ଆକ୍ରମଣର ୩୦ଘଣ୍ଟା ପରେ ଅପରେସନ୍ କରି ମହିଳାଙ୍କ ଶରୀରରୁ କଢ଼ାଗଲା ଛୁରୀ : ତା’ପରେ…

Published By : Prameya-News7 Bureau | June 18, 2020 IST

କୃଷ୍ଣଗିରି ୧୮/୬: ଜଣେ ମହିଳାଙ୍କୁ ଛୁରୀ ଭୁଷାଯିବାର ୩୦ଘଣ୍ଟା ପରେ ତାଙ୍କ ଶରୀରରୁ  ୩ଘଣ୍ଟା ସର୍ଜରୀ ପରେ ଛୁରୀ ବାହାର କରାଯାଇଛି। ଏହି ଘଟଣାଟି ଘଟିଛି ତାମିଲନାଡ଼ୁର କୃଷ୍ଣଗିରି ଜିଲ୍ଲାର ହୋସୁରରେ। ମହିଳାଙ୍କ ନାଁ ମଲ୍ଲିକା ବୋଲି ଜଣା ପଡ଼ିଛି। ତାଙ୍କ ବୟସ ୪୦ବର୍ଷ।

ମଲ୍ଲିକାଙ୍କୁ ମେ ୨୫ତାରିଖରେ ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରିଥିଲେ। ମହିଳା ଜାଣି ନଥିଲେ ସାରା ରାତି ତାଙ୍କ ଛାତିରେ ଛୁରୀ ରହିଥିବାରୁ ସେ ବଞ୍ଚି ପାରିବେ କି ନାହିଁ। ଘଟଣାର ୩୦ଘଣ୍ଟା ପରେ କୋୟମ୍ବାଟୁର ମେଡିକାଲ୍ କଲେଜ ହସ୍ପିଟାଲର ଡାକ୍ତରଙ୍କୁ ୩ଘଣ୍ଟାର ସର୍ଜରୀ ପରେ ମହିଳାଙ୍କ ଶରୀରରୁ ଛୁରୀ ବାହାର କରାଯିବାରେ ସଫଳତା ମିଳିଥିଲା। ସର୍ଜରୀର ୩ଦିନ ପରେ ମହିଳାଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଥିଲା। ମଲ୍ଲିକାଙ୍କୁ ପ୍ରଥମେ ସଲେମର ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ କୋୟମ୍ବାଟୁର ମେଡିକାଲ୍ କଲେଜକୁ ରେଫର କରି ଦିଆଯାଇଥିଲା।

ଛୁରୀର ଲମ୍ବ ୬ଇଞ୍ଚରୁ ଅଧିକ ଥିଲା। ମହିଳାଙ୍କ ଗୋଟିଏ ଫୁସଫୁସର ଗୋଟିଏ ଭାଗରେ ଛିଦ୍ର ହୋଇଛି। ସୌଭାଗ୍ୟବଶତଃ ଛୁରୀ ଯୋଗୁଁ ମହିଳାଙ୍କ ହୃଦୟକୁ କୌଣସି କ୍ଷତି ପହଞ୍ଚି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.