ଲାଇଟର୍‌ରେ ବିଲେଇ ଛୁଆକୁ ଜୀବନ୍ତ ଜାଳିଦେଲା ଦୁର୍ବୃତ୍ତ, ଭିଡିଓ ଭାଇରାଲ୍ ପରେ ପଡିଛି ଖୋଜା

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧/୦୭ : ସୋସିଆଲ ମିଡ଼ିଆରେ ଗୋଟିଏ ବିଲେଇ ଛୁଆର ହତ୍ୟା ଭିଡିଓ ଭାଇରାଲ ହୋଇଛି | ଭିଡିଓ ଭାଇରାଲ ହେବାପରେ ପଶୁଙ୍କ ସୁରକ୍ଷା ପାଇଁ କାମ କରୁଥିବା ଏନଜିଓ ହ୍ୟୁମନ ସୋସାଇଟି ଇଣ୍ଟରନ୍ୟାସନାଲ ଏହି କ୍ରୁର କାମ କରିଥିବା ବ୍ୟକ୍ତି ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି | ଏଚଏସଆଇର ଭାରତୀୟ ଅଧିକାରୀ ଆଲୋକପର୍ଣ ସେନଗୁପ୍ତା କହିଛନ୍ତି ଯେ, ରାତି ଅନ୍ଧାରରେ ଗୋଟିଏ କ୍ଷେତରେ ଗୋଟିଏ ବିଲେଇକୁ ଲାଇଟର ସାହାଯ୍ୟରେ ନିଆଁ ଲଗାଇ ହତ୍ୟା କରିଥିବା ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଛି | ବିଲେଇ ଛୁଆଟି ବିକଳ ହେଇ କାନ୍ଦୁଛି | ଭିଡିଓ କେଉଁଠି ହେଇଚି ଏବଂ ବିଲେଇ ଛୁଆକୁ କିଏ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ | ସେଥିପାଇଁ ଏ ସମ୍ବନ୍ଧରେ ଯିଏ ସମ୍ପୂର୍ଣ୍ଣ ସୂଚନା ଦେବ ତାଙ୍କୁ ସଂଗଠନ ତରଫରୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା ହୋଇଛି |

{"id":303699,"sizeSlug":"large"}

ସେନଗୁପ୍ତା କହିଛନ୍ତି ଯେ ଅସହାୟ ବିଲେଇ ଛୁଆକୁ ଜାଳି ମାରିବା ମାନବିକତାର ବିଫଳତାକୁ ଉଜାଗର କରିଛି | ଏହିଭଳି କ୍ରୁରତା ଉପରେ ଶୀଘ୍ର କଟକଣା ଜାରି କରିବା ଉଚିତ | ଏହିଭଳି ମାନସିକତା ବ୍ୟକ୍ତି ଏହା ପୂର୍ବରୁ ମଧ୍ୟ କେତେ ପଶୁପକ୍ଷୀଙ୍କୁ ହତ୍ୟା କରିଥିବ ଏବଂ ଆଗକୁ କେତେ ପଶୁପକ୍ଷୀ ଓ ମାନବଙ୍କୁ ଖଟି ପହଞ୍ଚାଇବ ତାହା କଳ୍ପନା କରାଯାଇପାରିବ ନାହିଁ |

wp:core-embed/twitter {"url":"https://twitter.com/IndiaHSI/status/1284720815229943808","type":"rich","providerNameSlug":"twitter","className":""}
https://twitter.com/IndiaHSI/status/1284720815229943808
/wp:core-embed/twitter

ସେ କହିଛନ୍ତି, ବିଲେଇ ଛୁଆକୁ ହତ୍ୟା କରିଥିବ ସୂଚନା ସେ ସଂଗଠନ ଅଧିକାରୀଙ୍କୁ ଦେଇଛନ୍ତି | ଏ ସମ୍ବନ୍ଧରେ ଖୁବ ଶୀଘ୍ର ତଦନ୍ତ ହେବ ବୋଲି ସେ କହିଛନ୍ତି | ଏହି ହତ୍ୟାକାରୀ ସମ୍ବନ୍ଧରେ ସୂଚନା ଦେବା ପାଇଁ ଏକ ଇ-ମେଲ ଆଇଡି ଓ ଫୋନ ନମ୍ବର ଜାରି କରାଯାଇଛି | 

{"id":303700,"sizeSlug":"large"}

ଇ-ମେଲ ଆଇଡି ଓ ଫୋନ ନମ୍ବର ହେଲା - [email protected]  7674922044

ଏହି ସଂଗଠନ ଏହା ପୂର୍ବରୁ ସାଇବର ସେଲକୁ ଏହି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ | ଏହି କ୍ରୁର କାର୍ଯ୍ୟ କରିଥିବ ବ୍ୟକ୍ତି ସମ୍ପର୍କରେ ପତା କରିବାକୁ ସାଇବର ସେଲକୁ କୁହାଯାଇଥିଲା | ତମାମ ରିସର୍ଚ୍ଚରୁ ଜଣାପଡିଛି ଯେ ପଶୁପକ୍ଷୀଙ୍କ ସହିତ କ୍ରୁରତା ଅପରାଧିକ ମାନସିକତାର ପରିଚୟ ଦେଇଥାଏ | ଏହିଭଳି ଲୋକମାନଙ୍କ ସହିତ ପିଲାଦିନେ କୌଣସି ହିଂସା ହୋଇଥାଏ ଅଥବା ଏମାନେ ଭବିଷ୍ୟତରେ ଅପରାଧୀ ହୋଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.