ରେଭେନ୍ସାରେ ସ୍ନାତକ ବିଭାଗରେ ଛାତ୍ର ଛାତ୍ରୀଙ୍କର ପ୍ରଥମ ଦିନର ଅନୁଭୂତି କ’ଣ ଜାଣନ୍ତୁ

Published By : Prameya-News7 Bureau | August 05, 2019 IST

କଟକ ୫/୮: ରେଭେନ୍ସାରେ ସ୍ନାତକ ଛାତ୍ର ଛାତ୍ରୀଙ୍କର ଆଜି ପ୍ରଥମ ଦିନ। ଅନେକ ଆଶା ଆଉ ସ୍ବପ୍ନ ନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ଛାତ୍ର ଛାତ୍ରୀ ଆସି ପହଞ୍ଚିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟରେ। ପ୍ରଥମ ଦିନରେ ରେଭେନ୍ସାର ବାତାବରଣ କିଛି ଛାତ୍ର ଛାତ୍ରୀଙ୍କୁ ଅଭିଭୂତ କରିଛି।  ଆଉ କିଛି ଭାବୁଛନ୍ତି ଏଇଠି ହିଁ ଜୀବନର ସ୍ବପ୍ନ ସାକାର ହେବ ।ସେପଟେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଜରିଆରେ ରେଭେନ୍ସାର ନୀତିନିୟମ ବାବଦରେ ଛାତ୍ର ଛାତ୍ରୀଙ୍କୁ ଅବଗତ କରିଛନ୍ତି।.

ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ରେଭେନ୍ସାରେ ଶୈକ୍ଷିକ ବାତାବରଣ କାଏମ୍ ରଖିବା ପାଇଁ ଛାତ୍ର ଛାତ୍ରୀଙ୍କର ଭୂମିକା ଉପରେ ମଧ୍ୟ ଆଜିର କାର୍ଯ୍ୟକ୍ରମରେ ଗୁରୁତ୍ବ ଦିଆଯାଇଥିଲା। ଏହା ସହ କ୍ୟାମ୍ପସ୍ ରେ ସମ୍ପୂର୍ଣ୍ଣ ଭାବେ ରାଗିଂ ବନ୍ଦ କରିବା ଉପରେ ମଧ୍ୟ ଛାତ୍ର ଛାତ୍ରୀଙ୍କୁ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ବୁଝାଯାଇଥିଲା।

ନୂଆ କରି ରେଭେନ୍ସାରେ ପାଦ ଦେଇଥିବା ଛାତ୍ର ଛାତ୍ରୀ ମାନେ ରେଭେନ୍ସାର ଐତିହ୍ୟକୁ ଦୃଷ୍ଟିରେ ରଖି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ପାଇଁ କୁଳପତି ପ୍ରଫେସର ଇଶାନ୍ ପାତ୍ର ପରାମର୍ଶ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.