Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଆଜି କେକେଆରକୁ ଟକ୍କର ଦେବ ଏସଆରଏଚ, ଗତ ମ୍ୟାଚରେ କରିଥିବା ଭୁଲ ସୁଧାରିବ କୋଲକାତା !

26/09/2020 at 3:21 PM

ଦୁବାଇ, ୨୬|୦୯ : ଆଇପିଏଲର ଅଷ୍ଟମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମ ମ୍ୟାଚରେ କେକେଆରର ଅଧିନାୟକ ଦିନେଶ କାର୍ତ୍ତିକଙ୍କୁ ଅନେକ ସମାଲୋଚନା କରିଥିଲେ । ତାଙ୍କ ନେତୃତ୍ୱକୁ ମଧ୍ୟ ଅନେକ ବରିଷ୍ଠ ଖେଳାଳି ପସନ୍ଦ କରିନଥିଲେ । ଆଜିର ମ୍ୟାଚରେ କାର୍ତ୍ତିକ ନୂଆ ରଣନୀତି ସହ ପଡିଆକୁ ଓହ୍ଲାଇପାରନ୍ତି । ଆବୁଧାବିରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ।

ରେକର୍ଡ ଦେଖିଲେ କେକେଆର ଭଲ ସ୍ଥିତିରେ ରହିଛି । ଉଭୟ ଦଳ ମଧ୍ୟରେ ୧୭ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରୁ କୋଲକାତା ୧୦ ଓ ହାଇଦ୍ରାବାଦ ୭ଟି ମ୍ୟାଚ୍ ଜିତିଛନ୍ତି ।

କେକେଆର ଦଳରେ ଗତ ସିଜିନ ତୁଳନାରେ ଅନେକ ପରିବର୍ତ୍ତନ କରାଯାଇଛି । କିନ୍ତୁ ବୁଧବାର ମୁମ୍ବାଇ ବିପକ୍ଷ ମ୍ୟାଚରେ କେକେଆର ଛତ୍ରଭଙ୍ଗ ଦେଇଥିଲା । ୪୯ ରନରେ ମ୍ୟାଚ୍ ହାରିଥିଲା ଦଳ । ଏପରିକି ଆଣ୍ଡ୍ର୍ୟୁ ରସେଲଙ୍କ ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନ ଉଠିଥିଲା । ଗତ ମ୍ୟାଚରେ ରସେଲଙ୍କୁ ଷଷ୍ଠ ସ୍ଥାନରେ ବ୍ୟାଟିଂ ପାଇଁ ସୁଯୋଗ ମିଳିଥିଲା । ସେତେବେଳେ ଦଳ ହାତରୁ ମ୍ୟାଚ୍ ଖସି ଯାଇଥିଲା । ଓଭର ପିଛା ୧୩ରୁ ଅଧିକ ରନ୍ ଆବଶ୍ୟକ ହେଉଥିଲା । ସୁନୀଲ ନରେନଙ୍କ ବୋଲିଂକୁ ନେଇ ମଧ୍ୟ କାର୍ତ୍ତିକଙ୍କୁ ସମାଲୋଚନା କରାଯାଇଥିଲା । ସୁନୀଲ ବୋଲିଂ କରିବା ବେଳେ ରୋହିତ ଶର୍ମା ଛକା ଓ ଚଉକା ବର୍ଷା କରୁଥିଲେ ।

ସେପଟେ ହାଇଦ୍ରାବାଦ ମଧ୍ୟ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି । ଅଧିନାୟକ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ବ୍ୟତୀତ ଅନ୍ୟ କେହି ଖେଳାଳି ଖାସ୍ କରିପାରି ନଥିଲେ । ଦଳର ମଧ୍ୟକ୍ରମର ଦୁର୍ବଳତା ପଦାରେ ପଡିଥିଲା । ଦଳ ୧୦ ରନ୍‌ରେ ମ୍ୟାଚ୍ ହାରିଥିଲା । ଆଜି ଦଳ ନୂଆ ରଣନୀତି ସହ ପଡିଆକୁ ଓହ୍ଲାଇବ ।

   Related Posts