ଶିବସେନାର କିଶୋରୀ ପେଡନେକର ହେଲେ ମୁମ୍ବାଇର ନୂଆ ମେୟର, ଶୁଭେଚ୍ଛା ଜଣାଇବାକୁ ବିଏମସିରେ ପହଞ୍ଚିଲେ ଉଦ୍ଧବ

Published By : Prameya-News7 Bureau | November 22, 2019 IST

ମୁମ୍ବାଇ ୨୨।୧୧ : ମୁମ୍ବାଇ ମହାନଗର ପାଳିକା (ବିଏମସି)ର ନୂଆ ମେୟର ଭାବେ ଶିବସେନାର କିଶୋରୀ ପେଡନେକର ଶୁକ୍ରବାର ଶପଥପାଠ କରିଛନ୍ତି। ସେହିପରି ଉପମେୟର ଭାବେ ସୁହାସ ୱାଡେକର ନିର୍ବାଚିତ ହେବା ଶିବସେନା ଲାଗି ବୋନସ ହୋଇଛି। ବିଏମସି ମେୟର ଓ ଉପମେୟର ପଦବୀ ଲାଗି କଂଗ୍ରେସ ଅଥବା ଏନସିପିର କେହି ପ୍ରାର୍ଥୀ ହୋଇନଥିଲେ। ଏଣୁ ଶିବସେନା ପ୍ରାର୍ଥୀମାନେ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି।

{"id":188132,"sizeSlug":"large"}

ମୁମ୍ବାଇ ମହାନଗର ନିଗମର କାର୍ଯ୍ୟକାଳ ଅଢେଇବର୍ଷ। ୨୦୧୭ ମସିହାରେ ହୋଇଥିବା ନିର୍ବାଚନରେ ଶିବସେନାର ବିଶ୍ୱନାଥ ମହାଦେଶ୍ୱର ବିଜେପି ସମର୍ଥନରେ ମେୟର ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ବିଜେପି ସହ ଶିବସେନା ମେଣ୍ଟ ଭାଙ୍ଗିଥିବାରୁ ବିଜେପି କାହାରିକୁ ପ୍ରାର୍ଥୀ କରିନଥିଲା। ୨୨୭ ସଦସୀୟ ମୁମ୍ବାଇ ମହାନଗରନିଗମ ନିର୍ବାଚନରେ ଶିବସେନାର ୯୩ ଜଣ କର୍ପୋରେଟର ନିର୍ବାଚିତ ହୋଇଥିବା ବେଳେ ବିଜେପିର ୮୩ ଓ କଂଗ୍ରେସର ୨୯ଜଣ ନିର୍ବାଚିତ ହୋଇଛନ୍ତି।

{"id":188131,"sizeSlug":"large"}

ଶୁକ୍ରବାର ମୁମ୍ବାଇ ମହାନଗର ନିଗମ ଗଠିତ ହୋଇଥିବାରୁ ଖୁବ୍ ଶୀଘ୍ର ରାଜ୍ୟରେ କଂଗ୍ରେସ ଓ ଏନସିପି ସମର୍ଥନ ନେଇ ଶିବସେନା ସରକାର ଗଢିବ ବୋଲି ଆଶା କରାଯାଉଛି। ଗୁରୁବାର ଏ ନେଇ କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି ହୋଇ ସାରିଥିବା ବେଳେ ଶୁକ୍ରବାର ଶିବସେନା ସହ ଆଲୋଚନା ପରେ ମେଣ୍ଟ ଘୋଷଣା ହେବ। ମେୟର ନିର୍ବାଚନ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଏମସି ଯାଇ ନୂଆ ମେୟର ଓ ଉପମେୟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.