ଫ୍ରାନସର ନଟ୍ରେ ଡେମ୍ ଚର୍ଚ୍ଚରେ ଛୁରିକା ଆକ୍ରମଣ, ଜଣେ ମହିଳାଙ୍କ ସମେତ ୩ ମୃତ, ଅନେକ ଆହତ

Published By : Prameya-News7 Bureau | October 29, 2020 IST

ନାଇସ୍‌ ୨୯।୧୦: ଫରାସୀ ସହର ନାଇସ୍‌ର ଏକ ଚର୍ଚ୍ଚରେ ଗୁରୁବାର ଛୁରିକା ଆକ୍ରମଣ ହୋଇଛି। ଆକ୍ରମଣକାରୀ ଜଣେ ମହିଳା ସମେତ ୩ ଜଣଙ୍କୁ ହତ୍ୟା କରିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପୋଲିସ ଆକ୍ରମଣକାରୀଙ୍କୁ ଅଟକ ରଖିଛି। ତେବେ ଏହା ଏକ ଆତଙ୍କବାଦ ଆକ୍ରମଣ ବୋଲି ମେୟର କ୍ରିଷ୍ଟିଆନ ଏଷ୍ଟ୍ରୋସୀ କହିଛନ୍ତି।

{"id":352846,"width":579,"height":401,"sizeSlug":"large"}

ଏହି ଆକ୍ରମଣ ସହରର ନୋଟ୍ରେ ଡେମ ଚର୍ଚ୍ଚରେ ହୋଇଛି। ଆକ୍ରମଣକାରୀ ଜନୈକା ମହିଳାଙ୍କ ମୁଣ୍ଡକାଟି ଦେଇଛନ୍ତି। ଘଟଣା ଜାତୀୟ ଆସେମ୍ବ୍ଲିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କରୋନା ଭାଇରସ ମହାମାରୀ ଦେଶରେ ପୁଣି ବ୍ୟାପୁଥିବାରୁ ଗୁରୁବାର ରାତ୍ରରୁ ଲକଡାଉନ ଲାଗୁ କରାଯିବ। ଏଥିଲାଗି ପ୍ରଧାନମନ୍ତ୍ରୀ ଜାନ୍ କାଷ୍ଟେକ୍ସ ସଂସଦକୁ ସମ୍ବୋଧିତ କରୁଥିବା ବେଳେ ନାଟ୍ରୋ ଡେମ୍‌ ବାସିଲିକାରେ ଏହି ମର୍ମନ୍ତୁଦ ଆକ୍ରମଣ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ନ୍ୟାସନାଲ ଆସେମ୍ବ୍ଲିରେ  ଆକ୍ରମଣରେ ନିହତ ଲୋକଙ୍କଙ୍କ ଲାଗି ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଛି।

{"id":352848,"sizeSlug":"large"}

ଫରାସୀ ରାଜନେତା ମେରାଇନ ଲେ ପେନ୍‌ ମଧ୍ୟ ଏହି ଆକ୍ରମଣରେ ହତ୍ୟା ହୋଇଥିବାର କହିଛନ୍ତି। ଫ୍ରାନ୍ସରେ ମୁଣ୍ଡକାଟି ହତ୍ୟାର ଏହା ପ୍ରଥମ ଘଟଣା ନୁହେଁ। ଚଳିତମାସ ପ୍ରାରମ୍ଭରେ ବିଦ୍ୟାଳୟରେ ନଗରବିଜ୍ଞାନ ପାଠ ପଢା ବେଳେ ଜନୈକ ମିଡିଲ ସ୍କୁଲ ଟିଚର ସାମୁଏଲ ପାଟି ପ୍ରଫେଟ ମହମ୍ମଦଙ୍କ ରେଖାଚିତ୍ର ଦେଖାଇ ପିଲାଙ୍କୁ ପାଠ ପଢାଇଥିଲେ। ଏଣୁ ଜନୈକ ଚେଚେନ୍‌ ବଂଶୋଦଭବ ବିଚ୍‌ ରାସ୍ତାରେ ତାଙ୍କ ମୁଣ୍ଡକାଟି ହତ୍ୟା କରିଥିଲେ। ତେବେ ନାଇସ୍‌ ଚର୍ଚ୍ଚ ଆକ୍ରମଣ ସହ ମିଡିଲ ସ୍କୁଲ ପାଠ ପଢାର ସମ୍ପର୍କ ଥିଲା କି ନା ଅଥବା ମୃତାହତ ଲୋକେ ପ୍ରଫେଟ ମହମ୍ମଦ କାର୍ଟୁନ ସମ୍ବଦ୍ଧିତ କୌଣସି ପ୍ରସଙ୍ଗରେ ସମ୍ପର୍କିତ ଥିଲେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ପୋଲିସ ମାମଲାର ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.