Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଜୁମ୍ ଆପ୍ ର ଚାଇନା ସଂଯୋଗ ପରେ ଜାଣନ୍ତୁ ଏହି ପାଞ୍ଚଟି ଚାଇନିଜ୍ ଆପ୍ ବିଷୟରେ

20/04/2020 at 12:48 PM

ନୂଆଦିଲ୍ଲୀ ୨୦/୦୪ : କରୋନା ଯୋଗୁଁ ପୁରା ଦେଶ ଲକଡାଉନ ରହିଛି | କର୍ମଚାରୀ ଘରେ ବସି କାମ କରୁଛନ୍ତି | ଅଫିସିଆଲ ମିଟିଙ୍ଗ, ଅନଲାଇନ କ୍ଲାସ ଆଦି ଭିଡିଓ କନଫରେନସିଂ ଜରିଆରେ ହେଉଛି | ଏଥିପାଇଁ ଏକ ଆପ ବହୁତ ବ୍ୟବହାର ହେଉଛି | ତେହେ ହେଲା ଜୁମ ଆପ | ବହୁତ କମ ସମୟରେ ଲୋକପ୍ରିୟ ହୋଇଥିବା ଏହି ଆପ ମାର୍ଚ୍ଚ ମାସରେ ବହୁତ ମାତ୍ରାରେ ଡାଉନଲୋଡ଼ ହୋଇଛି | କିନ୍ତୁ କଥାତା ସରକାରଙ୍କ ମନକୁ ଗଲାନି | ଗୃହ ମନ୍ତ୍ରାଳୟ କହିଛନ୍ତି ଯେ ଏହା ସୁରକ୍ଷିତ ପ୍ଲାଟଫର୍ମ ନୁହଁ | ଏହି ଆପରେ ଗୋପନୀୟତାର ସମସ୍ୟା ରହିଛି | ଏହି ଆପ ଜରିଆରେ ସାଇବର ଠକେଇ ହେବାର ସମ୍ଭାବନା ରହିଛି ବୋଲି ଗୃହ ମନ୍ତ୍ରାଳୟ କହିଛନ୍ତି | ଏହି ଆପ ଜରିଆରେ ଭିଡିଓ କନଫରେନସିଂ କଲେ ଅଫିସିଆଲ ଇନଫର୍ମେଶନ ଲିକ ହୋଇପାରେ | ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେଶନ ଟେକ୍ନୋଲୋଜି ମନ୍ତ୍ରାଳୟର କମ୍ପ୍ୟୁଟର ଏମେର୍ଜେନ୍ସି  ରେସପନ୍ସ ଟିମ ଏହି ଆପକୁ ନେଇ ଆଗୁଆ ସତର୍କ କରିଥିଲେ | ତଥାପି ଯଦି ଏହି ଆପ ବ୍ୟବହାର କରିବାର ଅଛି ତାହେଲେ ସରକାର କିଛି ଗାଇଡଲାଇନ ଜାରି କରିଛନ୍ତି |

୨୦୧୧ ମସିହାରେ ଏରିକ ୟୁବନ ଜୁମ ଆପ ଆରମ୍ଭ କରିଥିଲେ | ସେ ଚୀନରେ ରୁହନ୍ତି କିନ୍ତୁ ୧୯୯୭ ମସିହାଏ ଆମେରିକା ଚାଲି ଯାଇଥିଲେ | ସେ କମ୍ପାନୀର ସିଇଓ ଅଛନ୍ତି | ଜୁମ ଆପର ମୁଖ୍ୟ କାର୍ଯ୍ୟାଳୟ ଆମେରିକାରେ ରହିଛି | ଚୀନରେ ଏହାର ୩ଟି ଶାଖା କାର୍ଯ୍ୟାଳୟ ରହିଛି | ତେବେ ଚୀନ ସହିତ ଜଡିତ ଏକ ବିବାଦ ସାମ୍ନାକୁ ଆସିଛି | ଜୁମର ଅନେକ ଭିଡିଓ କଲର ଡାଟା ଚୀନ ଆଡକୁ ଡାଇଭର୍ଟ ହେଉଛି ବୋଲି କୁହାଯାଉଛି | ଡାଟା ଅନ୍ତର୍ଭୁକ୍ତ ଅନେକ କାମ ଚୀନରେ ହୋଇଥାଏ | ତେବେ ଜୁମ ମଧ୍ୟ ନିଜ ଭୁଲ ସ୍ୱୀକାର କରିଛି |

ଚୀନ ବର୍ତ୍ତମାନ ବିବାଦ ଘେରାରେ ରହିଛି | ଏବେ ପୁଣି ଆପ ସମ୍ବନ୍ଧୀୟ ବିବାଦ ଆରମ୍ଭ ହୋଇଛି | କିଛି ଆପ ପୂର୍ବରୁ ମଧ୍ୟ ବିବାଦ ଘେରରେ ରହିଛି | ଏକ ରିପୋର୍ଟ ଅନୁଯାୟୀ, ଭାରତରେ ବ୍ୟବହୃତ ହେଉଥିବା ଟପ ୧୦୦ ଆପ ମଧ୍ୟରୁ ୪୪ ଆପ ଚୀନର |

ଏହି ଆପ ମଧ୍ୟରୁ ଗୋଟିଏ ଆପ ହେଲା ଟିକଟକ ଯାହା ବହୁତ କମ ସମୟରେ ଲୋକପ୍ରିୟ ହୋଇଥିଲା | ଯୁବପିଢ଼ି ଦିନରାତି ଏହି ଆପରେ ଭିଡିଓ ଅପଲୋଡ଼ କରୁଛନ୍ତି | ଏହା ଏକ ସର୍ଟ ଭିଡିଓ ମେକିଙ୍ଗ ଆପ ଚୀନର ବାଇଟଡ୍ୟାନ୍ସ କମ୍ପାନୀର | ୨୦୧୨ ମସିହାରେ ନିର୍ମାଣ ହୋଇଥିବା ଏହି କମ୍ପାନୀ ଅନେକ ସୋସିଆଲ ନେଟୱର୍କିଙ୍ଗ ଆପ ଚଳାଉଛି | ୨୦୧୯ ଫେବୃଆରୀ ମାସରେ ଟିକଟକକୁ ଭାରତରେ ବ୍ୟାନ କରିବ ପାଇଁ ଯୋଜନା ହୋଇଥିଲା | କାରଣ କିଛି ଯୁବକଙ୍କ ଉପରେ ଏହା ନକାରାତ୍ମକ ପ୍ରଭାବ ପକାଉଛି | 

ଆଉ ଏକ ଆପ ହେଲା ହେଲୋ | ଏହି ଆପର ମାଲିକ ମଧ୍ୟ ବାଇଟଡ୍ୟାନ୍ସ ମାଲିକ | ୨୦୧୮ ମସିହା ଜୁନ ମାସରେ ଏହି ଆପ ଲଞ୍ଚ ହୋଇଥିଲା | ଏହା ମଧ୍ୟ ଏକ ସୋସିଆଲ ନେଟୱର୍କିଙ୍ଗ ଆପ | ଏହା ୧୪ ଭାରତୀୟ ଭାଷାରେ ଉପଲବ୍ଧ | ଏହି ଆପରେ ଟ୍ରେଣ୍ଡ, ଖବର, ମେମ, ଜୋକ୍ସ, କୋଟେସନ ଭଳି ଅନେକ ଜିନିଷ ଉପଲବ୍ଧ | ଭାରତରେ ଏହି ଆପ ୟୁଜର ୪ କୋଟିରୁ ଅଧିକ ଅଛନ୍ତି |

ଏହିଭଳି ଆଉ ଏକ ଆପ ଲାଇକି | ଏହା ମଧ୍ୟ ଏକ ସର୍ଟ ଭିଡିଓ ମେକିଙ୍ଗ ଆପ | ଏହି ଆପ୍ ଅନେକ ପ୍ରଭାବ ଏବଂ ଏଡିଟିଂ ଟୁଲ୍ ପ୍ରଦାନ କରେ | ୨୦୧୯ ମସିହାରେ ଦ୍ୱିତୀୟ କ୍ଵାଟରର ମାସେ ଭିତରେ ୮ କୋଟିରୁ ଅଧିକ ୟୁଜର ଥିଲେ | ଶିଶୁଙ୍କ ସୁରକ୍ଷା ପାଇଁ ଏହି ଆପରେ ସେପ୍ଟେମ୍ବର ମାସରେ ପେରେଣ୍ଟାଲ କଣ୍ଟ୍ରୋଲ ଯୋଡ଼ା ଯାଇଥିଲା |

ଆଉ ଗୋଟିଏ ଆପ ହେଲା ୟୁସି ନ୍ୟୁଜ | ଏହା ୟୁସି ୱେବର (UCWeb )ପ୍ରଡକ୍ଟ | ଏହା ଚୀନର ଅଲିବାବା ଗ୍ରୁପର ଅଂଶୀଦାର | ଏହି ଆପ ଅଲଗା ମଧ୍ୟ ଆସେ ଏବଂ UC Browser ସହ ମଧ୍ୟ ଆସେ | UC Browser ଡାଟା ଏବଂ ଗୋପନୀୟତାକୁ ନେଇ ମଧ୍ୟ ନାନା ପ୍ରଶ୍ନ ଉଠିଛି | UC News ରାଜନୀତି, ଖେଳ, ସିନେମା ଠାରୁ ଆରମ୍ଭ କରି ଟେକ୍ନୋଲୋଜି, ଲାଇଫଷ୍ଟାଇଲ ସମ୍ବନ୍ଧୀୟ ଖବର ଦେଇଥାଏ | ଭାରତରେ ଏହା ହିନ୍ଦୀ ଓ ଇଂରାଜୀ ଭାଷା ଛଡା ୧୫ ଭାଷାରେ ଉପଲବ୍ଧ |

ଏହିଭଳି ଆଉ ଏକ ଆପ ହେଲା ବ୍ୟୁଟି ପ୍ଲସ | ଏହି ଆପକୁ ଦୁନିଆର ୩୦ କୋଟିରୁ ଅଧିକ ୟୁଜର ବ୍ୟବହାର କରୁଛନ୍ତି | ଏହା ସେଲ୍ଫି କ୍ୟାମେରା ସହ ଫଟୋ ଏଡିଟିଙ୍ଗ ଆପ | ଏଥିରେ ଅନେକ ଫିଚର ରହିଛି | ଏହି ଫିଚର ଦ୍ୱାରା ଫଟୋ ଏଡିଟ କରାଯାଇପାରେ, ମୁହଁରେ ନାନା ପରିବର୍ତ୍ତନ କରାଯାଇପାରେ | ଏଥିରେ ମଜାଳିଆ ଇମୋଜୀ ମଧ୍ୟ ରହିଛି | ତା’ଛଡା Virus Cleaner (Hi Security Lab),  360 Security,  DU Battery Saver, DU Cleaner, ES File Explorer, Photo Wonder, QQ International, Mi Store ଭଳି ଅନେକ ଚାଇନିଜ ଆପ ଭାରତରେ ଲୋକପ୍ରିୟ |

   Related Posts