'ବଡ ନଥିଲା ଟାର୍ଗେଟ୍, ଚେଜ୍ କରିପାରିଥାନ୍ତୁ...' : ପରାଜୟ ପରେ ଏମିତି କହିଲେ କେଏଲ ରାହୁଲ

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଲୀ, ୧୬/୦୫: ରାଜସ୍ଥାନ ରୟାଲ୍ସଠୁ ୨୪ ରନରେ ହାରିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ତେବେ ମ୍ୟାଚ୍ ହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ । ବୋଲର ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ବ୍ୟାଟରମାନେ ବାରମ୍ବାର ନିରାଶ କରିଥିଲେ ବୋଲି ସେ କହିଛନ୍ତି ।

କେଏଲ ରାହୁଲ କହିଛନ୍ତି ଯେ, ରାଜସ୍ଥାନ ୧୭୮ ରନର ଟାର୍ଗେଟ୍ ଦେଇଥିଲା । ଯାହାକୁ ସେମାନେ ହାସଲ କରିପାରିଥାନ୍ତେ । ପିଚ୍ ଭଲ ଥିଲା । ସେମାନେ ରାଜସ୍ଥାନତୁ ଯୋଜନା ଅନୁସାରେ ଅଟକାଇଥିଲେ । କିନ୍ତୁ ବ୍ୟାଟସମ୍ୟାନମାନେ ଖରାପ ପ୍ରଦର୍ଶନ କରିଥିଲେ । ଏକଜୁଟ ହୋଇ ପ୍ରଦର୍ଶନ କରିପାରିନଥିଲେ । ପୂର୍ବରୁ କରାଯାଇଥିବା ରଣନୀତି ସଫଳ ହୋଇନଥିଲା । ଆଗାମୀ ମ୍ୟାଚରେ ସେମାନେ ଭଲ କରିବେ ବୋଲି ରାହୁଲ କହିଛନ୍ତି ।

ମ୍ୟାଚରେ ୪ ଓଭର ବୋଲିଂ କରି ୧୮ ରନ୍ ଦେବା ସହ ୯ ବଲରୁ ୧୭ ରନ୍ କରିଥିଲେ ଟ୍ରେଣ୍ଟ୍ ବୋଲଟ୍ । ତେଣୁ ତାଙ୍କୁ ମ୍ୟାନ୍ ଅଫ୍ ଦି ପୁରସ୍କାର ଦିଆଯାଇଥିଲା । ପୁରସ୍କାର ପାଇବା ପରେ ସେ କହିଥିଲେ ଯେ, ବଲ୍ ସେତେଟା ସ୍ୱିଂ କରୁନଥିଲା । କିନ୍ତୁ ସେ ବୋଲିଂର ଲାଭ ଉଠାଇଥିଲେ । ଆଇପିଏଲରେ ଅନେକ ଥର ତାଙ୍କୁ ବ୍ୟାଟିଂ ନେଇ ପ୍ରଶ୍ନ ପଚରାଯାଏ । ଦଳରେ ଅନେକ ଭଲ ବୋଲର ଅଛନ୍ତି । ସେମାନଙ୍କ ସହ କାମ କରି ଖୁସି ଲାଗୁଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା  ରାଜସ୍ଥାନ । ଯାହା ଦଳକୁ ଦେଇଥିଲା ଗୁଡ୍ ଷ୍ଟାର୍ଟ। ଦମଦାର୍ ବ୍ୟାଟିଂ କରିଥିଲେ ଆରଆର ବ୍ୟାଟର୍ । ଫଳରେ ୨୦ ଓଭରରେ ୧୭୮ ରନ୍ କରିଥିଲା ଟିମ୍ । ୧୭୯ ରନ୍‌ର ଟାର୍ଗେଟ୍ ଚେଜ୍ ପାଇଁ ଓହ୍ଲାଇଥିଲା ସୁପର ଜାଏଣ୍ଟସ୍ । ଆରମ୍ଭରୁ ଫେଲ୍ ମାରିଥିଲେ ଓପନର ।ଫଳରେ ଦଳ ବିଜୟଠୁ ୨୪ ରନ୍ ପଛରେ ରହିଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.