Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

‘କିସ୍’‌କୁ ବ୍ୟାନ୍ କରିବାକୁ ଆଦିବାସୀ ନେତାଙ୍କ ଦାବି, କହିଲେ ଆଦିବାସୀ ପିଲାଙ୍କ ସଂସ୍କୃତି-ପରମ୍ପରା ଓ ପାରିବାରିକ ସମ୍ପର୍କ ଭାଙ୍ଗୁଛି ଏହି ଅନୁଷ୍ଠାନ, ଏହା ସମ୍ବିଧାନ ବିରୋଧି

1/09/2020 at 5:26 PM

ଭୁବନେଶ୍ୱର, ୦୧|୦୯:  କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ ବା କିସ୍ ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିଥାଏ ବୋଲି ଏହାର ପରିଚାଳକ ଦାବି କରନ୍ତି । ସେମାନଙ୍କ ଦାବି ଅନୁସାରେ, ଏଠାରେ ଆଦିବାସୀ ଛାତ୍ରଛାତ୍ରୀ ମାଗଣାରେ ରହିବା ସହ ପାଠପଢିଥାନ୍ତି । ୨୫୦ଛାତ୍ରରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ଏବେ ପ୍ରାୟ ୨୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିବା ଦାବି କରନ୍ତି  ଏହାର ପରିଚାଳକ ତଥା ପ୍ରତିଷ୍ଠାତା ଦାବି କରୁଥିବା ବ୍ୟକ୍ତିବିଶେଷ।  ତେବେ ସତ ଯେ କିସ୍ ଭଳି ଅନୁଷ୍ଠାନ ନାମରେ  ଏହାର ପ୍ରତିଷ୍ଠାତା କହୁଥିବା ଅଚ୍ୟୁତ ସାମନ୍ତ କେବଳ ନିଜର ପ୍ରଚାର ସହ ନାଁ କମାଇଛନ୍ତି । ତେବେ କିସ୍‌ର ପରଦା ପଛରେ ଏପରି ଅନେକ କଥା ଅଛି ଯାହା ଅନେକ ସମୟରେ ସାମ୍ନାକୁ ଆସୁନଥିବା ବେଳେ କିଛି ଆଦିବାସୀ ନେତା, ଶିକ୍ଷାବିତ୍ ତଥା ବୁଦ୍ଧିଜୀବୀ ଏହି ଅନୁଷ୍ଠାନ ଏବଂ ତାହାର ପରିଚାଳନା ବିରୋଧରେ ଆଣିଛନ୍ତି ଅଭିଯୋଗ । ଆଦିବାସୀ ନେତା ପ୍ରଣବ ଡୋଲେ ଏବଂ ଗ୍ଲାଡସନ୍ ଡୁଙ୍ଗଡୁଙ୍ଗ୍ ମଧ୍ୟ କିସ୍ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି  ।ଇଂରାଜୀ ପୋର୍ଟାଲ ଟିସିଏନକୁ ସାକ୍ଷାତକାର ଦେଇ ପ୍ରଣବ ଡୋଲେ କିସ୍ ବିରୋଧରେ ଅନେକ ଯୁକ୍ତି ବାଢିଛନ୍ତି ।

 ଏହି ନେତାଙ୍କ ଅଭିଯୋଗ ଅନୁଯାୟୀ, ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ କିସକୁ ଆସିବା ପରଠାରୁ  ନିଜ ପରିବାରଠାରୁ ଅଲଗା ହେଇଯାଉଛନ୍ତି । ଏହାସହ ସେମାନେ ନିଜର ପାରମ୍ପରିକ ସଂସ୍କୃତି, କଳା ଓ ପରମ୍ପରାଠୁ ଢେର୍ ଦୂରକୁ ଚାଲିଯାଉଛନ୍ତି । ଏଥିପାଇଁ ୨୦୦ରୁ ଅଧିକ ଆଦିବାସୀ ନେତା, ବୁଦ୍ଧିଜୀବୀ, ଶିକ୍ଷାବିତ୍, ଛାତ୍ରନେତା ଆଦି କିସ୍ ବିରୋଧରେ ଏକ ପିଟିସନ୍ ଦାଖଲ କରିଥିଲେ । ଯେଉଁଥିରେ ଇଣ୍ଟରନ୍ୟାଶନାଲ୍ ୟୁନିଅନ୍ ଅଫ୍ ଆନ୍ଥ୍ରପୋଲୋଜି ଆଣ୍ଡ୍ ଇଥନୋଲୋଜିକାଲ ସାଇନ୍ସେସକୁ ଓ୍ୱାର୍ଲଡ୍ କଂଗ୍ରେସ ଅଫ୍ ଆନ୍ଥ୍ରୋପୋଲୋଜି ବା ଡବ୍ଲ୍ୟୁସିଏ ୨୦୨୩ର ଆୟୋଜନ କିସରେ ନକରିବାକୁ ଦାବି କରାଯାଇଥିଲା ।  ଏହି ପିଟିସନ ଆଧାରରେ ଇଣ୍ଟରନ୍ୟାଶନାଲ୍ ୟୁନିଅନ୍ ଅଫ୍ ଆନ୍ଥ୍ରପୋଲୋଜି ଆଣ୍ଡ୍ ଇଥନୋଲୋଜିକାଲ ସାଇନ୍ସେସର ସଭାପତି ଜୁଞ୍ଜି କୋଇଜୁମି କିସରେ ୨୦୨୩ରେ ଡବ୍ଲ୍ୟୁସିଏର ଆୟୋଜନକୁ ବାତିଲ ନିର୍ଦ୍ଦେଶ ଦେଇଛନ୍ତି ।

 କିସ୍ ବିରୋଧି ପିଟିସନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ପ୍ରଣବ ଡୋଲେ । ଯିଏ କି ଜଣେ ଆଦିବାସୀ ନେତା । ସେ ଜିପାଲ କୃଷକ ଶ୍ରମିକ ସଙ୍ଘର ପରାମର୍ଶଦାତା ଅଛନ୍ତି । ଏହାସହ ଆଦିବାସୀ ନେତା ଗ୍ଲାଡସନ୍ ଡୁଙ୍ଗଡୁଙ୍ଗଙ୍କ ସମେତ ଆହୁରି ଅନେକ ଜନ ପ୍ରତିନିଧି ମଧ୍ୟ କିସରେ ଡବ୍ୟୁସିଏର ଆୟୋଜନକୁ ବିରୋଧ କରିବା ସହ କିସ୍‌ର ମୁଖା ଖୋଲିଥିଲେ । ତେବେ ପ୍ରଣବ କାହିଁକି କିସ୍ ବିରୋଧରେ ସାମ୍ନାକୁ ଆସିଥିଲେ ଓ ଡବ୍ଲ୍ୟୁସିଏର ଆୟୋଜନକୁ ବିରୋଧ କରି ପିଟିସନ ଦାଖଲରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଏବେ ଏକ ସାକ୍ଷାତକାରରେ ତାହା ପ୍ରକାଶ କରିଛନ୍ତି ।

କିସ୍ ଭଳି ଶିକ୍ଷାନୁଷ୍ଠାନ କାହିଁକି ଆଦିବାସୀ ସମାଜ ପ୍ରତି ବିପଦଜ୍ଜନକ, ସେନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ପ୍ରଣବ । ସେ କହିଛନ୍ତି ଯେ, ୨୦୧୮ରେ କିସରେ ଡବ୍ଲ୍ୟୁସିଏର ଆୟୋଜନ ହେବା ନେଇ ଘୋଷଣା କରାଯାଇଥିଲା । ଏହାପରେ ସେମାନେ ଏହାକୁ ବିରୋଧ କରି କ୍ୟାମ୍ପେନିଂ ଆରମ୍ଭ କରିଥିଲେ । ଏଥିରେ ଅନେକ ବୁଦ୍ଧିଜୀବୀ , ଆଦିବାସୀ ଓ ଅଣ ଆଦିବାସୀ ନେତା ସାମିଲ ହୋଇଥିଲେ । ଏହାସହ ୫୦ରୁ ଅଧିକ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ସାକ୍ଷାତକାର ନିଆଯାଇଥିଲା । ଯେଉଁଥିରେ କିସରେ ପଢୁଥିବା କିଛି ଛାତ୍ରଛାତ୍ରୀ, କର୍ମଚାରୀ ଓ ପୂର୍ବତନ କର୍ମଚାରୀ ରହିଥିଲେ । କିସ୍ ଡବ୍ଲ୍ୟୁସିଏର ଆୟୋଜନ ପାଇଁ ଯୋଗ୍ୟ ନୁହେଁ । କାରଣ କିଛି ଆଦିବାସୀ ଛାତ୍ରଛାତ୍ରୀ କିସ୍ ବିରୋଧପେ ପାଟି ଖୋଲିବାକୁ ରାଜି ନଥିଲେ ।

ସେ ଆହୁରି କହିଛନ୍ତି ଯେ, ଯେଉଁମାନେ କିସ୍ ବାବଦରେ ନିଜ ଅନୁଭୂତି ବଖାଣିଛନ୍ତି ତାହା ଭୟଙ୍କର । ଏହି ଅନୁଭୂତି ସେମାନଙ୍କୁ ଶାରୀରିକ ଓ ମାନସିକ ଭାବେ ପ୍ରଭାବିତ କରିଛି । ଏପରିକି ସେମାନଙ୍କ ଗୋଷ୍ଠୀ ବା ସମ୍ପ୍ରଦାୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଛି । କିସ୍‌ରେ ଗୋଟିଏ ଛାତ ତଳେ ୩୦୦୦୦ ଆଦିବାସୀ ପିଲା ରହୁଥିବା କହିଛନ୍ତି ପ୍ରଣବ ଡୋଲେ । କିନ୍ତୁ ଏହି ତଥ୍ୟ ଏବଂ ଘଟଣା ବି ଠିକ୍ ନୁହେଁ। ପ୍ରଣବ କହିଛନ୍ତି,  ଯେଉଁମାନେ କିସ୍‌କୁ ପୁରସ୍କୃତ କରୁଛନ୍ତି ସେମାନଙ୍କ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ୍ । ପ୍ରଣବ କହିଛନ୍ତି, କିସରେ ଆଦିବାସୀ ପିଲାଙ୍କ ସ୍ଥିତିକୁ ଯାଞ୍ଚ୍ ଲାଗି ସମ୍ବିଧାନକୁ ଠିକ୍ ଭାବେ ଅଧ୍ୟୟନ କରିବା ଜରୁରୀ । ଆଦିବାସୀଙ୍କ ପାଇଁ କଣ ନିୟମ କାନୁନ ରହିଛି ସେନେଇ ଜାଣିବା ଉଚିତ୍ । ଗୋଟିଏ ମୁକ୍ତ ପରିବେଶରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ନେଇ ସମ୍ବିଧାନରେ ମୌଳିକ ଧାରା ରହିଛି । ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଏବାବଦରେ ସଚେତନ ହେବା ଆବଶ୍ୟକ । ସରକାର ସେମାନଙ୍କ କଥା ନବୁଝିଲେ ଆଦିବାସୀ ନେତା ହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ସାମ୍ନାକୁ ଆସିବେ । ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସେଭଳି ଶିକ୍ଷାଦାନ କରିବା ଉଚିତ୍ ଯେପରିକି ସେମାନେ ନିଜ ମୂଳ ସଂସ୍କୃତି, ପରମ୍ପରା ଓ କଳାକୁ ନଭୁଲି ଅନ୍ୟମାନଙ୍କ ସହ ପ୍ରତିଯୋଗିତା କରିପାରିବେ । କିସରେ ପ୍ରବେଶ କରିବା ବେଳେ ମନ୍ଦିର ଦେଖିବାକୁ ମିଳେ । ଯାହା ଆଦିବାସୀ ପରମ୍ପରାର ଅଂଶବିଶେଷ ନୁହେଁ । କିସରେ କଣ ଚାଲିଛି ସେନେଇ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ରିପୋର୍ଟ ପ୍ରଦାନ କରୁ ବୋଲି ଦାବି କରିଛନ୍ତି ପ୍ରଣବ ।

ପ୍ରଣବ ଡୋଲେ ଆହୁରି କହିଛନ୍ତି ଯେ, କିସ୍ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ଏମଓୟୁ ସ୍ୱାକ୍ଷର କରିଛି । ଏଠାକାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଦିବାସୀ ସଭ୍ୟତାକୁ ମୂଳୋତ୍ପାଟନ ପାଇଁ ଚେଷ୍ଟା କରୁଛନ୍ତି । ଏପିର ଭାବେ ସେ ଆଦିବାସୀ ଜମି, ସମ୍ବଳ, ଜଙ୍ଗଲ, ନଦୀ ଆଦି ଛଡାଇ ନେବାକୁ ଲକ୍ଷ୍ୟ ରଖିଛନ୍ତି । କିସ୍ ଭଳି ଏକ ଅମାନବିୟ ପରିବେଶ ଶିକ୍ଷାନୁଷ୍ଠାନ ବିରୋଧରେ ଆଦିବାସୀ ଓ ଅଣ ଆଦିବାସୀ ଏକାଠି ହୋଇଛନ୍ତି । କୌଣସି ଛାତ୍ରଛାତ୍ରୀଙ୍କ ଏପରି ବ୍ୟବହାର କରିବା ଅନୁଚିତ । ପିଲାମାନଙ୍କର ଅନେକ ଅଧିକାର ରହିଛି । କିସ୍ ଭଳି ଶିକ୍ଷାନୁଷ୍ଠାନ ଏହାକୁ ସମ୍ମାନ ଦେବା ଜରୁରୀ । କିସ୍ ବିରୋଧରେ ଆରମ୍ଭ ହୋଇଥିବା ଏହି ସଙ୍ଘର୍ଷ ଉଦ୍ଦ୍ୟେଶ୍ୟପ୍ରଣୋଦିତ ନୁହେଁ । ଶିକ୍ଷା ନାମରେ କିସରେ କଣ ଚାଲିଛି ତାହା ବୁଝିବା ଦରକାର । ଏହା ଆଦିବାସୀ ପିଲାଙ୍କ ଅଧିକାର ପାଇଁ ଆରମ୍ଭ ହୋଇଥିବା ଲଢେଇର ପ୍ରଥମ ସୋପାନ । କିସ୍ ଭଳି ଶିକ୍ଷାନୁଷ୍ଠାନ ଦେଶରୁ ନିଶେଷ ହେବ ଆବଶ୍ୟକ । କାରଣ ସମ୍ବିଧାନ ଏପରି ଶିକ୍ଷାନୁଷ୍ଠାନକୁ ଅନମୁତି ପ୍ରଦାନ କରେ ନାହିଁ ବୋଲି ୟୁକ୍ତି ରଖିଛନ୍ତି ଆଦିବାସୀ ନେତା ପ୍ରଣବ।

ଓ୍ୱାର୍ଲଡ୍ କଂଗ୍ରେସ ଅଫ୍ ଆନ୍ଥ୍ପୋପୋଲୋଜିକୁ ନେଇ ଆଦିବାସୀ ନେତା କହିଛନ୍ତି ଯେ, କିସ୍ ବିରୋଧରେ  ସେମାନେ ଆଗତ କରିଥିବା ପିଟିସନକୁ  , ଅନେକ ବ୍ୟକ୍ତି ବିଶେଷ, ଅନୁଷ୍ଠାନ  ସମର୍ଥନ କରିଥିଲେ । ସାରା ବିଶ୍ୱର ଅନେକ ଆଦିବାସୀ ନେତା ଏହି ପିଟିସନରେ ସ୍ୱାକ୍ଷର କରିଥିଲେ । ପରେ ଆଇଏସିଏନ ମଧ୍ୟ କିସ୍‌ରେ ଆୟୋଜିତ ହେବାକୁ ଥିବା ଡବ୍ଲ୍ୟୁଏସିର ଆୟୋଜନକୁ ବାତିଲ କରିଛି। କିସ୍ ଏକ ବେଆଇନ୍ ଶିକ୍ଷାନୁଷ୍ଠାନ । ଏହାକୁ ଅତିଶୀଘ୍ର ବନ୍ଦ କରିବା ଆବଶ୍ୟକ । ଏହସାହ ଡବ୍ଲ୍ୟୁସିଏ ମଧ୍ୟ ସାରା ବିଶ୍ୱରେ ଥିବା ଆଦିବାସୀ ସଭ୍ୟତା ଉପରେ ଅଧ୍ୟୟନ କରିଛି । ସେମାନେ କିସରେ କଣ ଚାଲିଛି ତାହା ଭଲସେ ଜାଣନ୍ତି । କିପରି କିସ୍ ୩୦ ହଜାର ପିଲାଙ୍କୁ ଗୋଟିଏ ଘରେ ରଖିଛି ତାକୁ ନେଇ ପ୍ରଶ୍ନ ଉଠାନ୍ତୁ । ସେମାନଙ୍କ ପାଖରେ ପିଲାଙ୍କୁ ସେମାନଙ୍କ ମାଆଙ୍କଠୁ ଛଡାଇବାର ଅଧିକାର କେଉଁଠୁ ଆସିଲା ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି । ଡବ୍ଲ୍ୟୁସିଏ ମଧ୍ୟ ଏଥିପାଇଁ ଉତ୍ତରଦାୟୀ । ନଚେତ୍ ଏହି ସଂସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏହା ଜୀବନ ମରଣର କଥା । ଆଉ କାହା ପାଇଁ ଏହା କେବଳ ଏକ ଅନୁଷ୍ଠାନ ହୋଇପାରେ କିନ୍ତୁ ଆଦିବାସୀଙ୍କର ଏହା ଭବିଷ୍ୟତ । କିସ୍ ଭଳି ସଂସ୍ଥା ଆଦିବାସୀଙ୍କ ଇତିହାସ ଓ ଭବିଷ୍ୟତ ନଷ୍ଟ କରୁଥିବା ବେଳେ ଏପରି ସଂସ୍ଥାକୁ କେବେବି ସମର୍ଥନ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

   Related Posts