ଟିମ୍ ଇଣ୍ଡିଆରେ ଅଛନ୍ତି ଧୋନୀଙ୍କ ବିକଳ୍ପ, ଏହି ଖେଳାଳିଙ୍କୁ ଇଙ୍ଗିତ କଲେ ଗମ୍ଭୀର

Published By : Prameya-News7 Bureau | April 13, 2020 IST

ନୂଆଦିଲ୍ଲୀ, ୧୩|୦୪:  ଆଇପିଏଲ ଚଳିତ ବର୍ଷ ଖେଳାଯିବା ନେଇ ଦ୍ୱନ୍ଦ୍ୱ ରହିଛି । ମହେନ୍ଦ୍ର ସିଂ ଧୋନୀ ମଧ୍ୟ ଭାରତୀୟ ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବା କଷ୍ଟକର ବୋଲି ଷ୍ଟାର ସ୍ପୋର୍ଟସ୍ ସୋରେ କହିଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର ।

ଗମ୍ଭୀର କହିଛନ୍ତି ଯେ, ଚଳିତ ବର୍ଷ ଆଇପିଏଲ ହେବର ସମ୍ଭାବନା କମ ରହିଛି । ତେଣୁ ଧୋନୀଙ୍କ ପାଖରେ ମଧ୍ୟ ସୁଯୋଗ ଆଉ ନାହିଁ । ସେ ଆଇପିଏଲ ନଖେଳିଲେ ଚୟନକର୍ତ୍ତା ତାଙ୍କୁ ଦଳରେ ସାମିଲ କରିପାରିବେ ନାହିଁ । ସେ ଗତ ୬ ମାସ ଧରି କ୍ରିକେଟରୁ ଦୂରରେ ରହିଛନ୍ତି । ଫଳରେ ଦଳରେ ସ୍ଥାନ ମିଳିବା ତାଙ୍କ ପାଇଁ ଆହୁରି କଷ୍ଟକର ।

{"id":253463,"width":762,"height":514,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, କେଏଲ ରାହୁଲ ବର୍ତ୍ତମାନ ସମୟରେ ଧୋନୀଙ୍କ ବଡ ବିକଳ୍ପ ଭାବେ ଉଭା ହୋଇଛନ୍ତି । କିନ୍ତୁ ଧୋନୀଙ୍କ ଭଳି ତାଙ୍କ କିପିଂ ସେତେଟା ଉନ୍ନତ ନୁହେଁ । ଟି୨୦ କ୍ରିକେଟ ଉପରେ ନଜର ପକାଇଲେ ରାହୁଲ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ସେ ୩ କିମ୍ବା ୪ ନମ୍ବର ପୋଜିସନରେ ଭଲ ଖେଳୁଛନ୍ତି । ଆଇପିଏଲ ନହେଲେ ଧୋନୀଙ୍କ ପାଇଁ  ଶେଷ ସୁଯୋଗ ଚାଲିଯିବ । ଏପରି ସ୍ଥଳେ ଟି୨୦ ବିଶ୍ୱକପରେ ଧୋନୀଙ୍କ ବିକଳ୍ପ ଭାବେ ରାହୁଲଙ୍କୁ ସ୍ଥାନ ମିଳିବ । ଅବସର ନିଷ୍ପତ୍ତିକୁ ଧୋନୀଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି ଗମ୍ଭୀର ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭିଭିଏଲ ଲକ୍ଷ୍ମଣ କହିଛନ୍ତି ଯେ, କେବଳ ଚଳିତ ବର୍ଷର ଆଇପିଏଲ ନୁହେଁ ଆହୁରି ଅଧିକ ଆଇପିଏଲ ଖେଳିବା ପାଇଁ ଧୋନୀଙ୍କ କ୍ଷମତା ରହିଛି । ତେବେ ଚୟନ କମିଟି ଧୋନୀଙ୍କ ସହ ଭବିଷ୍ୟତକୁ ନେଇ ଆଲୋଚନା କରିବା ଜରୁରୀ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.