କରନାଲରେ ଚାଷୀ ମହାସମାବେଶ : ୫ଟି ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍, ୧୪୪ ଧାରା ଲାଗୁ

Published By : Prameya-News7 Bureau | September 07, 2021 IST

ନୂଆଦିଲ୍ଲୀ ୦୭/୦୯ : ଉତ୍ତରପ୍ରଦେଶର ମୁଜାଫରନଗର ପରେ ଆଜି ହରିୟାଣାର କରନାଲରେ ଚାଷୀଙ୍କ ମହାସମ୍ମିଳନୀ । ଅନିର୍ଦ୍ଧିଷ୍ଟ କାଳ ପାଇଁ ମିନି ସଚିବାଳୟ ଘେରାଉ ଘୋଷଣାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସରକାର ଆଜି ରାତି ୧୨ଟା ପର୍ଯ୍ୟନ୍ତ ୫ ଜିଲ୍ଲାରେ ସମସ୍ତ ଇଣ୍ଟରନେଟ ସେବା ଏବଂ ଏସଏମ୍‌ଏସ ସେବା ବନ୍ଦ ରହିବ ।

ଯେଉଁ ଜିଲ୍ଲା ଗୁଡ଼ିକରେ ଏହି ସେବା ଗୁଡ଼ିକ ବନ୍ଦ ରଖାଯାଇଛି ସେଗୁଡ଼ିକ ହେଲା କରନାଲ ବ୍ୟତୀତ କୈଥଲ, ପାନୀପତ ଏବଂ ଜିନ୍ଦ ସାମିଲ । ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ୧୦ ପ୍ଲାଟୁନ ସହିତ ସୁରକ୍ଷା କର୍ମଚାରୀଙ୍କ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାରା ୧୪୪ ଲାଗୁ କରାଯାଇଛି ।

ଚାଷୀ ସଂଗଠନର ପ୍ରସ୍ତାବିତ ସମ୍ମିଳନୀକୁ ଦୃଷ୍ଟିରେ ରଖି ଆଇନ ବ୍ୟବସ୍ଥାକୁ ମଜବୁତ କରିଦିଆଯାଇଛି । ଆବଶ୍ୟକ ସ୍ଥଳରେ ପୋଲିସ ମୁତୟନ କରାଯାଇଛି । ସେ କହିଛନ୍ତି ଯେ, ମିନୀ ସେକ୍ରେଟେରିଏଟକୁ ଘେରାଉ କରିବା କୌଣସି ପ୍ରକାରରେ ଅନୁମତି ଦିଆଯିବ ନାହିଁ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.