ଫୌଜୀ ଧାରାବାହିକରୁ ଆରମ୍ଭ ଅଭିନୟ ଜୀବନ; ଦିୱାନା ଦେଲା ବଲିଉଡକୁ ଏଣ୍ଟ୍ରି ଆଉ ସେ ବନିଗଲେ କିଂ ଖାନ
2/11/2018 at 3:09 PM

ମୁମ୍ବାଇ ୨/୧୧ : ଆଜି ହିନ୍ଦୀ ଫିଲ୍ମ ଜଗତର କିଂ ଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନ | ସେ ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି | ଜନ୍ମଦିନରେ ଶାହରୁଖ ଖାନଙ୍କ ଫିଲ୍ମ “ଜିରୋ” ମଧ୍ୟ ଆଜି ରିଲିଜ ହୋଇଛି | ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଆଜି ଡବଲ ଖୁସିର ଦିନ |
ଶାହରୁଖ ଖାନଙ୍କ ୫୩ ତମ ଜନ୍ମଦିନରେ ଆସନ୍ତୁ ଜାଣିବା ଶାହରୁଖଙ୍କ ବିଷୟରେ ୫୩ ଟି ଅଜଣା ତଥ୍ୟ :
୧. ବଲିଉଡ଼ର ବାଦଶାହ ଶାହରୁଖ ଖାନ ୧୯୬୫ ମସିହା ନଭେମ୍ବର ୨ ତାରିଖରେ ଦିଲ୍ଲୀରେ ଜନ୍ମ ହୋଇଥିଲେ | ଜନ୍ମର ୫ବର୍ଷ ପର୍ଯ୍ୟନ୍ତ ସେ ତାଙ୍କର ଆଇଙ୍କ ଘରେ ମାଂଗାଲୋରରେ ରହୁଥିଲେ |
୨. ୨୦୧୦ ମସିହାରେ ଶାହରୁଖ ଟ୍ୱିଟରରେ ନିଜକୁ ଅଧା ହାଇଦ୍ରାବାଦୀ ଅଧା ପଠାନ୍ ଭାବେ ନିଜର ପରିଚୟ ଦେଇଥିଲେ | ଯେହେତୁ ତାଙ୍କ ମା ହାଇଦ୍ରାବାଦୀ ଏବଂ ବାପା ପଠାଣ ଅଟନ୍ତି| ତେବେ ସେ ହୃଦୟରୁ ଭାରତକୁ ବହୁତ ଭଲପାଆନ୍ତି ବୋଲି କହିଥିଲେ |
୩. ଶାହରୁଖଙ୍କ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ । ସେମାନେ ଭଡା ଘରେ ରହୁଥିଲେ |
୪. ଶାହରୁଖ ଖେଳିବା ପାଇଁ ଭଲ ପାଆନ୍ତି | ସ୍କୁଲରେ ପଢିବାବେଳେ ମଧ୍ୟ ସେ ହକି ଏବଂ ଫୁଟବଲରେ ସବୁବେଳେ ଭାଗ ନେଉଥିଲେ | ତେବେ ଫିଲ୍ମ ଦୁନିଆକୁ ନାଆସିଥିଲେ ସେ ନିଶ୍ଚୟ ଜଣେ ଖେଳାଳି ହୋଇଥାନ୍ତେ | କିନ୍ତୁ କାନ୍ଧରେ ଆଘାତ ଯୋଗୁଁ ସେ ଖେଳିପାରିଲେ ନାହିଁ |
୫. ଏହି ଲୋକପ୍ରିୟ ଅଭିନେତାଙ୍କ ଲକ୍ଷଲକ୍ଷ ପ୍ରସଂଶକ ନକଲ କରୁଛନ୍ତି । କିନ୍ତୁ ସେ ତାଙ୍କ ପିଲାବେଳେ ବଲିଉଡର ତତ୍କାଳୀନ ସୁପରଷ୍ଟାର ଦିଲ୍ଲୀପ କୁମାର, ଅମିତାଭ ବଚ୍ଚନ ଏବଂ ମମତାଜଙ୍କୁ ନକଲ କରୁଥିଲେ ।
୬. ସେ ଦିଲ୍ଲୀର ହଂସରାଜ କଲେଜରୁ ଅର୍ଥନୀତିରେ ସ୍ନାତ୍ତକ କରିଛନ୍ତି | କଲେଜରେ ପଢିବାବେଳେ ମଧ୍ୟ ସେ ଅଧିକାଂଶ ସମୟ ଥିଏଟରରେ ବିତାଉଥିଲେ | ପରବର୍ତ୍ତୀ ସମୟରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ରେ ଯୋଗଦେଇ ନିଜର ପ୍ରତିଭା ଦେଖାଇଥିଲେ |
୭. ୧୯୮୧ ମସିହାରେ ଶାହରୁଖଙ୍କ ବାପାଙ୍କ କ୍ୟାନସରରେ ଦେହାନ୍ତ ହୋଇଥିଲା | ଠିକ ତାଙ୍କର ୧୦ ବର୍ଷ ପରେ ତାଙ୍କ ମାଙ୍କର ମଧ୍ୟ ମଧୁମେହ ରୋଗରେ ମୃତ୍ୟୁ ହୋଇଥିଲା |
୮. ଶାହରୁଖଙ୍କ ପ୍ରକୃତ ନାଁ ଅବଦୁଲ ରହମାନ | ଏହି ନାଁ ଟି ତାଙ୍କ ଆଇ ରଖିଥିଲେ | ପରେ ତାଙ୍କ ପରିବାରଲୋକେ ଏହି ନାଁକୁ ବଦଳାଇ ଶାହରୁଖ ଖାନ ରଖିଥିଲେ |
୯. ୧୯୯୧ ମସିହା ଅକ୍ଟୋବର ୨୫ ତାରିଖରେ ସେ ଗୌରୀଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ | ତାଙ୍କର ୩ଟି ପୁଅ ଝିଅ ଅଛନ୍ତି । ସେମାନେ ହେଲେ ଆର୍ୟ୍ୟନ, ସୁହାନା ଏବଂ ଅବରାମ |
୧୦. ଶାହରୁଖ ସମସ୍ତ ଧର୍ମକୁ ସମାନ ଭାବେ ସମ୍ମାନ ଦିଅନ୍ତି | ସେଥିପାଇଁ ଉଭୟ ଶାହରୁଖ ଏବଂ ଗୌରୀ ତାଙ୍କ ପୁଅଝିଅଙ୍କୁ ଉଭୟ ହିନ୍ଦୁ ଏବଂ ମୁସଲିମ ଧର୍ମକୁ ଅନୁସରଣ କରିବା ପାଇଁ ଶିକ୍ଷା ଦେଇଛନ୍ତି | ଏହିପାଇଁ ତାଙ୍କ ଠାକୁରଘର ଗୀତା ସହିତ କୁରାନ ମଧ୍ୟ ରହିଛି |
୧୧. ୧୯୮୯ ମସିହାରେ ଶାହରୁଖ ପ୍ରଥମେ ଟିଭି ସିରିଏଲ ଦୁନିଆରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ | ତାଙ୍କ ଅଭିନୀତ ପ୍ରଥମ ସିରିଏଲ ହେଲା ଫୌଜୀ |
୧୨. ଶାହରୁଖଙ୍କ ଅଭିନୀତ ପ୍ରଥମ ଫିଲ୍ମ ଥିଲା ଦିୱାନା | ଏଥିରେ ସେ ଦିବ୍ୟାଭାରତୀଙ୍କ ବିପକ୍ଷରେ ଅଭିନୟ କରିଥିଲେ । ଫିଲ୍ମର ଇଣ୍ଟରଭାଲ ବେଳେ ତାଙ୍କର ଏଣ୍ଟ୍ରୀ ହୋଇଥିଲା ।
୧୩. ଶାହରୁଖଙ୍କ ପ୍ରଥମ ଦରମା ଥିଲା ୫୦ ଟଙ୍କା |
୧୪. ନିଜର ପ୍ରଥମ ଦରମାରେ ଶାହରୁଖ ଟ୍ରେନରେ ଦିଲ୍ଲୀରୁ ଆଗ୍ରା ଯାଇଥିଲେ ତାଜ ମହଲ ବୁଲିବା ପାଇଁ |
୧୫. ଶାହରୁଖଙ୍କ ବିଷୟରେ ଏକ ଅବିଶ୍ୱାସନୀୟ କଥା ହେଲା ସେ କେବେ ଆଇସ କ୍ରିମ ଖାଆନ୍ତିନାହିଁ | ଘୋଡାରେ ବସିବା ପାଇଁ ମଧ୍ୟ ସେ ବହୁତ ଡରନ୍ତି |
୧୬. ଶାହରୁଖ ସାଂଖ୍ୟଶାସ୍ତ୍ର ବା ନ୍ୟୁମୋରୋଲୋଜି ଉପରେ ବହୁତ ବିଶ୍ୱାସ କରନ୍ତି | ସେଥିପାଇଁ ତାଙ୍କର ସମସ୍ତ ଗାଡିରେ ୫୫୫ ନମ୍ବର ହିଁ ରହେ |
୧୭. ଦିଲ୍ଲୀର ଦର୍ୟାଗଂଜ ଅଂଚଳରେ ତାଙ୍କର ଏକ ରେସ୍ତୋରାଁ ମଧ୍ୟ ରହିଛି |
୧୮. ୧୯୯୪ ମସିହାରେ ଶାହରୁଖଙ୍କ ଅଭିନୀତ ଫିଲ୍ମ “କଭୀ ହାଁ କଭୀ ନା” ରିଲିଜ ହୋଇଥିଲା | ଏହି ଫିଲ୍ମ ପାଇଁ ସେ ୨୫ ହଜାର ଟଙ୍କା ପାଇଥିଲେ |
୧୯. ୯ଟିରୁ ଉର୍ଦ୍ଧ୍ବ ଫିଲ୍ମରେ ଶାହରୁଖଙ୍କ ନାଁ ରାହୁଲ ରହିଛି |
୨୦. ୬ଟିରୁ ଉର୍ଦ୍ଧ୍ବ ଫିଲ୍ମରେ ସେ ରାଜ ନାଁରେ ଅଭିନୟ କରିଛନ୍ତି |
୨୧. ୨୦୦୫ ମସିହାରେ ଭାରତ ସରକାରଙ୍କ ଦ୍ୱାରା ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ |
୨୨. ଫ୍ରାନ୍ସ ସରକାରଙ୍କ ଦ୍ୱାରା ମଧ୍ୟ ସେ ଦୁଇଟି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି |
୨୩. ଭାରତୀୟ ସିନେମାରେ ତାଙ୍କର ଅଭିନୟ ପାଇଁ ସ୍କଟଲ୍ୟାଣ୍ଡର ଏଡିନବର୍ଗ ବିଶ୍ୱବିଦ୍ୟାଳୟ ମଧ୍ୟ ତାଙ୍କୁ ସମ୍ମାନଜନକ ଡିଗ୍ରୀ ପ୍ରଦାନ କରିଥିଲା |
୨୪. ଇଣ୍ଡିଆ ଟୁଡ଼େର ଏକ ରିପୋର୍ଟ ଅନୁଯାୟୀ ଶାହରୁଖ ଖାନଙ୍କ ନାଁରେ ଚନ୍ଦ୍ରରେ ଏକ ଜାଗା ମଧ୍ୟ ରହିଛି | ଅଷ୍ଟ୍ରେଲିଆର ଜଣେ ପ୍ରଶଂସକ ଲୁନାର ରିପବ୍ଲିକ ସୋସାଇଟି ଜରିଆରେ ଚନ୍ଦ୍ରରେ ଶାହରୁଖଙ୍କ ପାଇଁ ଏହି ଜାଗା କିଣିଛନ୍ତି |
୨୫. ଲସଏଁଜେଲଶର ଜଣେ ପ୍ରଶଂସକ ଶାହରୁଖଙ୍କ ଛୋଟରୁ ଛୋଟ ସଫଳତାରେ ମଧ୍ୟ ଉତ୍ସବ ପାଳନ କରନ୍ତି |
୨୬. ୧୯୯୮ ମସିହାରେ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ କିନ୍ତୁ ଏହି ପୁରସ୍କାରକୁ ସେ ସଲମାନ ଖାନଙ୍କୁ ଅର୍ପଣ କରିଦେଇଥିଲେ |
୨୭. ଭାରତ ବାହାରେ ମାଲେସିଆରେ ମଧ୍ୟ ତାଙ୍କ ପ୍ରଶଂସକ ତାଙ୍କୁ କିଂ ଖାନ ଭାବେ ଗ୍ରହଣ କରନ୍ତି |
୨୮. କୌଣସି ପ୍ରାକୃତିକ ଦୁର୍ବିପାକ ସମୟରେ ଶାହରୁଖ ରିଲିଫ ଦେବାରେ ମଧ୍ୟ ଆଗଭର ହୋଇଥାନ୍ତି | ୨୦୧୧ ମସିହାରେ ଶିଶୁଙ୍କ ପାଠପଢା ପାଇଁ ତାଙ୍କର ଅନୁଦାନ ପାଇଁ ୟୁନେସ୍କୋ ତାଙ୍କୁ ସମ୍ମାନିତ କରିଥିଲା |
୨୯. ୨୦୧୫ ମସିହାରୁ ସେ ମୋସନ ପିକଚର କମ୍ପାନୀ -ରେଡ ଚିଲି ଏଣ୍ଟରଟେନମେଣ୍ଟର ସହ ଅଧ୍ୟକ୍ଷ ଅଛନ୍ତି |
୩୦. କୋଲକାତା ନାଇଟ ରାଇଡର୍ସର ଆଇପିଏଲ ଦଳର ମଧ୍ୟ ସେ ସହ-ମାଲିକ ଅଟନ୍ତି |
୩୧. ଶାହରୁଖ ପାର୍ଟି କରିବା ଏବଂ ସାଙ୍ଗସାଥିଙ୍କ ଗହଣରେ ସମୟ ଅତିବାହିତ କରିବାକୁ ବହୁତ ଭଲପାଆନ୍ତି |
୩୨. ସେ ବହି ପଢିବା ପାଇଁ ମଧ୍ୟ ଭଲପାଆନ୍ତି | ହେରି ପୋଟରର ସମସ୍ତ ସିରିଜର ବହି ସେ ସଂଗ୍ରହ କରିଛନ୍ତି |
୩୩. ସେ ରାତିରେ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରନ୍ତି ଏବଂ ଏହା ନିଜେ ସ୍ୱୀକାର ମଧ୍ୟ କରିଛନ୍ତି |
୩୪. ଶାହରୁଖ ମୁମ୍ବାଇରେ ତାଙ୍କର “ମନ୍ନତ” ବଙ୍ଗ୍ଲୋରେ ୨୭ ବର୍ଷ ହେଲା ବସବାସ କରୁଛନ୍ତି | ତାଙ୍କ ପ୍ରଶଂସକ ମାନେ “ମନ୍ନତ”କୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବିବେଚନା କରିଥାନ୍ତି |
୩୫. ଶାହରୁଖ ହାରଲି ଡେଭିଡ଼ସାନ କୄଜର ବାଇକ ରଖିଛନ୍ତି ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ |
୩୬. ଶାହରୁଖ ବେଣ୍ଟଲି କଣ୍ଟିନେଣ୍ଟାଲ ଜିଟି ର ବିଳାସପୂର୍ଣ୍ଣ କାର ରଖିଛନ୍ତି ଯାହାର ମୂଲ୍ୟ ପାଖାପାଖି ୪କୋଟି | ଏହି କାରଟି ବିଶ୍ୱର ଅନ୍ୟତମ ବିଳାସପୂର୍ଣ୍ଣ କାର |
୩୭. ସେ ଦୁଇଟି ରୋଲସ କାର ମଧ୍ୟ ରଖିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୪.୧ କୋଟି ଟଙ୍କା |
୩୭. ସେ ନିଜର ଏକ ଭ୍ୟାନିଟି ଭ୍ୟାନ ମଧ୍ୟ ରଖିଛନ୍ତି ଯାହାର ମୂଲ୍ୟ ୩.୮ କୋଟି ଟଙ୍କା |
୩୮. ଦୁବାଇର ପାମ ଜୁମେରାହ ବେଳାଭୂମିରେ ତାଙ୍କର ଏକ ଭିଲ୍ଲା ମଧ୍ୟ ରହିଛି |
୩୯. ସେ ୧୪ ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି |
୪୦. ଫିଲ୍ମଫେୟାର ପାଇଁ ସେ ୩୦ ଥର ନୋମିନେଟ ମଧ୍ୟ ହୋଇଛନ୍ତି |
୪୧. ୨୦୧୦ ମସିହାରେ କାନ୍ଧରେ ଆଘାତ ଯୋଗୁଁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା |
୪୨. ଫିଲ୍ମରେ ଅଭିନୟ ବ୍ୟତୀତ ସେ କିଛି ରିଆଲିଟି ଶୋ ମଧ୍ୟ କରିଛନ୍ତି |
୪୩. ବିଜ୍ଞାପନ ସୁଟିଂକୁ ସେ ବହୁତ ଡରନ୍ତି ବୋଲି କୁହନ୍ତି |
୪୪. କଳା ତାଙ୍କର ପ୍ରିୟ ରଙ୍ଗ |
୪୫. ଶାହରୁଖ ନିଜ ସ୍ତ୍ରୀ ଗୌରୀଙ୍କୁ ସ୍ନେହରେ ଗୌରୀମା ବୋଲି ସମ୍ବୋଧନ କରନ୍ତି | ବିବାହ ପୂର୍ବରୁ ଦୀର୍ଘ ୬ ବର୍ଷ ସେମାନଙ୍କ ପ୍ରେମ ଚାଲିଥିଲା ।
୪୬. ଶାହରୁଖ ବହୁ ବିଜ୍ଞାପନ ଏଜେନ୍ସିର ବ୍ରାଣ୍ଡ ଆମ୍ବାସାଡ଼ର |
୪୭. ୧୯୯୪ ମସିହାରେ ଟିକେଟ କାଉଣ୍ଟର ବାହାରେ ଛିଡ଼ାହୋଇ ତାଙ୍କର ପ୍ରଥମ ଫିଲ୍ମର ଟିକେଟ ମଧ୍ୟ ସେ ନିଜେ ବିକିଥିଲେ |
୪୮. ରାତିରେ ଶୋଇବାବେଳେ ସେ ସବୁଦିନ ଇସ୍ତ୍ରୀ ହୋଇଥିବା ପାଇଜାମା ପିନ୍ଧି ଶୁଅନ୍ତି |
୪୯. ୨୦୦୭ ମସିହାରେ ଲଣ୍ଡନରେ ତାଙ୍କର ମହମ ମୂର୍ତ୍ତି ନିର୍ମାଣ କରାଯାଇଥିଲା |
୫୦. ଭାରତର ପ୍ରଥମ ପ୍ଲେ ଷ୍ଟେସନ ତାଙ୍କ ଘରକୁ ଆସିଥିଲା ବୋଲି ସେ ନିଜେ କୁହନ୍ତି |
୫୧. ଫିଫା ପାଇଁ ତାଙ୍କର ବହୁତ ଆଗ୍ରହ ରହିଥିବା ସେ କହିଛନ୍ତି |
୫୨. ତାଙ୍କର ଲୋକପ୍ରିୟ ରିଆଲିଟି ଶୋ ହେଲା “ଜୋର କା ଝଟକା ” ଏବଂ “କ୍ୟା ଆପ ପାଞ୍ଚବି ପାସ ସେ ତେଜ ହେଁ” |
୫୩. ସେ ଲାଜକୁରା ସ୍ୱଭାବର ଏବଂ ମହିଳାମାନଙ୍କୁ ବହୁତ ଡରନ୍ତି ବୋଲି ନିଜେ କୁହନ୍ତି |