କୋଲକାତା ନାଇଟ ରାଇଡର୍ସ କ୍ୟାପଟେନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୦୪ : କୋଲକାତା ନାଇଟ ରାଇଡ଼ର୍ସ କ୍ୟାପଟେନ ଆୟନ ମୋର୍ଗନଙ୍କ ଉପରେ ସିଏସକେ ବିପକ୍ଷ ଆଇପିଏଲ୍ ମ୍ୟାଚରେ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି। ସ୍ଲୋ ଓଭର ରେଟ୍ ଯୋଗୁଁ ୧୨ ଲକ୍ଷ ଜରିମାନା ଲାଗିଛି। ସିଏସକେ ବୁଧବାର ଦିନ କୋଲକାତା ନାଇଟ୍ ରାଇଡ଼ର୍ସକୁ  ପରାଜିତ କରି ୧୮ ରନରେ ବିଜୟ ହାସଲ କରିଥିଲା। ଫାପ୍ ଡୁପ୍ଲେସୀଙ୍କ ୯୫ ରନ୍ ଓ ଦୀପକ ଚହରଙ୍କ ୪ ୱିକେଟ୍ ସାହାଯ୍ୟରେ ସିଏସକେ କେକେଆରକୁ ପରାଜିତ କରିଥିଲା। ସିଏସକେ ୩ ୱିକେଟ୍ ହରାଇ ୨୨୦ ରନ୍ କରିଥିଲା। ଜବାବରେ କେକେଆର ୨୦୨ ରନ୍ କରିଥିଲା।

ଆଇପିଏଲ୍ ଏକ ବୟାନରେ କହିଛି, କୋଲକାତା ନାଇଟ୍ ରାଇଡ଼ର୍ସ କ୍ୟାପଟେନ୍ ଆୟନ୍ ମୋର୍ଗନଙ୍କ ଉପରେ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ୨୧ ତାରିଖରେ ୱାନଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସ୍ଲୋ ଓଭର୍ ରେଟ୍ ପାଇଁ ଜରିମାନା ଲଗାଯାଇଛି। ବୟାନ ଅନୁଯାୟୀ, ଆଇପିଏଲ ଆଚାର ସଂହିତା ଅନୁସାରେ ଏହି ସିଜନରେ ସ୍ଲୋ ଓଭର୍ ରେଟ୍ ସହ ଜଡିତ ଏହା ପ୍ରଥମ ମାମଲା। ସେଥିପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ଆଇପିଏଲ୍ ନିୟମ ଅନୁସାରେ ସ୍ଲୋ ଓଭର ରେଟ୍ ମାମଲାରେ ଟିମର କ୍ୟାପଟେନକୁ ୧୨ ଲକ୍ଷ ଜରିମାନା ଲଗାଯାଇଥାଏ।

ଚେନ୍ନାଇ ସୁପରକିଙ୍ଗ୍ସର ଏହା ଲଗାତାର ତୃତୀୟ ବିଜୟ। ଅଙ୍କ ତାଲିକାରେ ଟିମ୍ ଆରସିବିକୁ ପଛରେ ପକାଇ ଟପରେ ଅଛି। ବୁଧବାର ମ୍ୟାଚରେ ଫାପ୍ ଡୁପ୍ଲେସୀ (୯୫ ରନ) ଓ ଋତୁରାଜ ଗାୟକୱାଡ (୬୨ ରନ) ଦମଦାର୍ ପ୍ରଦର୍ଶନ କରିଥିଲେ। ଦୀପକ ଚହର ମଧ୍ୟ ଆକର୍ଷଣୀୟ ବୋଲିଂ କରିଥିଲେ। ଦୀପକ ୪ ଓଭରରେ ୨୯ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ଲୁଙ୍ଗି ଏନଗିଡି ୨୮ ରନ୍ ଦେଇ ୩ ୱିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.