Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆପଣଙ୍କ ପାଇଁ କିପରି ରହିବ ୨୦୨୦ମସିହା ? ଜାଣନ୍ତୁ ସବୁ ରାଶିର ପ୍ରଭାବ ବିଷୟରେ

18/12/2019 at 3:49 PM

ଯେତେ ଯେତେ ନୂଆବର୍ଷ ପାଖେଇ ଆସିଥାଏ ସମସ୍ତଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଥାଏ। ଆଗାମୀ ବର୍ଷ କିପରି ରହିବ? ବିଗତ ବର୍ଷ ତୁଳନାରେ ନୂଆ ବର୍ଷ କିପରି କଟିବ? ଚାକିରୀ-ବ୍ୟବସାୟରେ କ’ଣ ହେବ? ଶିକ୍ଷା ଏବଂ ପରୀକ୍ଷାରେ କ’ଣ ହେବ? ପାରିବାରିକ ଜୀବନରେ କ’ଣ ଘଟିବ? ନୂଆ ବର୍ଷରେ କ୍ୟାରିୟର କ୍ଷେତ୍ରରେ କ’ଣ ଘଟିବ? ଆର୍ଥିକ କ୍ଷେତ୍ରରେ ସ୍ଥିତି କିପରି ରହିବ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବାକୁ ପ୍ରବଳ ଇଚ୍ଛା ହୋଇଥାଏ। ୨୦୨୦ମସିହାର ଗ୍ରହର ଗୋଚରୀୟ ସ୍ଥିତି ଗଣନା କରି ବାର୍ଷିକ ରାଶିଫଳ ବାହାର କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ….

୧.ମେଷ ରାଶି : ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୦ମସିହା ଗତ ବର୍ଷ ତୁଳନାରେ ଯଥେଷ୍ଟ ଶୁଭଫଳ ପ୍ରଦାନ କରିବ। ଆଗାମୀ ବର୍ଷ କାର୍ଯ୍ୟରେ ଆସୁଥିବା ବାଧା ଦୂର ହେବ। ଆପଣଙ୍କ ମନ ସକରାତ୍ମକ ଜିନିଷରେ ଲାଗି ରହିବ। ଭାଗ୍ୟ ସହାୟକ ହେବ ଯାହା ଫଳରେ ଆପଣଙ୍କ ଅଟକି ଥିବା କାମ ପୂରା ହେବ। ଧର୍ମ ପ୍ରତି ଆସକ୍ତ ହେବ। ଧନ ସମ୍ପଦ ବୃଦ୍ଧିର ଯୋଗ ରହିଛି। କ୍ୟାରିୟର କ୍ଷେତ୍ରରେ ଆଗାମୀ ବର୍ଷ ମିଶ୍ରିତ ରହିବ। ପରିବାରରେ ଶେଷ କିଛି ମାସ ଅଶାନ୍ତି ହେବ। କିଛି କାରଣ ପାଇଁ ଅବସାଦଗ୍ରସ୍ତ ରହିବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ଆପଣଙ୍କୁ ମହଙ୍ଗା ପଡ଼ିପାରେ।

୨. ବୃଷ ରାଶି : ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ଖୁବ୍ ଭଲ ଏବଂ ସୁଖ ରହିବ। ଆଗାମୀ ବର୍ଷ ଆପଣଙ୍କୁ ନୂଆ ସଫଳତା ପ୍ରାପ୍ତ ହେବ। ଜମିଜମା ମାମଲାରେ ଭଲ ପରିଣାମ ଦେଖିବାକୁ ମିଳିବ। ରାଜନୀତିରେ ମାନ-ସମ୍ମାନ ଏବଂ ଯଶ ପ୍ରାପ୍ତି ହେବ। ବିଗତ ବର୍ଷ ତୁଳନାରେ ଅନୁକୂଳ ଫଳ ମିଳିବ। ଆୟ ବୃଦ୍ଧି ହେବ। ସୁଖ ସୁବିଧା ମିଳିବ। ଏବର୍ଷ ଲଢ଼େଇ ଝଗଡ଼ା ହେବ। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମସ୍ୟା ସୃଷ୍ଟି ହୋଇପାରେ। ଧନ ହାନି ହେବା ଯୋଗୁଁ କିଛି ଆର୍ଥିକ ସମସ୍ୟା ହୋଇପାରେ। ଯେକୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ସମସ୍ତ ଦିଗ ପ୍ରତି ବିଚାର କରିବେ।

୩. ମିଥୁନ ରାଶି : ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ବର୍ଷ ଭଲ ରହିବ। ଆଗାମୀ ବର୍ଷ ମିଶ୍ରିତ ଫଳ ପ୍ରଦାନ କରିବ। ଚାକିରୀ ଏବଂ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଆଗାମୀ ବର୍ଷ ଅନେକ ସୁଯୋଗ ଆଣିବ। ହଠାତ୍ ଆପଣଙ୍କ କାର୍ଯ୍ୟରେ ପରିବର୍ତ୍ତନ ହେବ। ସ୍ବାସ୍ଥ୍ୟ ଭଲ ରହିବ ଏବଂ ପରିବାରରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଗାଡ଼ି ରକ୍ଷଣାବେକ୍ଷଣରେ ଆପଣଙ୍କ ଅଯଥା ଟଙ୍କା ଖର୍ଚ୍ଚ ହେବ। ବିରୋଧୀ ଅଥବା ଶତ୍ରୃ ଆପଣଙ୍କ ଚିନ୍ତା ବଢ଼ାଇବେ।

୪. କର୍କଟ ରାଶି : କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ବର୍ଷ ମିଶ୍ରିତ ଫଳ ପ୍ରଦାନ କରିବ। କ୍ୟାରିୟର କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟକୁ ନେଇ ବିଦେଶ ଯାଇପାରନ୍ତି। ଆପଣଙ୍କ ପାରିବାରିକ ଜୀବନ ସୁଖକର ହେବ। ଆପଣଙ୍କ ପ୍ରେମ ଜୀବନରେ ଖୁସି ଆସିବ। ଆର୍ଥିକ ସମସ୍ୟା ବଢ଼ିପାରେ। ଛୋଟମୋଟ ଦୁର୍ଘଟଣା ଘଟିପାରେ। କାମରେ ମନ ଲାଗିବ ନାହିଁ।

୫. ସିଂହ ରାଶି : ୨୦୧୯ମସିହା ତୁଳନାରେ ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବର୍ଷ ଫଳଦାୟକ ରହିବ। ଏହା ମାନ ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି କରିପାରେ। ବିବାହ ଯୋଗ ହୋଇପାରେ। ସନ୍ତାନ ପକ୍ଷରୁ ଆପଣଙ୍କୁ ସୁଖ ମିଳିପାରେ। କ୍ୟାରିୟର ମାମଲାରେ ଏହା ବିଶେଷ ଲାଭଦାୟକ ରହିବ। ରୋଗ ପାଇଁ ଚିନ୍ତିତ ରହିବେ। ଶତ୍ରୃଙ୍କ ସଂଖ୍ୟା ବଢ଼ିପାରେ। ଧନ ହାନିର ସମ୍ଭାବନା ରହିଛି।

୬. କନ୍ୟା ରାଶି : କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ବର୍ଷ ବିଗତ ବର୍ଷ ତୁଳନାରେ ଭଲ ରହିବ। ମାନ-ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଶୁଭ ଫଳ ମିଳିବ। ଆଗାମୀ ବର୍ଷ ଶିକ୍ଷା ଏବଂ ସନ୍ତାନ ପାଇଁ ଶୁଭ ରହିବ। ଯେଉଁମାନେ ଦୀର୍ଘ ଦିନରୁ ଘର କିଣିବାକୁ ବିଚାର କରୁଛନ୍ତି ଆଗାମୀ ବର୍ଷ ସେମାନଙ୍କ ଘରର ସ୍ବପ୍ନ ପୂରଣ ହୋଇପାରେ । ଘର ସମସ୍ୟା ବଢ଼ିବ। ବାଦବିବାଦଠୁ ଦୂରେଇ ରୁହନ୍ତୁ ନଚେତ୍ ଆଇନଗତ ବିବାଦରେ ଫସିପାରନ୍ତି। ଏବର୍ଷ ବୁଝିବିଚାରି ବିନିଯୋଗ କରନ୍ତୁ।

୭. ତୁଳା ରାଶି  : ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ବର୍ଷରେ ଗ୍ରହର ଗତି ଅନୁକୂଳ ହେବ ନାହିଁ। ଆଗାମୀ ବର୍ଷ ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ। ପୈତ୍ୟକ ସମ୍ପତ୍ତିରୁ ଲାଭ ମିଳିବାର ଆଶା ରହିଛି। ଆଗାମୀ ବର୍ଷ ଆପଣଙ୍କ ଯାତ୍ରା ସ୍ମରଣୀୟ ହେବ। ନୂଆ ଚାକିରୀ ପାଇ ପାରନ୍ତି। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭୋଗିପାରନ୍ତି। କାର୍ଯ୍ୟାଳୟରେ ଝଗଡ଼ା ହୋଇପାରେ। ଧନ ହାନି ହେବାର ସମ୍ଭାବନା ରହିଛି। ଘର ପରିବାରରେ ଅଶାନ୍ତି ହୋଇପାରେ।

୮. ବିଛା ରାଶି : ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ବର୍ଷ ଶୁଭ ରହିପାରେ। ଏବର୍ଷ ଆପଣଙ୍କ ସୁଖ ସମୃଦ୍ଧିର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି। ଗାଡ଼ି କିଣି ପାରନ୍ତି। ପ୍ରେମ ଜୀବନରେ ସୁଖ ମିଳିବ। ଚାକିରୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆତ୍ମବିଶ୍ବାସର ଅଭାବ ରହିଛି। ଗମ୍ଭୀର ରୋଗ ହୋଇପାରେ। ଆଗାମୀ ବର୍ଷ କିଛି ମାସ ଆପଣଙ୍କୁ ଉତ୍ଥାନ ପତନ ଦେଖିବାକୁ ମିଳିପାରେ।

୯. ଧନୁ ରାଶି : ଧନୁ ରାଶିର ବ୍ୟକ୍ତିଙ୍କୁ ଆଗାମୀ ବର୍ଷ ମିଶ୍ରିତ ଫଳ ପ୍ରଦାନ କରିବ। ଆପଣଙ୍କ ଭିତରେ ନୂଆ ଶକ୍ତି ସଞ୍ଚାର ହେବ। କାର୍ଯ୍ୟକ୍ଷେତ୍ରରେ ନୂଆ ନୂଆ ଯୋଜନାର ବିକାଶ ହେବ ଯାହାର ଲାଭ ଆପଣଙ୍କୁ ମିଳିବ। ସମ୍ପତ୍ତି ବିନିଯୋଗ ଦୃଷ୍ଟିରେ ଏବର୍ଷ ଆପଣଙ୍କୁ ଫାଇଦା ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ମିଳିପାରେ। ପ୍ରେମ ଭୀବନରେ ମଧ୍ୟ ଖୁସି ହେବେ। ଧାର ଟଙ୍କା ମିଳିବାରେ ସମସ୍ୟା ଉପୁଜିପାରେ। ବନ୍ଧୁତା ଦେଖିଚାହିଁ କରନ୍ତୁ। ପରିବାରରେ ଭୁଲ୍ ବୁଝାମଣା ହୋଇପାରେ।

୧୦.ମକର ରାଶି : ମକର ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ବର୍ଷ ଚ୍ୟାଲେଞ୍ଜ ଭରା ରହିବ। କ୍ୟାରିୟର କ୍ଷେତ୍ରରେ ମିଶ୍ରିତ ଫଳ ମିଳିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଶୁଭ ଫଳ ପାଇବେ। ପାରିବାରିକ ଜୀବନ ମଧ୍ୟ ସାମାନ୍ୟ ରହିବ। ଦାମ୍ପତ୍ୟ ଜୀବନରେ ଉତ୍ଥାନ ପତନ ଘଟିପାରେ। ଆର୍ଥିକ କ୍ଷେତ୍ରରେ ଆଶାଜନକ ଫଳ ମିଳିବ ନାହିଁ।

୧୧. କୁମ୍ଭ ରାଶି : କୁମ୍ଭ ରାଶିର ବ୍ୟକ୍ତିଙ୍କୁ ଆଗାମୀ ବର୍ଷ ମିଶ୍ରିତ ଫଳ ପ୍ରଦାନ କରିବ। ଆଗାମୀ ବର୍ଷ ଆପଣଙ୍କ ଆମଦାନୀ ବୃଦ୍ଧି ପାଇବ । ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ଭଲ ଲାଭ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ନିରାଶ ହୋଇପାରନ୍ତି। ପ୍ରେମ ସମ୍ପର୍କରେ ସମସ୍ୟା ଉପୁଜିବ। ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବେ।

୧୨. ମୀନ ରାଶି : ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଏବର୍ଷ ଶୁଭ ରହିବ। ଭଲ ଖବର ମିଳିବ। ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କ ଅଟକିଥିବା ଧନ ପାଇପାରନ୍ତି। ସନ୍ତାନ ସୁଖ ମିଳିପାରେ। ସ୍ବାସ୍ଥ୍ୟ ଠିକ୍ ରହିନପାରେ। ମତାନ୍ତର ବଢ଼ିବ। ଆର୍ଥିକ ସମସ୍ୟା ଉପୁଜିପାରେ।

   Related Posts