ରାହୁଲଙ୍କ ମଜାଦାର ଟିପ୍ପଣୀ, କୋହଲି-ଡିଭିଲର୍ସଙ୍କୁ ଆଇପିଏଲରୁ ଆଉଟ୍ କରି ଦିଅ, ସେମାନେ ୫୦୦୦ ରନ୍ କଲେଣି, ଆଉ କଣ ଦରକାର…

Published By : Prameya-News7 Bureau | October 15, 2020 IST

ଦୁବାଇ, ୧୫।୧୦:  ଆଇପିଏଲର ଚଳିତ ସିଜିନରେ ନୀରବ ରହିଥିବା ବିରାଟ କୋହଲି ଓ ଏବି ଡିଭିଲର୍ସଙ୍କ ବ୍ୟାଟ୍ ଗର୍ଜନ କରିବା ଆରମ୍ଭ କରିଦେଇଛି । ଏହି ଦୁଇ ବ୍ୟାଟସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବିପକ୍ଷ ବୋଲରଙ୍କ ନିଦ ହଜାଇ ଦେଇଛି । ଏହି ଦୁଇ ଖେଳାଳି ୨୦୧୧ରୁ ଆରସିବିର ସଦସ୍ୟ ରହିଛନ୍ତି । ଉଭୟ ଖେଳାଳିଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଏ । ଉଭୟଙ୍କ ଲଢୁଆ ପାର୍ଟନରସିପ୍ ଦଳକୁ ଅନେକ ବିଜୟ ଉପହାର ଦେଇଛି ।

{"id":344964,"sizeSlug":"large"}

ଚଳିତ ଆଇପିଏଲରେ ଉଭୟଙ୍କ ବ୍ୟାଟିଂ ପାଇଁ ଆରସିବି ୭ଚି ମ୍ୟାଚରୁ ୫ଟିରେ ବିଜୟ ହାସଲ କରିଛି । ତେବେ ବିପକ୍ଷ ଖେଳାଳି ଉଭୟଙ୍କୁ ବ୍ୟାନ୍ କରାଯାଉ ବୋଲି ମଧ୍ୟ ଦାବି କଲେଣି । ଇନଷ୍ଟାଗ୍ରାମ ଲାଇଭ୍ ଚାଟରେ କିଙ୍ଗସ୍ ଏକାଦଶ ପଞ୍ଜାବର ଅଧିନାୟକ କେଏଲ ରାହୁଲ ମଜାରେ କହିଥିଲେ ଯେ,ଆଉପିଏଲ କର୍ତ୍ତୃପକ୍ଷ କୋହଲି ଓ ଡିଭିଲର୍ସଙ୍କୁ ବ୍ୟାନ୍ କରନ୍ତୁ । ଏହା ସେ ସେତେବେଳେ କହିଥିଲେ ଯେତେବେଳେ କୋହଲି ଆଇପିଏଲର କେଉଁ ନିୟମ ବଦଳିବା ଦରକାର ବୋଲି ରାହୁଲଙ୍କୁ ପ୍ରଶ୍ନ କରିଥିଲେ ।

{"id":344963,"sizeSlug":"large"}

ଏହାର ଜବାବରେ ରାହୁଲ କହିଥିଲେ ଯେ, ଆଇପିଏଲର ଆସନ୍ତା ସିଜିନରୁ କୋହଲି ଓ ଡିବିଲର୍ସଙ୍କୁ ବ୍ୟାନ୍ କରାଯିବା ଦରକାର । ବଡ ରେକର୍ଡ ସ୍ଥାପନ କରିବା ପରେ ଆଉ ନଖେଳିବ ଭଲ । କୌଣସି ଖେଳାଳି ଯଦି ୫୦୦୦ ରନ୍ ପୂରଣ କରୁଛନ୍ତି ଏହା ବହୁତ ବଡ କଥା । ଏହାପରେ ସେମାନେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବା ଆବଶ୍ୟକ ।

ସୂଚନାଯୋଗ୍ୟ, ଗତ ଶନିବାର ପଞ୍ଜାବ କୋଲକାତା ନାଇଟ ରାଇଡର୍ସଠୁ ପରାସ୍ତ ହୋଇଥିଲା । ୧୬୫ ରନର ଟାର୍ଗେଟକୁ ପିଛା କରୁଥିବା ପଞ୍ଜାବ ଭଲ ଆରମ୍ଭ କରିଥିଲେ ମଧ୍ୟ ବିଜୟ ଲାଭ କରିପାରି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.