କିଶୋର କୁମାରଙ୍କ ପ୍ରଥମ ପତ୍ନୀ ଥିଲେ ରୂମା ଗୁହା, ୮ ବର୍ଷ ପରେ ହୋଇଥିଲା ବିବାହ ବିଚ୍ଛେଦ

Published By : Prameya-News7 Bureau | November 21, 2019 IST

ମୁମ୍ବାଇ୨୧|୧୧: ପ୍ରସିଦ୍ଧ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ପ୍ରଥମ ପତ୍ନୀ ରୂମା ଗୁହା ଜଣେ ଗାୟକ, ଡାନ୍ସର ଓ ଅଭିନେତ୍ରୀ ଥିଲେ। ରୂମା ହିନ୍ଦୀ ଫିଲ୍ମ ବ୍ୟତୀତ ଅନେକ ବଙ୍ଗଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

{"id":187633,"sizeSlug":"large"}

ଗଙ୍ଗା, ଅଭିଯାନ, ପଳାତକ, ଏଣ୍ଟୋନୀ ଫିରଙ୍ଗୀ, ୮୦ତେ ଅସିୟୋନା, ବାଲିକା ବଧୂ, ଦାଦର କୀର୍ତ୍ତି, ଚୌରିଙ୍ଗୀ ଲେନ, ଭାଲୋବାଶା ଭାଲୋବାଶା ଓ ହୁଇଲଚେୟାର ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅଭିନୟ ବ୍ୟତୀତ ରୂମା ଗୁହା ଅନେକ ଗୀତ ଗାଇଛନ୍ତି।

{"id":187642,"sizeSlug":"large"}

୧୯୫୦ ମସିହାରେ ରୂମା କିଶୋର କୁମାରଙ୍କୁ ବିବାହ କରିଥିଲେ। କିଶୋର ଓ ରୂମାଙ୍କ ପୁଅ ହେଉଛନ୍ତି ଅମିତ କୁମାର ଗାଙ୍ଗଲି । ଅବଶ୍ୟ ଉଭୟ କଳାକାରଙ୍କ ବିବାହ ଅଧିକ ଦିନ ତିଷ୍ଠି ରହି ନଥିଲା ।

{"id":187643,"sizeSlug":"large"}

୮ ବର୍ଷ ପରେ କିଶୋର ଓ ରୂମା ପରସ୍ପରଙ୍କଠାରୁ ଅଲଗା ହୋଇଥିଲେ । ବିବାହ ବିଚ୍ଛେଦ ପରେ ରୂମା ଦ୍ବିତୀୟ ବିବାହ କରିଥିଲେ। ରୂମା ପ୍ରସିଦ୍ଧ ଫିଲ୍ମ ନିର୍ମାତା ସତ୍ୟଜିତ ରେଙ୍କ ଝିଆରୀ ଥିଲେ।

{"id":187644,"sizeSlug":"large"}

ରୂମା ୨୦୦୬ ମସିହାରେ ମୀରା ନାୟରଙ୍କ ଇଂରାଜୀ ଫିଲ୍ମ “ଦ’ ନେମସେକ୍‌”ରେ କାମ କରିଥିଲେ ଓ ଏହା ତାଙ୍କ ଶେଷ ଫିଲ୍ମ ଥିଲା ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.