କେଏଲ ରାହୁଲ @ ୨୯ : ପିତାଙ୍କ ଛୋଟ ଭୁଲ ପାଇଁ ବଦଳିଗଲା ନାଁ, ରୋହନ ହୋଇଗଲେ ରାହୁଲ

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ,୧୮/୦୪:  ବିରାଟ କୋହଲି, ରୋହିତ ଶର୍ମାଙ୍କ ପରେ କେଏଲ ରାହୁଲ ହେଉଛନ୍ତି ସେହି ଖେଳାଳି ଯିଏ ଦଳକୁ ଅନେକ ସଙ୍କଟ ସମୟରୁ ଉଦ୍ଧାର କରିଛନ୍ତି । ଦଳ ପାଇଁ ସଙ୍କଟ ମୋଚକ ସାଜିଛନ୍ତି । ଓ୍ୱିକେଟକିପିଂ ହେଉ ବା ବ୍ୟାଟିଂ, ସବୁଥିରେ ରାହୁଲ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି । ଆଜି ଅର୍ଥାତ ଏପ୍ରିଲ ୧୮ ତାରିଖରେ ରାହୁଲ ୨୯ ବର୍ଷରେ ପାଦ ଦେଇଛନ୍ତି । ସେ ନିଜର ଜନ୍ମଦିନରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍‌ ଖେଳିବା ପାଇଁ ଷ୍ଟାଡିୟମକୁ ଓହ୍ଲାଇବେ ।

୧୯୯୨ରେ ଜନ୍ମ ହୋଇଥିବା ରାହୁଲଙ୍କ ପୁରା ନାଁ ହେଉଛି କନ୍ନୋର ଲୋକେଶ ରାହୁଲ । ତାଙ୍କ ପିତା ଡ. ଲୋକେଶ ହେଉଛନ୍ତି ଇଞ୍ଜିନିୟର ଓ ମାଆ ରାଜେଶ୍ୱରୀ ପ୍ରଫେସର ଅଟନ୍ତି । ଆଜିର ଦିନରେ ରାହୁଲ ବିଶ୍ୱ କ୍ରିକେଟରେ ଏକ ପରିଚିତ ନାମ । କିନ୍ତୁ ତାଙ୍କ ପିତାଙ୍କ ଏକ ଭୁଲ କାରଣରୁ ଏହି ଖେଳାଳିଙ୍କ ନାଁ ରାହୁଲ ରଖାଯାଇଥିଲା । ତାଙ୍କ ପିତା ସୁନିଲ ଗାଭାସ୍କରଙ୍କ ପ୍ରଶଂସକ ଥିଲେ । ତେଣୁ ସେ ରାହୁଲଙ୍କ ନାଁ ଗାଭାସ୍କରଙ୍କ ପୁଅ ନାଁ ଅନୁସାରେ ରୋହନ ରଖିବେ ବୋଲି ଭାବିଥିଲେ ।

କେଏଲ ରାହୁଲଙ୍କ ନାମକରଣ ଘଟଣା ସବୁଠାରୁ ରୋଚକ ଅଟେ । ଯେତେବେଳେ କେଏଲ ଲୋକେସ ନିଜ ପୁଅ ନାମକରଣ କରୁଥିଲେ, ସେତେବେଳେ ରୋହନ ନାଁ ଭୁଲି ଯାଇଥିଲେ । ତାଙ୍କୁ ଗାଭାସ୍କରଙ୍କ ପୁତ୍ରଙ୍କ ନାଁ ରାହୁଲ ବୋଲି ଲାଗିଥିଲା । ତେଣୁ ସେ ଏହି ନାଁ ନିଜ ପୁଅକୁ ଦେଇଥିଲେ ।

ରାହୁଲଙ୍କ ପିତା ପୁଅକୁ ଇଞ୍ଜିନିୟର କରିବାକୁ ଚାହୁଁଥିଲେ । କିନ୍ତୁ ରାହୁଲ କ୍ରିକେଟ ପ୍ରତି ଆକର୍ଷିତ ଥିଲେ । ୧୧ ବର୍ଷ ବୟସରେ ସେ କ୍ରିକେଟରୁ ଗୁରୁତର ସହ ନେଇଥିଲେ । ତାଙ୍କ ପରିବାର ମଧ୍ୟ ଏଥିରେ ସମର୍ଥନ କରିଥିଲେ । ସେ ୨୦୧୦ରେ କର୍ଣ୍ଣାଟକ ତରଫରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.