ଫ୍ଲପ୍ ହେଲେ ହନୁମା ବିହାରୀ, ଫ୍ୟାନ୍ସ୍ କହିଲେ- କାହିଁକି ରାହୁଲଙ୍କୁ ମିଳିଲାନି ସୁଯୋଗ ?
27/12/2020 at 11:33 AM

ମେଲବର୍ଣ୍ଣ, ୨୭/୧୨: ଅଷ୍ଟ୍ରେଲିଆ ବିପକ୍ଷରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟରେ ଭାରତୀୟ ବ୍ୟାଟସମ୍ୟାନ୍ ହନୁମା ବିହାରୀ ପୁଣି ଫ୍ଲପ୍ ହୋଇଛନ୍ତି । ଟେଷ୍ଟର ପ୍ରଥମ ପାଳିରେ ହନୁମା ମାତ୍ର ୨୧ ରନରେ ଆଉଟ ହୋଇଛନ୍ତି । ଏହାକୁ ନେଇ ଦଳ ଚୟନ ଉପରେ ପ୍ରଶ୍ନ ଉଠିଛି ।

ସୋସିଆଲ ମିଡିଆରେ ହୁନୁମାଙ୍କ ଏପରି ଇନିଂସକୁ କଡା ସମାଲୋଚନା କରାଯାଇଛି । ଦଳରୁ ତାଙ୍କୁ ବାହାର କରିବାକୁ ମଧ୍ୟ ଟ୍ୱିଟରରେ ୟୁଜର ମତ ଦେଇଛନ୍ତି । କେ ଏଲ ରାହୁଲଙ୍କୁ ଦଳରେ କାହିଁକି ସ୍ଥାନ ମିଳିନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।

ଏହି ଟେଷ୍ଟରେ ହନୁମା ଭଳ ଖେଳିବେ ବୋଲି ଫ୍ୟାନ୍ସମାନେ ଆଶା କରିଥିଲେ । କିନ୍ତୁ ସେ ଖରାପ ସଟ୍ ଖେଳି ଓ୍ୱିକେଟ୍ ଫିଙ୍ଗିଥିଲେ । ନାଥନ ଲାୟନଙ୍କ ଏକ ବଲରେ ସେ ଷ୍ଟିଭ୍ ସ୍ମିଥଙ୍କୁ କ୍ୟାଚ୍ ଦେଇଥିଲେ । ଫ୍ୟାନ୍ସ ମାନେ ପ୍ରଶ୍ନ କରିଛନ୍ତି ଯେ, କେଏଲ ରାହୁଲ ଭଲ ଫର୍ମରେ ଅଛନ୍ତି । ତାଙ୍କୁ ସ୍ଥାନ ମିଳିବା ଦରକାର । ବିରାଟ କୋହଲିଙ୍କୁ ଅନୁପସ୍ଥିତିରେ ରାହୁଲ ସବୁଠାରୁ ଅଧିକ ପ୍ରଭାବି ବ୍ୟାଟସମ୍ୟାନ୍ ପ୍ରମାଣିତ ହୋଇପାରିବେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ହନୁମା ବିହାରୀ ଆଡିଲେଡ ଟେଷ୍ଟର ପ୍ରଥମ ଇନିଂସରେ ୧୬ ଓ ଦ୍ୱିତୀୟ ଇନିଂସରେ ୮ ରନରେ ଆଉଟ ହୋଇଥିଲେ ।
