ଐତିହାସିକ ଲଣ୍ଡନ ବ୍ରିଜରେ ଛୁରାମାଡ, ୫ ଆହତ, ପୋଲିସ ଗୁଳିରେ ଆତତାୟୀ ନିହତ

Published By : Prameya-News7 Bureau | November 29, 2019 IST

ଲଣ୍ଡନ : ବ୍ରିଟେନର ଐତିହାସିକ ଲଣ୍ଡନ ବ୍ରିଜରେ ଶୁକ୍ରବାର ଛୁରାମାଡ ଅଭିଯୋଗ ହୋଇଛି। ଆତତାୟୀଙ୍କ ଛୁରି ଆକ୍ରମଣରେ ଅନୁନ୍ୟ ୫ ଜଣ ଆହତ ହୋଇଥିବା ବେଳେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଜଣେ ଆତତାୟୀକୁ ଗୁଳି କରିଥିବା ବେଳେ ଅନ୍ୟଜଣକୁ ଅଟକ ରଖିଛି। ତେବେ ପୁରା ଘଟଣା ସମ୍ପର୍କରେ ପୋଲିସ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହିଁ।

{"id":191814,"sizeSlug":"large"}

ଲଣ୍ଡନ ମେଟ୍ରୋପାଲିଟନ ପୋଲିସ ଘଟଣାକୁ ଆତଙ୍କବାଦ ଆକ୍ରମଣ ହିସାବରେ ଗ୍ରହଣ କରି ମାମଲାର ତଦନ୍ତ କରୁଛି। ସ୍କଟଲ୍ୟାଣ୍ଡ ପୋଲିସ ମାମଲାରେ ବିବୃତ୍ତି ଜାରି କରି ଆମେ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛୁ ବୋଲି କହିଛି। ସମଗ୍ର ଲଣ୍ଡନ ବ୍ରିଜ ଓବେ ପୋଲିସ କର୍ଡନରେ ଥିବା ବେଳେ ବ୍ରିଜ ଆଖପାଖରେ ଥିବା ଲୋକଙ୍କୁ ପୋଲିସକୁ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସ୍କଟଲ୍ୟାଣ୍ଡ ୟାର୍ଡ ଲୋକଙ୍କୁ ଘଟଣାର ଫଟୋ ସୋସାଲ ମିଡିଆରେ ସେୟାର ନ କରିବାକୁ ବି ନିବେଦନ କରିଛି।

{"id":191815,"sizeSlug":"large"}

ଶୁକ୍ରବାରର ଏହି ଘଟଣାକୁ ଆତଙ୍କବାଦ ସଙ୍ଗଠନ ଆଇଏସଆଇଏସ ସହ ବି ଯୋଡି ତଦନ୍ତ କରାଯାଉଥିବା ଜଣାପଡିଛି। ୨୦୧୭ ମସିହାରେ ଲଣ୍ଡନବ୍ରିଜ ଓ ଆଖପାଖ ଅଞ୍ଚଳରେ ଆଇଏସଆଇଏସ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଫଳରେ ସେତେବେଳେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏଣୁ ପୋଲିସ ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଥିବା ବେଳେ ଲଣ୍ଡନ ଆମ୍ବୁଲାନ୍ସ ସେବା ଏହାକୁ ସବୁଠୁ ବଡ ଘଟଣା ବୋଲି ଅଭିହିତ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.