ଦେଶର ସର୍ବକନିଷ୍ଠ ଆଇପିଏସ୍ : ଅଭାବୀ ପରିବାରରୁ ଜାମାନଗର ଏଏସପି

Published By : Prameya-News7 Bureau | December 14, 2019 IST

ରାଜକୋଟ ତା ୧୪.୧୨- ମାତ୍ର ୨୨ ବର୍ଷରେ  ଆସିଷ୍ଟାଣ୍ଟ  ପୋଲିସ ସୁପରିଟେଣ୍ଡେଣ୍ଟ । ଦେଶର ସର୍ବକନିଷ୍ଟ  ଆଇପିଏସ୍  ଅଫିସର ହାସାନ ସାଫିନ୍  ଆସନ୍ତା ୨୩ ତାରିଖରେ ଜାମାନଗର ଏଏସ୍‌ପି ଭାବେ ଦାୟୀତ୍ୱ ନେବେ । ଗୁଜୁରାଟର ବାସିନ୍ଦା ହାସାନଙ୍କ ସଫଳତାର କାହାଣୀ ପଛରେ ରହିଛି ଏକ ଦୀର୍ଘ ସଂଘର୍ଷ ।

{"id":197701,"sizeSlug":"large"}

ପାଲୋନପୁର ଅଞ୍ଚଳର କାନୋଦାର ଗ୍ରାମ ବାସିନ୍ଦାସାଫିନ ଏକ ସମ୍ମାନଜନକ ପରିବାରରୁ ଆସିଥିଲେ ବି , ତାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ବାପା  ମୁସ୍ତାଫା ହାସାନ ଏବଂ ମା ନସୀମବାନୁ ଉଭୟ  ଏକ ଛୋଟ କାରଖାନାରେ ହୀରା କରିଗର  । ତେଣୁ ପାଠ ପଢିବା ସମୟରୁ ସଫିନ୍‌ଙ୍କୁ ଅଭାବ ଅନାଟନ ପାଇଁ ସମସ୍ୟା ହୋଇଛି । ପରିବାରର ରୋଜଗାର ଯଥେଷ୍ଟ ନହେଉଥିବାରୁ ସାଫିନ ଙ୍କ ମାଆ ନସୀମାବାନୁ  ସ୍ଥାନୀୟ  ହୋଟେଲ ଏବଂ ବିବାହ ମଣ୍ଡପ ଲାଗି ରୁଟି  ତିଆରିକରି କିଛି ରୋଜଗାର କରି ପୁଅର ପଢା ଖର୍ଚ୍ଚ ପାଇଁ ଦେଉଥିଲେ ।

{"id":197702,"sizeSlug":"large"}

ତେବେ ସ୍କୁଲ କ୍ୟାରିୟରରୁ ମେଧାବୀ ଥିବା ହାସାନ ସାଫିନ୍‌ଙ୍କ ମେଧା କୁ ଦେଖି କିଛି ସ୍ଥାନୀୟ ବ୍ୟକ୍ତି ଏବଂ ସହୃଦୟ ବ୍ୟକ୍ତି ସହାୟତା କରିଥିଲେ।  ତାହା ହିଁ ସାଫିନଙ୍କୁ ତାଙ୍କ ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିଛି । ଗତ ବର୍ଷ ସିଭିଲ ସର୍ଭିସ୍ ପରୀକ୍ଷାରେ ହିଁ ସେ ସଫଳ ହୋଇଥିଲେ । ପ୍ରଥମେ ସେ ୟୁପିଏସସିରେ ସର୍ବଭାରତୀୟ ସ୍ତରରେ ୫୭୦ ରାଙ୍କ୍ ରଖିଥିଲେ । ସେଥିରେ ତାଙ୍କୁ ଆଇପିଏସ୍ ପଦ ମିଳିଥିଲା । କିନ୍ତୁ ଆଇଏଏସ୍‌ ଲାଗି ଆଗ୍ରହୀ ଥିଲେ ସାଫିନ୍ । ତାହା ମିଳିନଥିଲା ଏବଂ ଆଇପିଏସ୍‌ଟ୍ରେନିଂ ନେଇଥିଲେ ସେ ।ଏବେ ସେ ଜାମାନଗର ଏଏସ୍‌ପି ହେବାକୁ ଯାଉଛନ୍ତି । ଦେଶର ସେବା  କରିବା ତାଙ୍କର ଲକ୍ଷ୍ୟ ବୋଲିକହିଛନ୍ତି ସେ ।

{"id":197703,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.