Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

IPL ଏଲମିନେଟର ମ୍ୟାଚ୍ : ଫେଲ ମାରିଲେ ବାଙ୍ଗଲୋରର ମିଡିଲ୍ ଅର୍ଡର, ସୁନୀଲ ନାରିନଙ୍କ ଘାତକ ବୋଲିଂ, ବିଜୟ ଲକ୍ଷ୍ୟ ୧୩୯

11/10/2021 at 9:12 PM

ଶାରଜାହା ୧୧/୧୦ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆଇପିଏଲର ଏଲିମିନେଟର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଏବଂ କୋଲକାତା ନାଇଟ୍‌ ରାଇଡର୍ସ । ଉଭୟ ଟିମ ଦିଲ୍ଲୀ କ୍ୟାପିଟାଲ୍ସ ସହ ଟକ୍କର ଦେଇ ଫାଇନାଲ ଖେଳିବାକୁ ଆଶା ରଖିଥିବା ବେଳେ ଏଲିମିନେଟର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ବାଙ୍ଗଲୋର । ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୩୮ ରନ ସଂଗ୍ରହ କରିଛି ଦଳ । ପ୍ରଥମରୁ ଜବରଦସ୍ତ ଆରମ୍ଭ କରିଥିଲେ ବି ମିଡିଲ୍‌ ଅର୍ଡର ଖରାପ ପ୍ରଦର୍ଶନ ଯୋଗୁଁ ବଡ ସ୍କୋର କରିବାରେ ସକ୍ଷମ ହୋଇନାହିଁ ଆର୍‌ସିବି ।

ଦଳ ପକ୍ଷରୁ ଓପନର ଦେବଦତ୍ତ ପାଡିକଲ ଏବଂ ଅଧିନାୟକ ବିରାଟ କୋହଲି ଭଲ ଆରମ୍ଭ କରିଥିଲେ ସୁଦ୍ଧା ଦଳ ବଡ ସ୍କୋର କରିପାରିନାହିଁ । ପାଡିକଲ ବ୍ୟକ୍ତିଗତ ଭାବେ ୨୧ ରନ କରି ଆଉଟ ହୋଇଥିବା ବେଳେ କୋହଲି ୩୯ ରନ କରି ଆଉଟ ହୋଇଛନ୍ତି । ସେହିଭଳି ଶ୍ରୀକର ଭରତ ୯ରନ, ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୧୫, ଏବି ଡି ଭିଲିୟର୍ସ ୧୧, ସେହବାଜ ଅହମ୍ମଦ ୧୩ ରନ କରି ଆଉଟ ହୋଇଛନ୍ତି । ଡାଦ୍‌ କ୍ରିଷ୍ଟିଆନ୍‌ ୯ରନ କରି ଆଉଟ ହୋଇଛନ୍ତି । ହର୍ଷଲ ପଟେଲ ୮ ଏବଂ ଜର୍ଜ ଗାର୍ଟନ୍‌ ୦ ରନ କରି ଅପରାଜିତ ଅଛନ୍ତି।

କୋଲକାତା ନାଇଟ ରାଇଡର୍ସର ବୋଲର ମାନେ ଦମଦାର ବୋଲିଂ କରିଛନ୍ତି । ସୁନୀଲ ନାରିନ୍‌ ବାଙ୍ଗଲୋରର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି । ସେ ୪ ଓଭର ବୋଲିଂ କରି ମାତ୍ର ୨୧ ରନ ଦେଇ ୪ଟି ଓ୍ବିକେଟ ନେଇଥିବା ବେ​‌ଳେ, ଲୋକି ଫର୍ଗ୍ୟୁସନ୍‌ ୪ ଓଭରରେ ୩୦ ରନ ୨ ଓ୍ବିକେଟ, ସାକିବଲ ହାସନ୍‌ ୪ ଓଭରରେ ୨୪ ରନ, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୦ ରନ ଏବଂ ଶିବମ ମାଭି ୪ ଓଭରରେ ୩୬ ରନ ଦେଇଛନ୍ତି ।

   Related Posts