ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ନାଇଟ ରାଇଡର୍ସ ଓ ସନରାଇଜର୍ସ : କେକେଆର ପାଇଁ 'କର ବା ମର' ସ୍ଥିତି

Published By : Prameya-News7 Bureau | October 03, 2021 IST

ଦୁବାଇ,୦୩/୧୦: ଆଇପିଏଲ୍‌ର ୪୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ନାଇଟ୍‌ ରାଇଡର୍ସ ପାଇଁ ବିଜୟ ନିହାତି ଜରୁରୀ । ଇତି ମଧ୍ୟରେ ୧୦ ପଏଣ୍ଟ ହାସଲ କରିସାରିଥବା ନାଇଟ୍‌ ରାଇଡର୍ସ ଶେଷ ୨ଟି ଯାକ ମ୍ୟାଚକୁ ବିଶାଳ ବ୍ୟବଧାନରେ ଜିତି ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

ସନରାଇଜର୍ସ ବହୁ ପୂର୍ବରୁ ଟାଇଟଲ ଦୌଡରୁ ବାଦ ପଡ଼ି ସାରିଛି । ତେଣୁ ନାଇଟ୍‌ ରାଇଡର୍ସର ପ୍ଲେ-ଅଫ୍‌ ଦୌଡରେ ବାଦ୍ଧା ଉପୁଜାଇବାକୁ ସନରାଇଜର୍ସ ପ୍ରୟାସ କରିବ ।

ଦ୍ୱିତୀୟାର୍ଦ୍ଧରେ ନାଇଟ୍‌ ରାଇଡର୍ସର ପ୍ରଦର୍ଶନ ବେଶ ପ୍ରଶଂସନୀୟ ରହିଛି । ଭେଙ୍କଟେଶ ଆୟର, ସୁନିଲ ନାରାଏନ ଓ ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଦର୍ଶନ ବଳରେ ନାଇଟ୍‌ ରାଇଡର୍ସ ପ୍ଲେ-ଅଫ୍‌ ଦୌଡରେ ସାମିଲ ହୋଇଛି । ମ୍ୟାଚ୍‌ରେ ମଧ୍ୟ ଏମାନଙ୍କ ଠାରୁ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଆଶା ରଖିବ ।ସନରାଇଜର୍ସ ପୂର୍ବାପେକ୍ଷା ସନ୍ତୁଳିତ ହୋଇଥିଲେ ହେଁ ପ୍ରଦର୍ଶନରେ ସେଭଳି ଉନ୍ନତି ଦେଖିବାକୁ ମିଳିନାହିଁ ।

ବିଶେଷ କରି ଘରୋଇ ଖେଳାଳିମାନେ ଫର୍ମରେ ନଥିବାରୁ ସନରାଇଜର୍ସକୁ ବାରମ୍ବାର ପରାଜୟର ସାମ୍ନା କରିବାକୁ ପଡ଼ିଛି । କେବଳ ରିଦ୍ଧିମାନ ଶାହାଙ୍କୁ ଛାଡ଼ିଦେଲେ କେହି ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.