Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରାହୁଲଙ୍କ ପାଖରେ ଅରେଞ୍ଜ କ୍ୟାପ୍, ରାବଡାଙ୍କ ପାଖରେ ପର୍ପଲ୍ କ୍ୟାପ୍, କମ୍ପିଟେଟର୍ କିନ୍ତୁ ବହୁ ଦୂରରେ, ଏଥର ଚମକିବ କିଏ ?

1/10/2020 at 5:06 PM

ଦୁବାଇ, ୦୧ ।୧୦:  କିଙ୍ଗସ୍ ଏକାଦଶ ପଞ୍ଜାବର ଅଧିନାୟକ କେଏର ରାହୁଲ ଏବେ ଚଳିତ ଆଇପିଏଲରେ ସର୍ବାଧିକ ରନ୍ କରିବା ସହ ଅରେଞ୍ଜ୍ କ୍ୟାପ୍ ହାସଲ କରିଛନ୍ତି । ସେହିପରି ଦ୍ରୁତ ବୋଲର କାଗିସୋ ରାବଡା ପର୍ପଲ୍ କ୍ୟାପ୍ ପର୍ପଲ୍ କ୍ୟାପ୍‌ର ଅଧିକାରୀ ହୋଇଛନ୍ତି ।

କେଏଲ ରାହୁଲ ଚେନ୍ନାଇର ଫାପ୍ ଡୁପ୍ଲେସିସଙ୍କଠୁ ଅରେଞ୍ଜ କ୍ୟାପ୍ ଛଡାଇ ଆଣିଥିଲେ । ସେହିପରି ରାବଡା କିଙ୍ଗସ୍ ଏକାଦସ ପଞ୍ଜାବର ଦ୍ରୁତ ବୋଲର ମହମ୍ମଦ ସାମିଙ୍କଠୁ ପର୍ପଲ୍ କ୍ୟାପ୍ ନେଇଛନ୍ତି ।

ଅରେଞ୍ଜ୍ କ୍ୟାପ୍ ଲିଗରେ ସବୁଠାରୁ ଅଧିକ ରନ୍ କରିଥିଲା ବ୍ୟାଟସମ୍ୟାନଙ୍କୁ ପ୍ରଦାନ କରାଯାଏ । ସେହିପରି ସବୁଠାରୁ ଅଧିକ ଓ୍ୱିକେଟ୍ ନେଇଥିବା ବୋଲରଙ୍କୁ ପର୍ପଲ୍ କ୍ୟାପ୍ ଦିଆଯାଏ ।

ରାହୁଲ ଏବେସୁଦ୍ଧା ଲିଗରେ ସର୍ବାଧିକ ରନ୍ କରିଥିବା ବ୍ୟାଟସମ୍ୟାନ୍ ତାଲିକାରେ ଆଗରେ ରହିଛନ୍ତି । ସେ ତିନୋଟି ମ୍ୟାଚରୁ ୨୨୨ ରନ୍ କରିଛନ୍ତି । ରାହୁଲଙ୍କ ପଛରେ ତାଙ୍କ ଦଳର ମୟଙ୍କ ଅଗ୍ରଓ୍ୱାଲ ରହିଛନ୍ତି । ମୟଙ୍କ ରାଜସ୍ଥାନ ବିପକ୍ଷରେ ଶତକ ଅର୍ଜନ କରିଥିଲେ । ସେ ରାହୁଲଙ୍କଠାରୁ ମାତ୍ର ୧ ରନ୍ ପଛରେ ରହିଛନ୍ତି । ତୃତୀୟ ସ୍ଥାନରେ ଫାପ୍ ଡୁପ୍ଲେସିସ୍ ରହିଛନ୍ତି । ସେ ତିନୋଟି ମାଚରୁ ୧୭୩ ରନ୍ କରିଛନ୍ତି ।

ବୋଲର ତାଲିକାରେ ରାବଡା ତିନୋଟି ମ୍ୟାଚରୁ ୭ଟି ଓ୍ୱିକେଟ୍ ନେଇ ପ୍ରଥମ ସ୍ଥାନରେ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ମହମ୍ମଦ ସାମି ଓ ତୃତୀୟରେ ସାମ୍ କୁରେନ୍ ରହିଛନ୍ତି । ସେହିପରି ଟିମ୍ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ସ୍ଥାନରେ ରହିଛି ।

   Related Posts