ନିଆରା ଓ ସୁନ୍ଦର ଦୃଶ୍ୟ: ସ୍ନେହ ଆଗରେ ଶତ୍ରୁତା ଫେଲ୍, କୁକୁରଠୁ କ୍ଷୀର ପିଉଛି ବିଲେଇ ଛୁଆ, ଭାଇରାଲ୍ ହେଉଛି ଭିଡିଓ

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ ୨୫/୦୧ : କୁକୁର ବିଲେଇ ପରସ୍ପରର ଶତ୍ରୁ ବୋଲି ଆମେ ପିଲାଦିନୁ ଶୁଣି ଆସୁଛୁ। କାହାର କାହା ସହ ପଡ଼େନି। ଆପଣମାନେ ଘରେ, ବାହାରେ, ବିଭିନ୍ନ ଜାଗାରେ କୁକୁର ବିଲେଇ ଝଗଡା କରୁଥିବା ବି ଦେଖିଥିବେ। ଏସବୁ ସତ୍ତ୍ୱେ ଏହି ଦୁଇ ସ୍ତ୍ରୀ ଜୀବ ମଧ୍ୟରେ ସ୍ନେହ ଭରା ସମ୍ବନ୍ଧର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓରେ ଗୋଟିଏ କୁକୁର ଏକ ବିଲେଇ ଛୁଆକୁ କ୍ଷୀର ପିଆଉଛି।

{"id":398238,"sizeSlug":"large","linkDestination":"none"}

ଭିଡିଓ ନାଇଜେରିଆର ଏକ ଗାଁର। ଭିଡିଓରେ ପୋଷା କୁକୁର ତଳି ଶୋଇଛି ଓ ବିଲେଇ ଛୁଆ ମା କୁକୁରର କ୍ଷୀର ପିଉଛି। ବିଲେଇ ଛୁଆ କ୍ଷୀର ପିଉଥିଲେ ବି କୁକୁର ରାଗିନୀ ବରଂ ଚୁପଚାପ ଶୋଇଛି। ସେ ବିଲେଇକୁ କିଛି କରୁନି। ଏହିଭଳି ଏକ ନିଆରା ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ।

{"id":398237,"sizeSlug":"large","linkDestination":"none"}

ସମାଚାର ଏଜେନ୍ସି ରିଉଟର୍ସ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି। ୩୨ ସେକେଣ୍ଡର ଏହି ଭିଡିଓରେ କିଛି ଲୋକ କୁକୁର ଓ ବିଲେଇକୁ ଛିଡା ହୋଇଛନ୍ତି ଓ ମୋବାଇଲରେ ତାଙ୍କ ଭିଡିଓ କରୁଛନ୍ତି।

wp:embed {"url":"https://twitter.com/ReutersIndia/status/1353379536063193090","type":"rich","providerNameSlug":"twitter","responsive":true,"className":""}
https://twitter.com/ReutersIndia/status/1353379536063193090
/wp:embed

ଭିଡିଓ ସେୟାର ହେବାପରେ ବହୁତ ଭାଇରାଲ ହେଉଛି। ଏବେ ସୁଦ୍ଧା ଭିଡିଓକୁ ୩୮୪ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ଓ ୨ ହଜାରରୁ ଅଧିକ ଲୋକ ଲାଇକ ବି କରିଛନ୍ତି। ଲୋକେ ଭିଡିଓକୁ ରିଟ୍ୱିଟ କରି ନାନା ପ୍ରଶ୍ନ ମଧ୍ୟ କରୁଛନ୍ତି। ଲୋକେ ପଚାରିଛନ୍ତି କୁକୁର ଛୁଆ କାହାନ୍ତି ? ଆଉ କିଏ ପଚାରୁଛି ବିଲେଇର ମା କାହିଁ ? ଅନେକ ଲୋକ ଏହି ନିଆରା ସ୍ନେହ ଭରା ଦୃଶ୍ୟକୁ ପ୍ରଶଂସା କରିଛନ୍ତି। କିଛି ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି ଯେ ମନୁଷ୍ୟକୁ ବି ବିନମ୍ର ହେବା ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.