ଘରେ ରହିବା ପାଇଁ ପରାମର୍ଶ ଦେଲେ କେଏଲ ରାହୁଲ, ଇନଷ୍ଟାଗ୍ରାମରେ ଦେଲେ 'ଷ୍ଟେ ଆଟ୍ ହୋମ୍' ଚ୍ୟାଲେଞ୍ଜ୍

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ, ୨୧|୦ ୩ :  ଭାରତୀୟ କ୍ରିକେଟ ଦଳର ଓପନର ଓ ଓ୍ୱିକେଟ କିପର୍ କେଏଲ ରାହୁଲ ସୋସିଆଲ ମିଡିଆରେ ଷ୍ଟେ ଆଟ୍ ହାମ୍ ଚ୍ୟାଲେଞ୍ଜ ପାଳନ କରିବା ପାଇଁ ୟୁଜରଙ୍କୁ କହିଛନ୍ତି। ଏପରି କରି କରୋନା ଭାଇରସକୁ ମୁକାବିଲା କରିବା ପାଇଁ ସେ ନିଜ ଫଲୋଅର୍ସଙ୍କୁ ନିବେଦନ କରିଛନ୍ତି।

{"id":241928,"width":754,"height":491,"sizeSlug":"large"}

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ୧୩ ତାରିଖରେ ଚୀନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ସାରା ବିଶ୍ୱକୁ ବ୍ୟାପିଛି। ତେବେ ୟୁରୋପରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହା ମଧ୍ୟରେ ପ୍ରାୟ ୧୧ ହଜାରରୁ ଅଧିକ ଲୋକ ଏହି ଭାଇରସରେ ପ୍ରାଣ ହରାଇଛନ୍ତି। ୨ଲକ୍ଷରୁ ଅଧିକ ଜଣ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।

wp:core-embed/instagram {"url":"https://www.instagram.com/p/B96uBm_guAf/","type":"rich","providerNameSlug":"instagram","className":""}
https://www.instagram.com/p/B96uBm_guAf/
/wp:core-embed/instagram

ରାହୁଲ ନିଜ ଇନଷ୍ଟାଗ୍ରାମ ପେଜରେ ଏହି ଚ୍ୟାଲେଞ୍ଜ ବାବଦରେ ସୂଚନା ଦେଇଛନ୍ତି। ଏହାସହ ନିଜେ ଘରେ ସେ ବ୍ୟାଟିଂ, ବହି ପଢିବା, ଭିଡିଓ ଗେମ୍ ଖେଳିବା, ଚାଟିଂ ଆଦି କରୁଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.