ଜୟପୁର ହାନାଗୁଡ଼ାରେ ଦୃର୍ବୁତ୍ତଙ୍କ ଛୁରାମାଡ଼ରେ ଚାରି ଜଣ ଆହତ

Published By : Prameya-News7 Bureau | June 25, 2018 IST

ଜୟପୁର ହାନାଗୁଡ଼ାରେ ଦୃର୍ବୁତ୍ତଙ୍କ ଛୁରାମାଡ଼ରେ ଚାରି ଜଣ ଆହତ । ଗତକାଲି ରାତିରେ ଚାରିଜଣ ସ୍ଥାନୀୟ କେନାଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଠାରୁ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ଯାହାକୁ ବିରୋଧ କରିବାରୁ ୪ ଯୁବକଙ୍କ ଛୁରାମଡ଼ କରିଛନ୍ତି ଦୁର୍ବୃତ୍ତ । ଛୁରାମାଡ଼ରେ ଅମିତ ବାଗ, ବବଲୁ ବାଗ୍ , ସନ୍ତୋଷ ନାୟକ ଓ ରାଜୀବ ବାଗ ଆହତ ହୋଇଛନ୍ତି । ୪ ଆହତଙ୍କ ଚିକିତ୍ସା ପାଇଁ ପ୍ରଥମେ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆହତ ବବଲୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଅଧିକ ଚିକିତ୍ସା ପାଇଁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ମୋବାଇଲ ପାଇଁ ନୁହେଁ ବଂର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.