Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଲକଡାଉନ୍ ଯୋଗୁଁ ବଢ଼ିଲା ରୋଷେଇ ବଜେଟ୍ : ମହଙ୍ଗା ହେଲା ଡାଲି

30/04/2020 at 4:39 PM

ନୂଆଦିଲ୍ଲୀ ୩୦/୦୪ : କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସାରା ଦେଶକୁ ଲକଡାଉନ ରଖାଯାଇଛି | ଦେଶର ସବୁ ରାଜ୍ୟରେ ଲକଡାଉନ ନିୟମ ଜାରି ରହିଛି | ଲକଡାଉନ ଯୋଗୁଁ ଆର୍ଥିକ ସଙ୍କଟ ମଧ୍ୟ ଦେଖା ଦେଇଛି | ଏଭଳି ପରିସ୍ଥିତିରେ ସାଧାରଣ ଜୀବନଯାପନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି | ଲକଡାଉନ ଯୋଗୁଁ ରୋଷେଇ ବଜେଟ ବଢିଯାଇଛି | ଚାଉଳ, ଡାଲି, ଗହମ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପାଇଛି | ଯାହାଫଳରେ ଲୋକଙ୍କ ଚିନ୍ତା ବଢିଯାଇଛି |

ଗ୍ରାହକ ବ୍ୟବସାୟ ମନ୍ତ୍ରାଳୟର ଏକ ରିପୋର୍ଟ ଅନୁଯାୟୀ, ଲକଡାଉନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ହରଡ ଡାଲି କିଲୋପ୍ରତି ୯୩ ଟଙ୍କା ଥିଲା ଯାହା ବର୍ତ୍ତମାନ ବୃଦ୍ଧି ପାଇ ୧୦୬ ଟଙ୍କା ହୋଇଛି | ବୁଟ ଡାଲି କିଲୋ ପ୍ରତି ୭୨ ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୮୬ ଟଙ୍କାକୁ ବୃଦ୍ଧି ପାଇଛି | ମଶୁରି ଡାଲି କିଲୋ ପ୍ରତି ୭୧ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ ୮୧ ଟଙ୍କା ହୋଇଛି | ସୋରିଷ ତେଲ ୧୨୪ ଟଙ୍କାରୁ ବଢି ୧୩୨ ଟଙ୍କା ହୋଇଛି | ସୋୟାବିନ ତେଲ କିଲୋ ପ୍ରତି ୧୧୧ ଟଙ୍କାରୁ ବଢି ୧୨୧ ଟଙ୍କା ହୋଇଛି | ୨୮ ଦିନ ମଧ୍ୟରେ ଡାଲି ଦର ପୂର୍ବାପେକ୍ଷା ୬ ପ୍ରତିଶତ ବୃଦ୍ଧି ପାଇଛି |

ପନିପରିବା ମଧ୍ୟରେ ପ୍ରତିଦିନ ବ୍ୟବହାର ହେଉଥିବା ଆଳୁ ଦର ମଧ୍ୟ ବୃଦ୍ଧି ପାଇଛି | ଆଳୁ ଦର ୧୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଟମାଟୋ ଦର ୨୮ ପ୍ରତିଶତ ବୃଦ୍ଧି ପାଇଛି | ଆବଶ୍ୟକୀୟ ଖାଦ୍ୟପେୟ ଏବଂ ପଦାର୍ଥର କ୍ରୟ ଏବଂ ପରିବହନକୁ ଲକଡାଉନ ସମୟରେ ଛାଡ଼ କରିବା ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ଛାଡ଼ ହୋଇନାହିଁ ବରଂ ଦର ବୃଦ୍ଧି ପାଇଛି |

ଲକଡାଉନ ସମୟରେ ୧୧ ହଜାର ୧୫୯ ଶ୍ରମିକଙ୍କ ମଧ୍ୟରୁ ୯୬ ପ୍ରତିଶତ ଶ୍ରମିକଙ୍କୁ ସରକାରୀ ରାସନ ମିଳିନାହିଁ | ୭୨ ପ୍ରତିଶତ ଶ୍ରମିକଙ୍କ କହିବାନୁଯାୟୀ ସେମାନେ ପାଇଥିବା ରାସନ ଦୁଇ ଦିନରେ ଶେଷ ହୋଇଯାଇଥିଲା | ୯୦ ପ୍ରତିଶତ ଶ୍ରମିକ କହିଛନ୍ତି ଯେ, ତାଙ୍କୁ ତାଙ୍କର ପାରିଶ୍ରମିକ ବା ବେତନ ମିଳିନାହିଁ |

   Related Posts