Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନିଖୋଜକୁ ୧୧ ଦିନ: ବୁଢିଆଣି ଜାଲରେ ଫସିଛି କି ପୋଲିସ, ଫୋନ ଧରିଥିଲା କିଏ ? କାହାପାଇଁ ମିଠା କିଣିଥିଲେ ବିନୋଦ ?

5/06/2020 at 9:28 PM

କିଶନନଗର, ୦୫|୦୬:   କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳର ଯୁବକ ବିନୋଦ କୁମାର ମଣ୍ଡଳଙ୍କ ନିଖୋଜ ଘଟଣାକୁ ୧୧ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ସୁରାକ ପାଇବାରେ ବିଫଳ ହୋଇଛି ପୋଲିସ। ଏହି ଘଟଣାରେ ୨ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିବା ପୋଲିସ ଜଣଙ୍କୁ ଛାଡିଦେଇଥିବା ବେଳେ ସାରଦା ପ୍ରସାଦ କୁଣ୍ଡୁ ନାମକ ଜଣେ ଯୁବକଙ୍କୁ କିସନ ନଗର ଥାନା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି  । କିନ୍ତୁ ବିନୋଦ କୁଆଡେ ଗଲେ, ସେ ଜୀବିତ ନା ମୃତ ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରଶ୍ନ ।   

ସୂଚନାନୁସାରେ, କିଶନ ନଗର ଅଞ୍ଚଳର ବିଜୟ କୁମାର ମଣ୍ଡଳଙ୍କ ପୁଅ ବିନୋଦ କିଶନ ନଗର କଲେଜରେ  ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରନ୍ତି।ସେ ଗତ ମାସ ୨୬ ତାରିଖ ସକାଳ ୯ଟା ସମୟରେ ସାଲେପୁର ଦେଇ କଟକ ବୋର୍ଡ କାର୍ଯ୍ୟାଳୟକୁ ଯିବେ ବୋଲି ଘରେ କହି ନିଜ ମୋଟର ସାଇକେଲ ଯୋଗେ ବାହାରିଥିଲେ ।ଫେରିବାରୁ ବିଳମ୍ବ ହେବାରୁ ବାପା ବିଜୟ ପୁଅକୁ ବାରମ୍ବାର ଫୋନରେ ଯୋଗାଯୋଗ କରୁଥିଲେ। ଫୋନ ଉଠାଇଥିବା ବ୍ୟକ୍ତି ପ୍ରଥମେ ନିଜକୁ ବୋର୍ଡ ସିକୁରିଟି ଗାର୍ଡର ପରିଚୟ ଦେଇ ଫୋନ ଉଠାଇ ଥିଲେ। ପୁନର୍ବାର ମଧ୍ୟ ଫୋନ କରିବାରୁ ସମାନ ଉତ୍ତର ପାଇଥିଲେ ବିଜୟ। କିନ୍ତୁ  

ସନ୍ଧ୍ୟା ପରେ ଫୋନଟି ସୁଇଜ ଅଫ ଦେଖାଇ ଥିଲା।ବାପା ସନ୍ଦେହ କରି ଖୋଜା ଖୋଜି କରିଥିଲେ। କୌଣସି ସନ୍ଧାନ ନପାଇବାରୁ କିଶନ ନଗର ଥାନାରେ କେହି ପୁଅକୁ ଅପହରଣ କରାଯାଇଥିବା  ଅଭିଯୋଗ କରିଥିଲେ । ଏହି ଘଟଣା ପରେ ବିନୋଦଙ୍କ ନବବିବାହିତ ପତ୍ନୀ, ବାପା-ମାଆଙ୍କ ଆଖିରୁ  ଲୁହ ଝରି ଚାଲିଛି । 

ଏହି ଘଟଣାରେ ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ  ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ବେଳେ ଜଣକୁ ଛାଡି ଦେଇଥିବା ବେଳେ।ଅନ୍ୟ ଜଣ ଶାରଦା ପ୍ରସାଦ କୁଣ୍ଡୁ ପାଗା ଅଞ୍ଚଳର ଯୁବକକୁ ଆଜି କିଶନ ନଗର ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।ହେଲେ ପକୃତ ଅପରାଧୀ ପାଖରେ ପହଂଚି ପାରିନାହିଁ ପୋଲିସ। କଟକ ଗ୍ରାମାଞ୍ଚଳ ଏସପିଙ୍କ ସମେତ ଜିଲ୍ଲାର ବହୁ ପୋଲିସ ଅଧିକାରୀ ଏହି ମାମଲାରେ ଛାନଭିନ କରୁଥିଲେ ବି ବିନୋଦଙ୍କ ପତ୍ତା ମିଳିନାହିଁ । ଏପଟେ ମିଳିଥିବା କିଛି ସୂଚନାରୁ ପୋଲିସର ତଦନ୍ତ ବୁଢିଆଣୀ ଜାଲ ଭିତରେ ଫସିଗଲା ଭଳି ହୋଇଥିବା ଜଣାପଡିଛି । ବିନୋଦ କିସନ ନଗରରୁ କାହିଁକି ସାଲେପୁର ଦେଇ ପାଗା ଗଲେ ତାହା ଏବେ ଯାଏଁ ଅସ୍ପଶ୍ଟ । ସେପଟେ ବାଟରେ ବିନୋଦ କିଛି ମିଠା କିଣିଥିବା ପୋଲିସକୁ ସୂଚନା ମିଳିଛି । ବୋର୍ଡକୁ ଯାଉଥିବା ବିନୋଦ କାହା ପାଇଁ ମିଠା କିଣିଲେ ତାହା ବି ଆଉ ଏକ ପ୍ରଶ୍ନ । ସେପଟେ ପୋଲିସ ବିନୋଦଙ୍କ ପରିବାରର ଏକ ମୋବାଇଲ ନେଇଯାଇଥିବା ଏବଂ କଲ୍ ରେକର୍ଡ ଯାଞ୍ଚ କରୁଥିବା ଜଣାଯାଇଛି । ଏହି ଘଟଣାରେ ପୂର୍ବ ଶତ୍ରୁତା କିମ୍ବା ପ୍ରେମ ସମ୍ପର୍କଜନିତ କିଛି କାରଣକୁ ବି ନଜର କରାଯାଉଥିବା ତଦନ୍ତ ସହ ସଂପୃକ୍ତ ଜଣେ ପୋଲିସ କର୍ମଚାରୀଙ୍କ ସୂଚନାରୁ ଜଣାଯାଇଛି । ତେବେ ଘଟଣାର ଜଟିଳତା ଦୃଷ୍ଟିରୁ ପୋଲିସ ସମ୍ପୂର୍ଣ୍ଣ ନିରବ ରହିବା ସହ ସନ୍ତର୍ପଣରେ ତଦନ୍ତ ଜାରି ରଖିଛି ।

   Related Posts