Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||

ରାଜ କପୁର ବଲିଉଡକୁ ଦେଇଥିଲେ ଏହି ୫ଟି ବୋଲ୍ଡ ହିରୋଇନ୍ : ଜାଣନ୍ତୁ କିଏ?

18/03/2019 at 6:04 PM

ମୁମ୍ବାଇ ୧୮/୩: ରାଜ କପୁର ହିନ୍ଦି ସିନେମାର ସବୁଠୁ ପ୍ରସିଦ୍ଧ ନାଁ ଯିଏ ଦୀର୍ଘ ଦିନ ଯାଏଁ ବଲିଉଡରେ ରାଜ କରିଥିଲେ। ରାଜ କପୁର ଏକ ଅଭିନେତା,ନିର୍ମାତା ଏବଂ ନିର୍ଦେ୍ଶକ ଥିଲେ। ରାଜ କପୁରଙ୍କ ପାଳନପୋଷଣ କରିବା ଏବଂ ତାଙ୍କୁ ରାଜ କପୁର କରିବା ପଛରେ ତାଙ୍କ ବାପା ପୃଥ୍ବୀରାଜ କପୁରଙ୍କ ବଡ଼ ହାତ ଥିଲା। ତାଙ୍କ ଫିଲ୍ମରେ ରୋମାଞ୍ଚ କାହାଣୀ ସହ ଅତ୍ୟଧିକ ବୋଲ୍ଡ ସିନ୍ ରହିଥିଲା। ସେ ନିଜ ବିଷୟରେ କହୁଥିଲେ ଯେ ସେ ନଗ୍ନତାର ଉପାସକ। ରାଜ କପୁର ବଲିଉଡକୁ ଅନେକ ବୋଲ୍ଟ ହିରୋଇନ୍ ଦେଇଥିଲେ। ଆଜି ଆମେ ଜାଣିବା ସେହି ୫ଜଣ ବୋଲ୍ଡ ଅଭିନେତ୍ରୀଙ୍କ ବିଷୟରେ

୧.ସିମ୍ମି ଗ୍ରେଓ୍ବାଲ୍: ରାଜ କପୁରଙ୍କ ‘ମେରା ନାମ ଜୋକର’ ଫିଲ୍ମରେ ସିମ୍ମି ଅତ୍ୟନ୍ତ ବୋଲ୍ଡ ସିନ୍ ଦେଇଥିଲେ। ଏହି ଫିଲ୍ମରେ ରାଜ କପୁରଙ୍କ ପିଲାଦିନର ଭୂମିକାରେ ତାଙ୍କ ପୁଅ ଋଷି କପୁର ଅଭିନୟ କରିଥିଲେ। ଏହି ଫିଲ୍ମରେ ଏକ ସିନ୍ ଥିଲା ଯେଉଁଥିରେ ଶିକ୍ଷୟିତ୍ରୀ ଲୁଗା ବଦଳାଉଥିବେ ଏବଂ ଋଷି କପୁର ଲୁଚି ଲୁଚି ଦେଖୁଥିବେ। ସିମ୍ମି ଏଥିରେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିଥିଲେ।

୨.ବୈଜୟନ୍ତୀମାଲା:ରାଜ କପୁରଙ୍କ ଫିଲ୍ମ ‘ସଙ୍ଗମ’ରେ ବୈଜୟନ୍ତୀମାଲା ପ୍ରଥମ ଥର ନୂଆ ଅନ୍ଦାଜରେ ଦେଖିବାକୁ ମିଳିଥିଲେ। ବୈଜୟନ୍ତୀମାଲା ପ୍ରଥମ ଥର ପାଇଁ ଏହି ଫିଲ୍ମରେ ବିକିନି ପିନ୍ଧିଥିଲେ। ପାଣି ଭିତରେ ଏହି ସିନ୍ ଖୁବ୍ ଚର୍ଚ୍ଚିତ ହୋଇଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଇଥିଲା। ଏହି ଗୀତଟି ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା।

୩.ନରଗିସ: ରାଜ କପୁରଙ୍କ ବୋଲ୍ଡ ଫିଲ୍ମ ଲିଷ୍ଟରେ ନରଗିସ ମଧ୍ୟ ଥିଲେ। ଏହି ସିନ୍ ଆଜି ବି ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ନରଗିସ ରାଜ କପୁରଙ୍କ ‘ଆଓ୍ବାରା’ ଫିଲ୍ମରେ ଅନେକ ଅନ୍ତରଙ୍ଗ ସିନ୍ ଦେଇଥିଲେ। ସେହି ସମୟରେ ରାଜ କପୁର ଏବଂ ନରଗିସ ପରସ୍ପରକୁ ପ୍ରେମ କରୁଥିଲେ। କିନ୍ତୁ ପରେ ଏମାନଙ୍କ ବ୍ରେକ୍ ଅପ୍ ହୋଇଯାଇଥିଲା ଏବଂ ନରଗିସ ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ।

୪.ଜୀନତ ଅମାନ: ୧୯୭୮ମସିହାରେ ଆସିଥିବା ରାଜ କପୁରଙ୍କ ଫିଲ୍ମ ‘ସତ୍ୟମ୍ ଶିବମ୍ ସୁନ୍ଦରମ୍’ ରେ ଅତ୍ୟନ୍ତ ବୋଲ୍ଡ ସିନ୍ ଥିଲା। ଏଥିରେ ଜିନତ ଅମାନ ଆରମ୍ଭରୁ ଶେଷ ଯାଏଁ ବୋଲ୍ଡ କପଡ଼ା ପିଦ୍ଧିଥିଲେ। ଏଥିରେ ଜିନତ ଅମାନଙ୍କ ସହ ଶଶୀ କପୁର ଥିଲେ। ଏହି ଫିଲ୍ମର ଟାଇଟଲ ଟ୍ରାକରେ ଜିନତ ଅମାନ ଏବଂ ଶଶୀ କପୁର ଅନେକ ଅନ୍ତରଙ୍ଗ ସିନ୍ ଦେଇଥିଲେ।

୫.ମନ୍ଦାକିନୀ:ରାଜ କପୁରଙ୍କ ଫିଲ୍ମ ‘ରାମ ତେରି ଗଙ୍ଗା ମେଲି’ରେ ମନ୍ଦାକିନୀ ଏପରି ବୋଲ୍ଡ ସିନ୍ ଦେଇଥିଲେ ଯାହା କୈାଣସି ଅଭିନେତ୍ରୀଙ୍କ ପାଇଁ ସହଜ ନୁହେଁ। ଏଥିପାଇଁ ମନ୍ଦାକିନି ରାତାରାତି ଷ୍ଟାର ହୋଇଯାଇଥିଲେ ଏବଂ ତାଙ୍କୁ ବହୁତ ଫିଲ୍ମର ଅଫର ମିଳିଥିଲା। ଗୋଟିଏ ସିନରେ ମନ୍ଦାକିନୀ କେବଳ ଧଳା ରଙ୍ଗର ଶାଢ଼ୀ ପିନ୍ଧିଥିଲେ । ଏପରି ବୋଲ୍ଡ ସିନ୍ ଆଜିକାଲି ଦେଖିବାକୁ ମିଳୁନାହିଁ।   

   Related Posts