IPL 2021 : କ୍ବିଣ୍ଟନ୍‌ ଡି’ କକ୍‌ଙ୍କ ଅର୍ଦ୍ଧଶତକ, କୋଲକାତାକୁ ବିଜୟ ଲକ୍ଷ ୧୫୬

Published By : Prameya-News7 Bureau | September 23, 2021 IST

ଦୁବାଇ ୨୩/୦୯ : ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ IPLରେ ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଜାରି ରହିଛି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୫ ରନ କରିଛି । କ୍ବିଣ୍ଟନ୍‌ ଡି’ କକ୍‌ଙ୍କ ଧର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ଉପଯୋଗୀ ଇନିଂସ ବଳରେ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଛି ।

ପଓପନର ରୋହିତ ଶର୍ମା ଏବଂ କ୍ବିଣ୍ଟନ୍‌ ଡି’ କକ୍‌ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିପାରି ନାହିଁ ମୁମ୍ବାଇ । ରୋହିତ ଶର୍ମା ୩୩ ରନ କରି ଆଉଟ ହୋଇଥିବା ବେଳେ ଡି କକ୍ ୪୨ ବଲ ଖେଳି ୪ ଚୌକା ଏବଂ ୩ ଝକା ବଳରେ ୫୫ରନ କରି ଆଉଟ ହୋଇଛନ୍ତି । ସେହିଭଳି ସୂର୍ଯ୍ୟକୁମାର ଯାଦବ ୫ରନ, ଇଶାନ୍‌ କିଷାନ୍‌ ୧୪ ରନ କରି ଆଉଟ ହୋଇଛନ୍ତି । କିରଣ ପୋଲାର୍ଡ ୨୧ ରନ ଏବଂ କ୍ରୁନାଲ ପାଣ୍ଡ୍ୟା ୧୨ ରନ କରି ଆଉଟ ହୋଇଛନ୍ତି । ସୌରଭ ତିଓ୍ବାରୀ ୫ ରନ ଏବଂ ଆଡାମ୍‌ ମିଲ୍‌ନେ ୧ ରନ କରି ଅପରାଜିତ ଅଛନ୍ତି ।

କୋଲକାତା ନାଇଟ୍‌ ରାଇଡର୍ସ ସ୍ପିନର୍‌ ମାନେ କମାଲ କରିଛନ୍ତି । ବରୁଣ ଚ୍ରକବର୍ତ୍ତୀ ଏବଂ ସୁନୀଲ ନରୀନ୍‌ ଚମତ୍କାର ବୋଲିଂ କରିଛନ୍ତି । ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୨ ରନ ଦେଇଥିବା ବେଳେ ସୁନୀଲ ନରୀନ୍‌ ୪ ଓଭରରେ ୨୦ ରନ ୧ ଓ୍ବିକେଟ୍‌, ପ୍ରସିଦ୍ଧ କ୍ରିଷ୍ଣା ୪ ଓଭରରେ ୪୩ ରନ ୨ ଓ୍ବିକେଟ, ଆନ୍ଦେ୍ର ରସେଲ ୩ ଓଭରରେ ୩୭ ରନ ଏବଂ ନୀତିଶ୍‌ ରାଣା ୧ ଓଭରରେ ୫ ରନ ଦେଇଥିବା ବେଳେ ଲୁକି ଫର୍ଗ୍ୟୁସନ୍‌ ୪ ଓଭରରେ ୨୭ ରନ ଦେଇ ୨ ଓ୍ବିକେଟ ନେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.