Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତୃତୀୟ ପର୍ଯ୍ୟାୟ : ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୯୪ ପ୍ରତିଶତ, ଜାମ୍ମୁ କାଶ୍ମୀରରେ ସର୍ବନିମ୍ନ ୧୨.୪୬ ପ୍ରତିଶତ ମତଦାନ

23/04/2019 at 7:16 PM

ନୂଆଦିଲ୍ଲୀ ୨୩/୪ : ଆଜି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଥିଲା | ସମୁଦାୟ ୧୫ଟି ରାଜ୍ୟରେ ଆଜି ମତଦାନ ହୋଇଛି | ଅନେକ ସ୍ଥାନରେ ମତଦାନ ସୁରୁଖୁରୁ ହୋଇଥିବାବେଳେ ପଶ୍ଚିମବଙ୍ଗ ଗୁର୍ଦାସପୁରରେ ହିଂସା ଦେଖିବାକୁ ମିଳିଥିଲା | ୧୫ ରାଜ୍ୟର ମୋଟ ୧୧୬ ଆସନ ପାଇଁ ଆଜି ଭୋଟ ଗ୍ରହଣ ହୋଇଛି | ସନ୍ଧ୍ୟା ୫ଟା ସୁଦ୍ଧା ୬୧.୩୧ ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା | ଭୋଟ ଗ୍ରହଣ ବେଳେ ଅନେକ ବୁଥରେ ଇଭିଏମ ମେସିନ ଖରାପ ହୋଇଯାଇଥିଲା | ଯାହାଫଳରେ ଭୋଟର ଅନେକ ସମୟ ଅପେକ୍ଷା କରିବାକୁ ପଡିଥିଲା | ଅନେକ ଭୋଟର ଭୋଟ ନଦେଇ ଘରକୁ ଫେରି ଯାଇଥିଲେ | ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନେକ ବଡ ବଡ ନେତା ଆଜି ଭୋଟ ଦେଇ ନିଜର ମତ ସାବ୍ୟସ୍ତ କରିଛନ୍ତି | ଆସନ୍ତୁ ଜାଣିବା କେଉଁଠି କେତେ ପ୍ରତିଶତ ଭୋଟ ଗ୍ରହଣ ହୋଇଛି |

ଆସାମରେ ୭୪.୦୫ ପ୍ରତିଶତ ଭୋଟ ହୋଇଥିବାବେଳେ ବିହାରରେ ୫୪.୯୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି | ଛତିଶଗଡ଼ରେ ୬୪.୦୩ ପ୍ରତିଶତ ମତଦାନ ହୋଇଛି | ଦଦରା ନଗର ହାଭେଲିରେ ୭୧.୪୩ ପ୍ରତିଶତ, ଡାମାନ ଡିୟୁରେ ୬୫.୩୪ ପ୍ରତିଶତ, ଗୋଆରେ ୭୦.୯୬ ପ୍ରତିଶତ, ମୋଦିଙ୍କ ଗଡ ଗୁଜରାଟରେ ୫୮.୮୧ ପ୍ରତିଶତ, ଜାମ୍ମୁ କାଶ୍ମୀରରେ ସର୍ବ ନିମ୍ନ ୧୨.୪୬ ପ୍ରତିଶତ, କର୍ଣ୍ଣାଟକରେ ୬୦.୮୭ ପ୍ରତିଶତ, କେରଳରେ ୬୮.୬୨ ପ୍ରତିଶତ, ମହାରାଷ୍ଟ୍ରରେ ୫୫.୦୫ ପ୍ରତିଶତ, ଓଡିଶାରେ ୫୭.୮୪ ପ୍ରତିଶତ, ତ୍ରିପୁରାରେ ୭୧.୧୩ ପ୍ରତିଶତ, ଉତ୍ତର ପ୍ରଦେଶରେ ୫୬.୩୬ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୭୮.୯୪ ପ୍ରତିଶତ ମତଦାନ ହୋଇଛି |

ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୯୪ ପ୍ରତିଶତ ମତଦାନ ହୋଇଥିବାବେଳେ ଜାମ୍ମୁ କାଶ୍ମୀରରେ ସର୍ବନିମ୍ନ ୧୨.୪୬ ପ୍ରତିଶତ ମତଦାନ ହୋଇଛି |


ତୃତୀୟ ପର୍ଯ୍ୟାୟ ନିର୍ବାଚନ ବହୁତ ମହତ୍ଵପୁର୍ଣ | କାରଣ କଂଗ୍ରେସ ଓ ବିଜେପିର ମୁଖ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ବିରଦ୍ଧାରଣ କରିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ | ବିଜେପି ଅଧ୍ୟକ୍ଷ ଅମିତ ଶାହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ଏହି ପର୍ଯ୍ୟାୟ ନିର୍ବାଚନ ସହ ଜଡିତ | ମତଦାନ ଆରମ୍ଭ ହେବାପରେ ପ୍ରଧାନମନ୍ତ୍ରୀ ମୋଦି ଅହମଦାବାଦର ଏକ ବୁଥରେ ଭୋଟ ଦେଇଥିଲେ | ସେ କହିଥିଲେ ଭୋଟ ପରିଚୟ ପତ୍ର ଆତଙ୍କବାଦୀଙ୍କ ପରିଚୟ ପତ୍ର ଠାରୁ ଅଧିକ ଶକ୍ତିଶାଳୀ |

   Related Posts