ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ କ୍ରିକେଟ ଭାଷ୍ୟକାର କିଶୋର ଭିମାନୀଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ
15/10/2020 at 1:51 PM

ନୂଆଦିଲ୍ଲୀ ୧୫/୧୦: କରୋନାରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ କ୍ରିକେଟ ଭାଷ୍ୟକାର କିଶୋର ଭିମାନଙ୍କର ଆଜି ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଏନେଇ ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ପରଲୋକ ଖବର ସାମ୍ନାକୁ ଆସିବା ପରେ ମିଡ଼ିଆ ତଥା କ୍ରିକେଟ ଜଗତରେ ଶୋକର ଛାୟା ଖେଳି ଯାଇଛି।
୨୦୧୩ରେ ମିଡ଼ିଆ ଓ କମେଣ୍ଟ୍ରି କ୍ଷେତ୍ରରେ ତାଙ୍କ ଯୋଗଦାନ ଯୋଗୁ ଲାଇଫଟାଇମ ସମ୍ମାନରେ ସମ୍ମାନିତ କରାଯାଇ ଥିଲା। କିଶୋର ‘କ୍ରିକେଟର ସ୍ବର’ ଭାବେ ମଧ୍ୟ ବେଶ ଲୋକପ୍ରିୟ ଥିଲେ। ତାଙ୍କର ଅକାଳ ବିୟୋଗ କ୍ରିକେଟ ଜଗତ ପାଇଁ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସୋସିଆଲ ମିଡ଼ିଆରେ ମଧ୍ୟ ସମସ୍ତେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି।
Related Posts
ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ୍ ଦେଲେ ରାହୁଲ ଗାନ୍ଧୀ, କହିଲେ…
28 February 2021