Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

IPL 2021 : କୋଲକାତାର ଘାତକ ବୋଲିଂ ଆଗରେ ଚାଲିଲାନି ହାଇଦ୍ରାବାଦ ବ୍ୟାଟ୍‌, KKRକୁ ବିଜୟ ଲକ୍ଷ୍ୟ ୧୧୬

3/10/2021 at 9:06 PM

 ଦୁବାଇ ୦୩/୧୦ : ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ । ଟସ୍‌ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ପ୍ରଥମେ ବ୍ୟାଟିକରି ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ସଂଗ୍ରହ କରିଛି ମାତ୍ର ୧୧୫ ରନ । ଦଳ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଯାହା ଫଳରେ ବଡ ସ୍କୋର କରିବାକୁ ଅକ୍ଷମ ହୋଇଥିଲା । ଓପନର ଜେସନ ରୟ ଏବଂ ରିଦ୍ଧମାନ ଶାହା ନିରାଶ କରିଛନ୍ତି । ରୟ ୧୦ ରନ କରି ଆଉଟ ହୋଇଥିବା ବେଳେ ଶାହା ଖାତା ଖୋଲିପାରିନାହାନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍‌ ଓ୍ବିଲିୟମସନ୍‌ ୨୬ ରନ କରି ଆଉଟ ହୋଇଥିବା ବେଳେ, ପ୍ରିୟମ ଗର୍ଗ ୨୧, ଅଭିଷେକ ଶର୍ମା ୬, ଅବଦୁଲ ସମାଦ ୨୫, କେସନ୍‌ ହୋଲଡର ୨, ରାସିଦ ଖାନ ୮ ରନ କରି ଆଉଟ ହୋଇଛନ୍ତି । ଭୁବନେଶ୍ବର କୁମାର ୭ ଏବଂ ସିଦ୍ଧାର୍ଥ କୌଲ ୭ ରନ କରି ଅପରାଜିତ ଅଛନ୍ତି ।

କୋଲକାତା ପକ୍ଷରୁ ଟିମ ସାଉଦି ୪ ଓଭରରେ ୨୬ ରନ ଦେଇ ୨ ଟି ଓ୍ବିକେଟ ନେଇଥିବା ବେଳେ, ଶିବମ୍‌ ମାଭି ୪ ଓଭରରେ ୨୯ ରନ ୨ ଓ୍ବିକେଟ୍, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୯ରନ ୨ ଓ୍ବିକେଟ, ସାକିବ ଅଲ ହାସନ ୪ ଓଭରରେ ୨୦ ରନ ୧ ଓ୍ବିକେଟ, ସୁନୀଲ ନାରିନ୍‌ ୪ ଓଭରରେ ମାତ୍ର ୧୨ ରନ ଦେଇଛନ୍ତି ।

   Related Posts