ଲକଡାଉନରେ ଘରେ ରହି କିଭଳି ସମୟ ଅତିବାହିତ କରୁଛନ୍ତି ଅଭିନେତ୍ରୀ କ୍ରିତି ସାନନ୍ : ନିଜ ଇନଷ୍ଟାଗ୍ରାମରେ ସେୟାର କଲେ ଭିଡିଓ

Published By : Prameya-News7 Bureau | May 13, 2020 IST

ମୁମ୍ବାଇ ୧୩/୫: ବଲିଉଡ ଅଭିନେତ୍ରୀ କ୍ରିତି ସାନନ ଲକଡାଉନରେ ଅଦ୍ଭୁତ ରିଆକ୍ସନର ଭିଡିଓ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ସେ ଲକଡାଉନରେ କିପରି ଅନୁଭବ କରୁଛନ୍ତି ତାହା ସେୟାର କରିଛନ୍ତି। ପ୍ରଥମେ ଭିଡିଓରେ କ୍ରିତି ଅଲ୍-ଡେନିମ୍ ଲୁକରେ ଅଛନ୍ତି ଏବଂ ଝରକା କାଚରେ ନକ୍ କରୁଥିବାର ନଜର ଆସିଛନ୍ତି ଏବଂ ଦ୍ବିତୀୟ କ୍ଲିପରେ ସେ ନିଜ ଆଙ୍ଗୁଳିକୁ ବନ୍ଧୁକ ଭାବେ ବ୍ୟବହାର କରି ନିଜ ମୁଣ୍ଡରେ ସୁଟ୍ କରୁଥିବା ନଜର ଆସିଛନ୍ତି।

wp:core-embed/instagram {"url":"https://www.instagram.com/p/CADN23jgwBU/","type":"rich","providerNameSlug":"instagram","className":""}
https://www.instagram.com/p/CADN23jgwBU/
/wp:core-embed/instagram

କ୍ରିତି କ୍ଲିପରେ ଲେଖିଛନ୍ତି,‘ଲକଡାଉନ୍ ତାଙ୍କୁ ଏପରି କରି ଦେଇଛି।’

wp:core-embed/instagram {"url":"https://www.instagram.com/p/B-cDij9gQWr/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B-cDij9gQWr/?utm_source=ig_embed
/wp:core-embed/instagram

ଏହା ପୂର୍ବରୁ କ୍ରିତି ସାନନ ନିଜ ଓ୍ବାର୍ଡ଼ରୋବକ ସଫା କରିବା ପାଇଁ ଲକଡାଉନରେ ଖାଲି ସମୟର ବ୍ୟବହାର କରୁଛନ୍ତି। କ୍ରିତି ଇନଷ୍ଟାଗ୍ରାମରେ ନିଜ ଆଲମାରି ସଫା କରିବା ବେଳେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ତାଙ୍କ କୁକୁର ଛୁଆ ଫୋଏବେ ତାଙ୍କ ପୋଷାକ ସହ ଖେଳୁଥିବା ନଜର ଆସିଛି।

{"id":269496,"sizeSlug":"large"}

 କ୍ରିତି ଫଟୋର କ୍ୟାପସନରେ ଲେଖିଛନ୍ତି ଯେ ,‘ ଯେତେବେଳେ ସେ ନିଜ ଆଲମାରି ସଫା କରୁଛନ୍ତି,ଫୋଏବେଙ୍କୁ ଖେଳିବା ପାଇଁ ସମୟ ମିଳିଯାଇଛି।’ ବର୍ତ୍ତମାନ ଫଟୋ ସେୟାରିଂ ଆପ୍ଲିକେସନରେ ଏହି ଫଟୋକୁ ୧୦ଲକ୍ଷରୁ ଅଧିକ ଲାଇକ୍ସ ମିଳିଛି।

{"id":269498,"sizeSlug":"large"}

କ୍ରିତି ନିର୍ଦେଶକ ଲକ୍ଷ୍ମଣ ଉଟେକରଙ୍କ ଫିଲ୍ମ ‘ମିମି’ରେ ନଜର ଆସିବେ।

{"id":269499,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.