Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସ୍କଟ୍‌ଲ୍ୟାଣ୍ଡ ଗ୍ଲାସ୍‌ଗୋରେ ଛୁରୀମାଡ, ୩ ମୃତ

26/06/2020 at 8:01 PM

ଗ୍ଲାସଗୋ ୨୬।୬:  ସ୍କଟଲ୍ୟାଣ୍ଡ ଗ୍ଲାସଗୋ ସହରରେ ଶୁକ୍ରବାର ଛୁରୀମାଡ ହୋଇଛି। ଅଜ୍ଞାତ ଆକ୍ରମଣକାରୀର ଛୁରୀମାଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ତେବେ ପୋଲିସ ଗୁଳିରେ ଆକ୍ରମଣକାରୀ ପ୍ରାଣ ହରାଇଥିବା ବେଳେ ତାର ପରିଚୟ ଜଣାପଡି ନାହିଁ। ଆକ୍ରମଣକାରୀଙ୍କ ଛୁରୀ ମାଡରେ ସ୍କଟିସ୍ ପୋଲିସ ଫେଡେରେସନର ଜଣେ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜନଗହଳିପୂର୍ଣ୍ଣ ୱେଷ୍ଟ ଜର୍ଜ ଷ୍ଟ୍ରିଟ୍‌ର ପାର୍କ ଇନ୍‌ ହୋଟେଲ ବାହାରେ ଆତତାୟୀ ଅଚାନକ ଛୁରୀ ଆକ୍ରମଣ କରିଥିଲା।  ଦେଖୁ ଦେଖୁ ତା ଆକ୍ରମଣରେ ୩ ଜଣ ପ୍ରାଣ ହରାଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣକାରୀକୁ ଗିରଫ କରିବାକୁ ଉଦ୍ୟମ କରିଥିଲା। ତେବେ ସେ ପୋଲିସକୁ ଧରା ଦେଇନଥିବା ବେଳେ ଓଲଟି ତା ଆକ୍ରମଣରେ ଜଣେ ଅଧିକାରୀ  ଆହତ ହୋଇଥିଲେ। ଏଣୁ ପୋଲିସ ଗୁଳିକରି ଆତତାୟୀକୁ ହତ୍ୟା କରିଛି।

ଘଟଣାକୁ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ମୃତକଙ୍କ ଲାଗି ପ୍ରଧାନମନ୍ତ୍ରୀ ଶୋକ ପ୍ରକଟ କରିଥିବା ବେଳେ ବାରମ୍ବାର ହେଉଥିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ତେବେ ଆତତାୟୀର ମୃତ୍ୟୁ ପରେ ଘଟଣାସ୍ଥଳରେ ପରିସ୍ଥିତି ସ୍ୱଭାବିକ ଅଛି। ତେବେ ମାମଲାର ତଦନ୍ତ ଲାଗି ସେଠାରେ ଏବେବି ପୋଲିସ ଥିବା ଜଣାପଡିଛି।

   Related Posts