Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଶେଷ ୯ ବଲରୁ ୪୨ ରନ୍, ଷ୍ଟାଡିୟମରେ ବହିଲା ରାହୁଲ ଝଡ, ନିରୁପାୟ ହୋଇ ଚାହିଁ ରହିଥିଲେ କୋହଲି

25/09/2020 at 10:11 AM

ଦୁବାଇ, ୨୫।୦୯:  ଗୁରୁବାର ଆଇପିଏଲ-୨୦୨୦ର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କିଙ୍ଗସ୍ ଏକାଦଶ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ବିରାଟ କୋହଲିଙ୍କ ବାଙ୍ଗାଲୋରକୁ ପଞ୍ଜାବ ପରାସ୍ତ କରିଛି । ମ୍ୟାଚର୍ ହିରୋ ଥିଲେ କେଏଲ ରାହୁଲ । ବିସ୍ଫୋରକ ଶତକୀୟ ଇନିଂସ ଖେଳିବା ସହ ପଡିଆର ସବୁ ଦିଗକୁ ସଟ୍ ମାରିଥିଲେ । ଲାଗୁଥିଲା ଯେପରି କେଏଲ ରାହୁଲଙ୍କ ବ୍ୟାଟ୍‌ରେ ଯାଦୁ ଅଛି । କେଏଲ ରାହୁଲଙ୍କ ବ୍ୟାଟିଂ ଆଗରେ କୋହଲିଙ୍କ ସମେତ ବାଙ୍ଗାଲୋର ଖେଳାଳି ନିରୁପାୟ ହୋଇଯାଇଥିଲେ । ଶେଷ ୯ ବଲରେ ରାହୁଲ ୪୨ ରନ୍ କରିଥିଲେ । ଏପରି ଖେଳି ସେ ବିରାଟଙ୍କ ମନୋବଳକୁ ଦୁର୍ବଳ କରିଦେଇଥିଲେ ।

ରାହୁଲଙ୍କ ଶତକ ପଛରେ କେହିକେହି ବାଙ୍ଗାଲୋରର ଖରାପ ଫିଲ୍ଡିଂକୁ ଦାୟୀ କରୁଛନ୍ତି । ଅଧିନାୟକ ବିରାଟ ନିଜେ ଦୁଇଟି କ୍ୟାଚ୍ ଛାଡିଥିଲେ । ରାହୁଲ ୮୩ ରନ୍ କରିଥିବା ବେଳେ ବିରାଟ ତାଙ୍କର ପ୍ରଥମ କ୍ୟାଚ୍ ଛାଡିଥିଲେ । ୮୯ ରନରେ ରାହୁଲଙ୍କୁ ଦ୍ୱିତୀୟ ଥର ଜୀବନଦାନ ମିଳିଥିଲା । ଏହାପରେ ପଡିଆରେ ଛକା ଓ ଚଉକା ବର୍ଷା ହୋଇଥିଲା । ସର୍ବଦା ଜୋସରେ ଦେଖାଯାଉଥିବା ବିରାଟ ନିରାଶ ଲାଗୁଥିଲେ । ଏପରିକି ନର୍ଭସ୍ ମଧ୍ୟ ହୋଇଯାଇଥିଲେ ।

ଶେଷ ୯ ବଲରେ ରାହୁଲ ୪୨ ରନ୍ କରିଥିଲେ । କେବଳ ୧୯ତମ ଓଭରରେ ରାହୁଲ ୨୬ ରନ କରିଥିଲେ । ଡେଲ୍ ଷ୍ଟେନଙ୍କ ଏହି ଓଭରରେ ରାହୁଲ ୩ ଛକା ଓ ୨ ଚଉକା ଲଗାଇଥିଲେ । ୨୦ତମ ଓଭରରେ ରାହୁଲଙ୍କୁ ଶେଷ ୩ଟି ବଲ୍ ଖେଳିବାକୁ ସୁଯୋଗ ମିଳିଥିଲା । ଏହି ୩ ବଲରୁ ୨ଟି ଛକା ଓ ଗୋଟିଏ ଚୌକା ସଂଗ୍ରହ କରିଥିଲେ ରାହୁଲ । ସେ ନିଜ ଅପରାଜିତ ୧୩୨ ରନରେ ୧୪ ଚୌକା ଓ ୭ ଛକା ଲଗାଇଥିଲେ । ଫଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୦୬ ରନର ବିଶାଳ ସ୍କୋର କରିଥିଲା ।

ଏହାର ଜବାବରେ ବିରାଟଙ୍କ ଆରସିବି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳର କୌଣସି ଖେଳାଳି ବଡ ସ୍କୋର କରିପାରିନଥିଲେ । ଦଳ ମାତ୍ର ୧୦୯ ରନରେ ଅଟକି ଯାଇଥିଲା ।

   Related Posts