ଥିଲେ ପୁଅ ହେଲେ ଝିଅ : ଜାଣନ୍ତୁ କିଏ ଏହି ୩ଜଣ?

Published By : Prameya-News7 Bureau | March 21, 2019 IST

ମୁମ୍ବାଇ ୨୧/୩: ଦୁନିଆରେ ଏପରି ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ବିଚିତ୍ର କାର୍ଯ୍ୟକଳାପ କରି ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ ମହିଳାରୁ ପୁରୁଷ ହୋଇଛନ୍ତି । ଆଜି ଆମେ ଜାଣିବା ସେହି ପୁଅଙ୍କ ବିଷୟରେ ଯେଉଁମାନେ ପୁରୁଷରୁ ମହିଳା ହୋଇଥିଲେ।

{"id":95579,"width":591,"height":331}

୧.ଗୈାରି ଅରୋରା : ଗୈାରୀ ଝିଅ ହେବା ପୂର୍ବରୁ ଜଣେ ହ୍ୟାଣ୍ଡସମ୍ ପୁଅ ଥିଲେ। କିନ୍ତୁ ସେ ଝିଅ ରୂପକୁ ଅଧିକ ପସନ୍ଦ କରୁଥିଲେ ଏବଂ ସେ ମଡେଲିଂରେ ନିଜର କ୍ୟାରିୟର କରିବା ପୂର୍ବରୁ ପୁରୁଷରୁ ମହିଳା ହୋଇଥିଲେ। ଗୈାରୀଙ୍କ କହିବାନୁସାରେ ଯେତେବେଳେ ସେ ସାଙ୍କଙ୍କ ସହ ମୁମ୍ବାଇ ଆସିଥିଲେ ସେତେବେଳେ ସେ ମଡେଲିଂକୁ ନିଜର କ୍ୟାରିୟର କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ମଡେଲିଂ ସମୟରେ ଦିଲ୍ଲୀରେ ପ୍ରସିଦ୍ଧ ଡେଟିଙ୍ଗ୍ ରିୟଲିଟି ଶୋ କରିବାକୁ ଅଫର ମିଳିଥିଲା।

{"id":95580,"width":593,"height":333}

୨.ନିକ୍କି ଚାଓ୍ବଲା : ନିକ୍କି ଚାଓ୍ବଲା ଭାରତରେ ଏକ ପୁଅ ହୋଇ ଜନ୍ମ ହୋଇଥିଲେ। କିନ୍ତୁ ସେ ୨୦୦୯ମସିହାରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ ଏବଂ କେବେ ପଛକୁ ଫେରି ଚାହିଁନଥିଲେ। ନିକ୍କି ଏବେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଜଣେ ପ୍ରସିଦ୍ଧ ନାଁ। ସେ ମହିଳା ହେବା ଆଗରୁ ଜଣେ ପୁରୁଷ ଥିଲେ। କିନ୍ତୁ ସେ ମହିଳା ହେବାକୁ ଚାହୁଁଥିଲେ।

{"id":95581,"width":590,"height":332}

୩.ବବି ଡାର୍ଲିଙ୍ଗ୍: ବବି ଜଣେ ମଡେଲ୍ ଏବଂ ଅଭିନେତ୍ରୀ ଭାବେ ଜଣା ଯାଆନ୍ତି। ପିଲାଦିନେ  ବାପା ମାଆ ତାଙ୍କ ନାଁ ପଙ୍କଜ ଶର୍ମା ରଖିଥିଲେ। ବବି ଜଣେ ପୁଅ ହୋଇ ଜନ୍ମ ହୋଇଥିଲେ। ବବି ଡାର୍ଲିଙ୍ଗ୍ ୨୦୧୦ମସିହାରେ ନିଜ ଶରୀରରେ ପ୍ରତିରୋପଣ କରିଥଲେ। ଏହାପରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି। ସେ ଅଭିନୟ କରିଥିବା ଫିଲ୍ମଗୁଡ଼ିକ ହେଲା ‘ହଁସି ତୋ ଫସି’,‘କ୍ୟା କୁଲ ହେ ହମ୍’,‘ପେଜ୍-୩’।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.