Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ପବିତ୍ର ବୁଦ୍ଧ ପୂର୍ଣ୍ଣିମାରେ କେଉଁ ୧୧ଟି ଗୁରୁତ୍ବପୂର୍ଣ୍ଣ କଥାକୁ ମନେ ରଖିଲେ ମଙ୍ଗଳମୟ ହେବ ଆପଣଙ୍କ ଜୀବନ

7/05/2020 at 10:07 AM

ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହା ଗୌତମ ବୁଦ୍ଧ ଜୟନ୍ତୀ ଏବଂ ତାଙ୍କ ନିର୍ବାଣ ଦିବସ ମଧ୍ୟ। ଏହି ଦିନ ଭଗବାନ ବୁଦ୍ଧଙ୍କୁ ବୁଦ୍ଧତ୍ବ ପ୍ରାପ୍ତି ହୋଇଥିଲା। ଆଜି ବୌଦ୍ଧ ଧର୍ମକୁ ମାନୁଥିବା ବିଶ୍ବରେ ୫୦କୋଟିରୁ ଅଧିକ ଲୋକ ଏହି ଦିନକୁ ବଡ଼ ଧୁମଧାମରେ ପାଳନ କରୁଛନ୍ତି। ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ବୁଦ୍ଧ ବିଷ୍ଣୁଙ୍କ ନବମ ଅବତାର। ଅର୍ଥାତ୍ ହିନ୍ଦୁଙ୍କ ପାଇଁ ଏହି ଦିନ ପବିତ୍ର ହୋଇଥାଏ।

ଏହି କାରଣରୁ ବିହାର ସ୍ଥିତ ବୋଧଗୟା ନାମକ ସ୍ଥାନ ହିନ୍ଦୁ ଏବଂ ବୌଦ୍ଧ ଧର୍ମାବଲମ୍ବୀଙ୍କ ପବିତ୍ର ତୀର୍ଥ ସ୍ଥାନ। ଗୃହତ୍ୟାଗ ପରେ ସିଦ୍ଧାର୍ଥ ୭ବର୍ଷ ଯାଏଁ ବଣରେ ବୁଲୁଥିଲେ। ସେ କଠୋର ତପସ୍ୟା କରିଥିଲେ ଏବଂ ବୈଶାଖ ପୂର୍ଣ୍ଣିମା ଦିନ ବୋଧଗୟାରେ ବୋଧି ବୃକ୍ଷ ତଳେ ତାଙ୍କୁ ବୁଦ୍ଧତ୍ବ ଜ୍ଞାନ ପ୍ରାପ୍ତ ହୋଇଥିଲା। ସେବେଠାରୁ ଏହି ଦିନ ବୁଦ୍ଧ ପୂର୍ଣ୍ଣିମା ଭାବେ ଜଣା ଯାଇଥାଏ।

ବୌଦ୍ଧ ଧର୍ମାବଲମ୍ବୀଙ୍କ ବୁଦ୍ଧ ପୂର୍ଣ୍ଣିମା ସବୁଠୁ ବଡ଼ ପର୍ବର ଦିନ ହୋଇଥାଏ। ଏହି ଦିନ ଅନେକ ପ୍ରକାରର ସମାରୋହ ଆୟୋଜିତ କରାଯାଇଥାଏ। ଭିନ୍ନ ଭିନ୍ନ ଦେଶରେ ସେଠାରେ ରୀତି-ନୀତି ଏବଂ ସଂସ୍କୃତି ଅନୁସାରେ ସମାରୋହ ଆୟାଜିତ ହୋଇଥାଏ। ବୁଦ୍ଧ ପୂର୍ଣ୍ଣିମାରେ ଏହି ୧୧ଟି କଥା ଜାଣିବା ଜରୁରୀ,ଜାଣନ୍ତୁ…

୧. ଶ୍ରୀଲଙ୍କାର ଲୋକମାନେ ଏହି ଦିନକୁ ‘ବେସାକ’ ଉତ୍ସବ ଭାବେ ପାଳନ କରନ୍ତି ଯାହା ବୈଶାଖ ଶବ୍ଦର ଅପଭ୍ରଂଶ।

୨. ଏହି ଦିନ ବୌଦ୍ଧମାନେ ଘରେ ଦୀପ ଜଳାନ୍ତି ଏବଂ ଫୁଲରେ ଘରକୁ ସଜା ଯାଇଥାଏ।

୩. ବିଶ୍ବବ୍ୟାପି ବୌଦ୍ଧ ଧର୍ମାବଲମ୍ବୀ ବୋଧଗୟା ଆସିଥାନ୍ତି ଏବଂ ପ୍ରାର୍ଥନା କରିଥାନ୍ତି।

୪. ବୌଦ୍ଧ ଧର୍ମର ଧର୍ମଗ୍ରନ୍ଥ ନିରନ୍ତର ପାଠ କରାଯାଇଥାଏ।

୫. ମନ୍ଦିର ଏବଂ ଘରେ ଧୂପ ଜଳାଯାଇଥାଏ। ମୂର୍ତ୍ତିରେ ଫଳ-ଫୁଲ ଚଢ଼ାଯାଇଥାଏ ଏବଂ ଦୀପ ଜଳାଇ ପୂଜା କରାଯାଇଥାଏ।

୬. ବୋଧିବୃକ୍ଷର ପୂଜା କରାଯାଇଥାଏ। ଏହାର ଶାଖାରେ ହାର ଏବଂ ରଙ୍ଗୀନ ପତକା ସଜାଯାଇଥାଏ। ଚେରରେ କ୍ଷୀର ଏବଂ ସୁଗନ୍ଧିତ ପାଣି ଦିଆଯାଇଥାଏ। ବୃକ୍ଷ ଆଖପାଖରେ ଦୀପ ଜଳାଯାଇଥାଏ।

୭. ଏହି ଦିନ ମାଂସାହାର କରିବା ଅନୁଚିତ୍ କାରଣ ବୁଦ୍ଧ ପଶୁ ହିଂସାର ବିରୋଧୀ ଥିଲେ।

୮. ଏହି ଦିନ କରାଯାଇଥିବା ଭଲ କାମର ପୁଣ୍ୟ ପ୍ରାପ୍ତି ହୋଇଥାଏ।

୯. ପକ୍ଷୀଙ୍କୁ ପିଞ୍ଜରାରୁ ମୁକ୍ତି କରି ଖୋଲା ଆକାଶରେ ଛଡ଼ା ଯାଇଥାଏ।

୧୦. ଗରିବଙ୍କୁ ଭୋଜନ ଏବଂ ବସ୍ତ୍ର ଦାନ କରାଯାଇଥାଏ।

୧୧. ଦିଲ୍ଲୀ ସଂଗ୍ରହାଳୟରୁ ଏହି ଦିନ ବୁଦ୍ଧଙ୍କ ଅସ୍ଥି ବାହାରକୁ ବାହାର କରାଯାଇଥାଏ ଯାହା ଫଳରେ ବୌଦ୍ଧ ଧର୍ମାବଲମ୍ବୀ ସେଠାରେ ଆସି ପ୍ରାର୍ଥନା କରିପାରିବେ।

   Related Posts