୨.୬୫ ଲକ୍ଷ ଟଙ୍କାରେ ନିଜ ବ୍ୟାଟ୍ ନିଲାମ କଲେ ରାହୁଲ, କରୋନା ମୁକାବିଲା ପାଇଁ ଦାନ କରିବେ ଏହି ଅର୍ଥ

Published By : Prameya-News7 Bureau | April 25, 2020 IST

ବାଙ୍ଗାଲୋର, ୨୫|୦୪:    କରୋନା ଭାଇରସର ମୁକାବିଲ ପାଇଁ ଅର୍ଥ ସଂଗ୍ରହ କରିବାକୁ ଭାରତୀୟ ଦଳର ବ୍ୟାଟସନ୍ୟାନ୍ କେଏଲ ରାହୁଲ ୨୦୧୯ ବିଶ୍ୱକପରେ ଖେଳିଥିବା ନିଜ ବ୍ୟାଟକୁ ନିଲାମ କରିଛନ୍ତି । ସେ ୨ ଲକ୍ଷ ୬୪ ହଜାର ୨୨୮ ଟଙ୍କାରେ ବ୍ୟାଟକୁ ନିଲାମ କରିଛନ୍ତି । ଏହି ଅର୍ଥକୁ ସେ କରୋନା ମୁକାବିଲା ପାଇଁ ଆଓ୍ୱାର୍ ଫାଉଣ୍ଡେସନକୁ ଦାନ କରିଛନ୍ତି ।

ଏହା ସହ ବିଶ୍ୱକପ ଟୁର୍ଣ୍ମାମେଣ୍ଟରେ ସେ ବ୍ୟବହାର କରିଥିବା ହେଲମେଟ୍ ୧,୨୨,୬୭୭ ଟଙ୍କା, ପ୍ୟାଡସକୁ ୩୩,୦୨୮ ଟଙ୍କା, ଜର୍ସିକୁ ୧,୧୩,୨୪୦ ଟଙ୍କା, ଟି୨୦ ଜର୍ସିକୁ ୧,୦୪,୮୨୪ ଟଙ୍କା ଓ ଗ୍ଲୋଭସକୁ ୨୮,୭୮୨ ଟଙ୍କାରେ ନିଲାମ କରିଛନ୍ତି । ଭାରତ ଆର୍ମି ସହାୟତାରେ ଏହି ନିଲାମ କରାଯାଇଥିଲା ।

ଏହାକୁ ନେଇ ରାହୁଲ କହିଛନ୍ତି ଯେ, ସେ ନିଜ କ୍ରିକେଟ୍ ପ୍ୟାଡସ୍, ଗ୍ଲୋଭସ୍, ହେଲମେଟକୁ ଭାରତ ଆର୍ମିକୁ ଦାନ କରିଥିଲେ । ସେମାନେ ଏହାକୁ ନିଲାମ କରିଛନ୍ତି । ନିଲାମରୁ ମିଳିଥିବା ଅର୍ଥକୁ କରୋନା ମୁକାବିଲା ପାଇଁ ବିନିଯୋଗ କରାଯିବ । ଯେଉଁ ଶିଶୁମାନେ ଲକଡାଉନ ପାଇଁ ଖାଇବାକୁ ପାଉ ନାହାଁନ୍ତି ଏହି ସଂସ୍ଥା ସେମାନଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇବ ।

ନିଜ ଲକଡାଉନ ସମ୍ପର୍କରେ ରାହୁଲ କହିଛନ୍ତି ଯେ, ସେ ଏବଂ ତାଙ୍କ ପରିବାର ଏବେ ବାଙ୍ଗାଲୋରରେ ରହୁଛନ୍ତି । ସେ ନିଜ ପରିବାର ସହ ସମୟ ବିତାଇବାକୁ ସମୟ ପାଇଛନ୍ତି । ଯାହା ସେ ପୂର୍ବରୁ ପାଉନଥିଲେ । ଏହି ସମୟ ସମସ୍ତଙ୍କ ଜୀବନକୁ ଏକ ଶିକ୍ଷା ଦେଇଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.