Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଡିଭିଲିୟର୍ସଙ୍କ ଦମଦାର ବ୍ୟାଟିଂ: କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି

18/04/2021 at 5:17 PM

ମୁମ୍ବାଇ ୧୮/୪:  ଇଣ୍ଡିଆାନ୍‌ ପ୍ରିମିୟର ଲିଗ୍‌ର ଦଶମ ମ୍ୟାଚ୍‌ରେ ଆରସିବି ଏବଂ କେକେଆର ସାମ୍ନାସାମ୍ନି ହୋଇଛନ୍ତି। ଆଜିର ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଆରସିବି ବିଶାଳ ସ୍କୋର ଛିଡ଼ା କରିଛି। କେକେଆର ଆଗରେ ବିଶାଳ ରନ୍‌ ଛିଡ଼ା କରିବାରେ ଆରସିବର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଏବଂ ଏବି ଡିଭିଲିୟର୍ସ ସହାୟତା କରିଛନ୍ତି। ମ୍ୟାକ୍ସଓ୍ବେଲ ୪୯ ବଲ୍‌ରେ ୭୮ ରନ୍‌ର ପାଳି ଖେଳିଥିବା ବେଳେ ଡିଭିଲିୟର୍ସ ଛକା ଓ ଚୌକା ବର୍ଷା କରିଛନ୍ତି। ସେ ୩୪ ବଲ୍‌ରେ ୭୬ ରନ୍‌ କରି ଅପାରାଜିତ ଅଛନ୍ତି। ନିର୍ଦ୍ଧାରିତ ୨୦ ଓଭରରେ ଆରସିବି   ୪ ଓ୍ବିକେଟ ବିନିମୟରେ ୨୦୪ ରନ୍‌ କରିଛି।  

ତେବେ ମ୍ୟାଚ୍‌ରେ ଅଧିନାକୟକ ବିରାଟ କୋହଲି କେବଳ ୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଦେବଦତ୍ତ ପଡ୍ଡିକଲ ୨୫ ରନ୍‌, ରଜଦ ପଟିଦାର ଏକ ରନ୍‌ କରି ପାଭିଲିୟନ ଫେରିଥିବା ବେଳେ କେଲ୍‌ ଜେମିସନ୍‌ ୧୧ ରନ୍‌ କରି ଅପରାଜିତ ଅଛନ୍ତି।

ଅନ୍ୟପଟେ ୨୦୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ କେକେଆର। ଆଜିର ମ୍ୟାଚ୍‌ରେ କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଓ୍ବିକେଟ ନେଇଛନ୍ତି। ପାଟ କୁମିନ୍ସ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି।

   Related Posts