନ୍ତି କାଶ୍ମୀରର ୫ଜଣ ବିଚ୍ଛିନ୍ନତାବାଦୀ ନେତା : ଜାଣନ୍ତୁ ଏମାନଙ୍କ ବିଷୟରେ

Published By : Prameya-News7 Bureau | February 17, 2019 IST

ଜମ୍ମୁ ୧୭/୨: ଜାମ୍ମୁ କାଶ୍ମୀର ଭାରତର ଏପରି ଏକ ରାଜ୍ୟ ଯାହା ସବୁବେଳେ ବିବାଦରେ ରହିଥାଏ। ଭାରତ ଏବଂ ପାକିସ୍ତାନ ଶତ୍ରୁତାର କାରଣ ହେଉଛି ଜାମ୍ମୁ କାଶ୍ମୀର । ଏହାର ସମାଧାନ ଆଜି ଯାଏଁ ହୋଇପାରୁ ନାହିଁ। କେବଳ ଜାମ୍ମୁ କାଶ୍ମୀର ପାଇଁ ପାକିସ୍ତାନ ରକ୍ତ ପିପାସୁ ହୋଇଛି। କାଶ୍ମୀରରେ କିଛି ଏପରି ନାଗରିକ ରହିଛନ୍ତି ଯେଉଁମାନେ କାଶ୍ମୀରର ପାଣିପବନକୁ ବିଷାକ୍ତ କରୁଛନ୍ତି । ଦଙ୍ଗା,ମାଡ଼ପିଟ,ଆତଙ୍କବାଦୀ କାର୍ଯ୍ୟକଳାପକୁ ସହଯୋଗ ଆଦି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଆମେ କହୁଛୁ ବିଚ୍ଛିନ୍ନତାବାଦୀ ନେତାଙ୍କ ବିଷୟରେ ଯେଉଁମାନେ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିଛନ୍ତି। ସେମାନେ କାଶ୍ବୀରରେ ଶାନ୍ତି ଚାହାନ୍ତି ନାହିଁ। ଏମାନେ ଆତଙ୍କବାଦୀଙ୍କ ସହ ମଧ୍ୟ ଲିଙ୍କ୍ ରଖିଥାଆନ୍ତି। ପାକିସ୍ତାନରୁ ତାଙ୍କୁ ହୁକୁମ ମିଳିଥାଏ। ଏମାନଙ୍କ ନେତୃତ୍ବ ନେଉଥିବା  ନେତାଙ୍କୁ ବିଛିନ୍ନତାବାଦୀ ନେତା ବୋଲି କୁହାଯାଏ । ଏମାନେ ବାରମ୍ବାର ଗିରଫ ହୋଇଛନ୍ତି । ଏମାନଙ୍କ ବିରୋଧରେ ମକଦ୍ଦମା ମଧ୍ୟ ଚାଲିଛି । ତଥାପି ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ପ୍ରଦାନ କରୁଥିଲେ । ତେବେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଏମାନଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ସୁବିଧା ପ୍ରତ୍ୟାହାର କରିବାକୁ ଜମ୍ମୁ-କାଶ୍ମୀର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତୁ ଜାଣିବା କାଶ୍ମୀର ଘାଟୀର ୫ଜଣ ବଡ଼ ବିଚ୍ଛିନ୍ନତାବାଦୀ ନେତାଙ୍କ ବିଷୟରେ

{"id":86121,"width":594,"height":395}

୧.ମସରତ ଆଲମ୍ : ବଡ଼ ବିଚ୍ଛିନ୍ନତାବାଦୀ ନେତାଙ୍କ ମଧ୍ୟରୁ ମସରତ ଆଲମ୍ ଜଣେ। ମସରତ ଆଲମଙ୍କୁ ଅନେକ ଥର ଭାରତୀୟ ସୁରକ୍ଷା କର୍ମଚାରୀମାନେ ଗିରଫ କରିଛନ୍ତି। ସେ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଛନ୍ତି। ୨୦୧୦ମସିହାରେ କାଶ୍ମୀରରେ ହୋଇଥିବା ହିଂସା ପଛରେ ସବୁଠୁ ମୁଖ୍ୟ ଭୂମିକା ମସରତ ଆଲମଙ୍କ ଥିଲା।

{"id":86122,"width":594,"height":316}

୨.ମୀରଭାଇଜ ଉମର: ବିଚ୍ଛିନ୍ନତାବାଦୀ ନେତାଙ୍କ ମଧ୍ୟରେ ଚତୁର୍ଥ ନାଁ ମୀରଭାଇଜ ଉମରଙ୍କ ଆସିଥାଏ। ମୀରଭାଇଜ ଉମର ସବୁବେଳେ ନିଜର କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଯଥାସମ୍ଭବ ଉଦ୍ୟମ କରିଥାଆନ୍ତି। ସେଥିପାଇଁ ତାଙ୍କୁ ବହୁତ ଥର ଜେଲ୍ ମଧ୍ୟ ଯିବାକୁ ପଡ଼ିଛି। ଆଜି ବି ମୀରଭାଇଜ ଉମରଙ୍କ ବିରୁଦ୍ଧରେ ଅନେକ ମୋକଦ୍ଦମା ଚାଲିଛି।

{"id":86123,"width":594,"height":333}

୩.ୟାସିନ ମଲିକ: ସବୁଠୁ ବଡ଼ ବିଚ୍ଛିନ୍ନତାବାଦୀ ନେତା ହେଲେ ୟାସିନ ମଲିକ। ୟାସିନ ମଲିକଙ୍କ କାଶ୍ମୀରରେ ଭଲ ହାତ ରହିଛି । ୟାସିନ ମଲିକଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଲାଗି ସାରିଛି। ଏବେ ବି ତାଙ୍କ ବିରୋଧରେ ମୋକଦ୍ଦମା ଚାଲିଛି। ଯାହା ଫଳରେ ସେ ଜେଲରେ ଦଣ୍ଡ ଭୋଗି ଆସିଲେ। ତାଙ୍କୁ ବହୁତ ଥର ଭାରତୀୟ ସୁରକ୍ଷା କର୍ମଚାରୀ ଗିରଫ କରିଛନ୍ତି। ୟାସିନ ମଧ୍ୟ ପାକିସ୍ତାନ ସହ ସମ୍ପର୍କ ରଖିଛନ୍ତି।

{"id":86124,"width":594,"height":405}

୪. ସୟଦ ଅଲୀ ଶାହ ଗିଲାନି: ସବୁଠୁ ବଡ଼ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲୀ ଶାହ ଗିଲାନିଙ୍କ ବିଷୟରେ ସମସ୍ତେ ଜାଣନ୍ତି। ତାଙ୍କୁ ମଧ୍ୟ ଅନେକ ଥର ଗିରଫ କରାଯାଇଛି। ତାଙ୍କ ବିରୋଧରେ ଅନେକ ଦେଶଦ୍ରୋହ ମୋକଦ୍ଦମା ଚାଲୁଛି। ଗିଲାନୀ ଅନେକ ଥର ଦେଶବିରୋଧୀ କାର୍ଯ୍ୟକଳାପ କରିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ସେ ଆଜି ବି ଭାରତକୁ ପସନ୍ଦ କରନ୍ତି ନାହିଁ। ଭାରତ ବିରୋଧରେ ସ୍ଳୋଗାନ ଦିଅନ୍ତି। ଭାରତ ବିରୁଦ୍ଧରେ କାଶ୍ମୀରରେ ନକରାତ୍ମକ ବାତାବରଣ ସୃଷ୍ଟି କରନ୍ତି। ତଥାପି ଭାରତ ସରକାର ଗିଲାନୀଙ୍କ ସୁରକ୍ଷା ବ୍ୟବସ୍ଥା କରିଛନ୍ତି।

{"id":86125,"width":595,"height":340}

୫.ଆସିୟା ଅନ୍ଦ୍ରାବି: କାଶ୍ମୀରର ମହିଳା ବିଚ୍ଛିନ୍ନତାବାଦୀ ନେତାଙ୍କ ମଧ୍ୟରେ ଆସିୟା ଅନ୍ଦ୍ରାବି ଜଣେ। ସେ ମଧ୍ୟ ଅନେକ ଥର ଗିରଫ ହୋଇଛନ୍ତି। ତାଙ୍କ ବିରୁଦ୍ଧରେ ଅନେକ ସଙ୍ଗୀନ ମୋକଦ୍ଦମା ଚାଲିଛି। ଆସିୟା ଅନ୍ଦ୍ରାବିଙ୍କୁ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ହାଫିଜ ସୟିଦ ନିଜ ଭଉଣୀ ମାନିଥାଏ। ଆସିୟା ଅନ୍ଦ୍ରାବି ମଧ୍ୟ ବହୁତ ଥର ହାଫିଜ ସୟିଦଙ୍କ ସହ ଫୋନରେ କଥା ହେବାବେଳେ ଧରା ପଡ଼ିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.