୫ ଲକ୍ଷ ନିବେଶ କରନ୍ତୁ ମିଳିବ ୧୦ ଲକ୍ଷ ! ଏହି ସ୍କିମ୍‌ ଆପଣଙ୍କୁ ଦେବ ଦୁଇଗୁଣା ରିଟର୍ଣ୍ଣ

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ, ୧୩/୦୭: ସାଧରଣତଃ କିଛି ଲୋକ ଟଙ୍କା ବ୍ୟାଙ୍କରେ ରଖିବାକୁ ପସନ୍ଦ କରନ୍ତି ନାହିଁ । ଏହାର ଏକ କାରଣ କମ୍‌ ସୁଧ ହୋଇପାରେ । ଆଜି ଆମେ ଏପରି ଏକ ସୁରକ୍ଷିତ ସ୍କିମ୍‌ ବିଷୟରେ କହିବୁ ଯାହାକି ଆପଣଙ୍କ ଟଙ୍କା ସୁରକ୍ଷିତ ରଖିବା ସହିତ ମାଚ୍ୟୁରିଟି ସମୟରେ ଦୁଇଗୁଣା ରିଟର୍ଣ୍ଣ ଦେବ । ଏହି ସ୍କିମ୍‌ ହେଉଛି ପୋଷ୍ଟ ଅଫିସ୍‌ର କିଷାନ ବିକାଶ ପତ୍ର ଯୋଜନା । ଏହି ଯୋଜନା ହେଉଛି ସରକାରଙ୍କର ୱାନ୍ ଟାଇମ୍‌ ଇନ୍‌ଭେଷ୍ଟମେଣ୍ଟ ସ୍କିମ୍‌ । ଯେଉଁଥିରେ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଆପଣଙ୍କ ଟଙ୍କା ଡବଲ୍‌ ହୋଇଯିବ ।

ଜାଣନ୍ତୁ କିଷାନ ବିକାଶ ପତ୍ର ସ୍କିମ୍‌ କଣ...

କିଷାନ ବିକାଶ ପତ୍ର ଦେଶର ସମସ୍ତ ଡାକଘର ଏବଂ ବଡ଼ ବ୍ୟାଙ୍କ ଗୁଡ଼ିକରେ ଉପଲବ୍ଧ ରହିଛି ।  ଏହାର ମାଚ୍ୟୁରିଟି ପିରିୟଡ଼ ୧୨୪ ମାସ ରହିଛି । ଏହାର ସର୍ବନିମ୍ନ ଇନ୍‌ଭେଷ୍ଟମେଣ୍ଟ ୧ ହଜାର ଟଙ୍କା ରହିଛି । ନିର୍ଦ୍ଧିଷ୍ଟ ଟଙ୍କା ପର୍ଯ୍ୟନ୍ତ ନିବେଶ ପାଇଁ ଏଥିରୋ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ । ଏହି ଯୋଜନା କେବଳ କୃଷକ ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ । ଯାହାଫଳରେ କୃଷକମାନେ ଲମ୍ୱା ସମୟ ଧରି ସେମାନଙ୍କ ଟଙ୍କାକୁ ସୁରକ୍ଷିତ ଏବଂ ସଞ୍ଚୟ କରିପାରିବେ ।

ଏହି ଯୋଜନା ଅନୁସାରେ, ୨୦୨୧ରେ ଏହାର ଋଣ ୬.୯ ପ୍ରତିଶତ ରଖାଯାଇଛି । ୧୨୪ ମାସରେ କୃଷକ ଲଗାଇଥିବା ଟଙ୍କା ଡବଲ୍ ହୋଇଯିବ । ଯଦି ଆପଣ ଏଥିରେ ଏକକାଳୀନ ୫ ଲକ୍ଷ ଟଙ୍କା ରଖୁଛନ୍ତି ତେବେ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ ।

ଏହି ଯୋଜନାରେ ଆପଣଙ୍କୁ ଅତିକମରେ ଏକ ହଜାର ଟଙ୍କା ନିବେଶ କରିବାକୁ ପଡିବ । ଏଥି ସହିତ, ସର୍ବାଧିକ ନିବେଶ ଉପରେ କୌଣସି ସୀମା ନାହିଁ । ଆପଣଙ୍କୁ ଏଥିପାଇଁ ଏକ ସାର୍ଟିଫିକେଟ୍ ପାଇବେ । ଯେଉଁଥିରେ ୧୦୦୦, ୨୦୦୦, ୫୦୦୦, ୧୦୦୦୦ ଏବଂ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ନିବେଶର ସାର୍ଟିଫିକେଟ୍ ଦିଆଯିବ । ଏଥିରେ ଆପଣ ସରକାରଙ୍କଠାରୁ ଏକ ଗ୍ୟାରେଣ୍ଟି ପାଇବେ ।

କିଏ ଖାତା ଖୋଲିପାରିବ...

କିଷାନ ବିକାଶ ପତ୍ର ଯୋଜନାରେ ସାର୍ଟିଫିକେଟ୍ ଜଣେ ବ୍ୟକ୍ତି କିମ୍ୱା ତନି ଜଣ ବ୍ୟକ୍ତି ମିଳିତ ଭାବେ କିଣିପାରିବେ । ମିଳିତ ଆକାଉଣ୍ଟରେ ସର୍ବାଧିକ ତିନିଜଣ ରହିବେ ହେଲେ ୧୦ବର୍ଷରୁ ଅଧିକ ବୟସ ହୋଇଥିବା ଆବଶ୍ୟକ । ଏହା ବ୍ୟତୀତ, ଜଣେ ନାବାଳକ ଏବଂ ଜଣେ ଦୁର୍ବଳ ମାନସିକ ବ୍ୟକ୍ତିଙ୍କ ପାଇଁ ତାଙ୍କ ଅଭିଭାବକ କ୍ରୟ କରିପାରିବେ ।

ଜଣେ କିପରି ଏକ ଖାତା ଖୋଲିବେ?

କିଷାନ ବିକାଶ ପତ୍ର ଯୋଜନା ପାଇଁ ଜଣେ ଡାକଘରକୁ ଯିବାକୁ ପଡିବ । ଆବେଦନକାରୀଙ୍କ ପାଖରେ ଆଧାର କାର୍ଡ, ପାନ୍ କାର୍ଡ, ଭୋଟର ID କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ପାସପୋର୍ଟ ଭଳି ଏକ ପରିଚୟ ପତ୍ର ରହିବା ଆବଶ୍ୟକ । ଏହି ଯୋଜନାରେ, ଆକାଉଣ୍ଟ୍ ଏକକ ଏବଂ ଜଏଣ୍ଟ୍‌ ମୋଡ୍‌ରେ ଖୋଲାଯାଇପାରିବ । ଏଥି ସହିତ, ପିତାମାତାମାନେ ମଧ୍ୟ ସେମାନଙ୍କର ଛୋଟ ପିଲା ପାଇଁ ଏକ ଖାତା ଖୋଲିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.