ଭାରତୀୟ ଦଳ ପାଇଁ ଖୁସି ଖବର, ଇଂଲଣ୍ଡ ଗସ୍ତ ପାଇଁ ଫିଟ୍ ହେଲେ ଏହି ଷ୍ଟାଇଲିସ୍ ବ୍ୟାଟସମ୍ୟାନ

Published By : Prameya-News7 Bureau | May 18, 2021 IST

ନୂଆଦିଲ୍ଲୀ ୧୮।୦୫: ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର। ଭାରତୀୟ ଦଳର ବ୍ୟାଟସମ୍ୟାନ କେଏଲ ରାହୁଲ ସଂପୂର୍ଣ୍ଣ ଭାବେ ଫିଟ୍  ହୋଇଛନ୍ତି। ସେ ବୁଧବାର ବେଙ୍ଗାଲୁରୁରୁ ମୁମ୍ବାଇ ପହଞ୍ଚିବେ। ଆଇପିଏଲ୍ ୨୦୨୧ ସମୟରେ କେଏଲ ରାହୁଲଙ୍କ ଆପେନଡିକ୍ସର ଅପରେସନ ହୋଇଥିଲା। ଏହା ପରେ କରୋନା କାରଣରୁ ଲିଗ୍‌ ସ୍ଥଗିତ ହୋଇଥିଲା। ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ କେଏଲ ରାହୁଲଙ୍କୁ ଚୟନ କରାଯାଇଛି।

ସୂଚନା ଅନୁଯାୟୀ, କେଏଲ ରାହୁଲ ପ୍ରଥମେ ସଡକ ମାର୍ଗ ଦେଇ ବେଙ୍ଗାଲୁରୁରୁ ଚେନ୍ନାଇ ଯିବେ ଏବଂ ସେଠାରୁ ମୁମ୍ବାଇ ଅଭିମୁଖେ ବିମାନରେ ଯାତ୍ରା କରିବେ। ରାହୁଲଙ୍କ ସାଙ୍ଗ ମୟଙ୍କ ଅଗ୍ରଓ୍ଵାଲ ମଧ୍ୟ ସଡକ ମାର୍ଗ ଦେଇ ଚେନ୍ନାଇ ପହଞ୍ଚିବେ ଏବଂ ସେଠାରୁ  ବିମାନରେ ମୁମ୍ବାଇ ଯାତ୍ରା କରିବେ।

{"id":454342,"sizeSlug":"large","linkDestination":"none"}

ଉଲ୍ଲେଖଯୋଗ୍ୟ, ମେ ୨୪ରୁ ସମସ୍ତ ଖେଳାଳିଙ୍କୁ ଜୈବ ନିରାପତ୍ତା ବଳୟରେ ପ୍ରବେଶ କରିବାକୁ ପଡିବ। ଏହା ପୂର୍ବରୁ ସମସ୍ତ ଖେଳାଳିଙ୍କ ଦୁଇଟି କୋଭିଡ୍ ଟେଷ୍ଟ କରାଯିବ। ଦୁଇଟି ଟେଷ୍ଟରେ ନେଗେଟିଭ୍ ଚିହ୍ନଟ ଖେଳାଳିଙ୍କୁ ହିଁ ବାୟୋ ବବଲରେ ରଖାଯିବ।

ସୂଚନାଯୋଗ୍ୟ, ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଖେଳାଳି ଚାର୍ଟର୍ଡ ବିମାନ ଜରିଆରେ ମୁମ୍ବାଇ ପହଞ୍ଚିବେ। ଏହି ଚାର୍ଟର୍ଡ  ବିମାନ ହାଇଦ୍ରାବାଦ, ଚେନ୍ନାଇ ଓ ଦିଲ୍ଲୀରୁ ମୁମ୍ଵାଇ ଅଭିମୁଖେ ଉଡାଣ ଭରିବ। ହାଇଦ୍ରାବାଦରୁ ମହମ୍ମଦ ସିରାଜ ମୁମ୍ବାଇ ପହଞ୍ଚିବେ। ଅନ୍ୟପଟେ ହନୁମା ବିହାରୀ ପୂର୍ବରୁ ଇଂଲଣ୍ଡରେ କାଉଣ୍ଟି ଖେଳୁଛନ୍ତି। ଚେନ୍ନାଇରୁ ଚାର୍ଟର୍ଡ  ବିମାନରେ କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ଆର ଅଶ୍ଵିନ ଓ ଓ୍ଵାଶିଂଟନ ସୁନ୍ଦର ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ। ଦିଲ୍ଲୀରୁ ଋଷଭ ପନ୍ତ, ଶୁବମାନ ଗିଲ୍, ଉମେଶ ଯାଦବ, ଅବେଶ ଖାନ, ଅଭିମନ୍ୟୁ ଈଶ୍ଵରନ ଓ ଇଶାନ୍ତ ଶର୍ମା ମୁମ୍ବାଇ ପହଞ୍ଚିବେ। ଚେତେଶ୍ଵର ପୂଜାରା, ଅକ୍ଷର ପଟେଲ୍, ରବୀନ୍ଦ୍ର ଜାଡେଜା ଓ ଅରଜନ ନଗଓ୍ଵସଓ୍ଵାଲ ଗୁଜରାଟରୁ ସଡକ ପଥରେ ମୁମ୍ଵାଇ ପହଞ୍ଚିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.