ଗାଙ୍ଗୁଲିଙ୍କ ସୁସ୍ଥ କାମନା କରି ଟ୍ୱିଟରେ ବିଜ୍ଞାପନ ନେଇ ଆକ୍ଷେପ କଲେ କୀର୍ତ୍ତି ଆଜାଦ, ହେଲେ ଟ୍ରୋଲ୍

Published By : Prameya-News7 Bureau | January 04, 2021 IST

ନୁଆଦିଲ୍ଲୀ, ୦୪/୦୧ :   ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି । ଶନିବାର ତାଙ୍କର ହୃଦଘାତ ଆସିବା ପରେ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅସୁସ୍ଥତା ଖବର ଶୁଣି ତାଙ୍କର ପ୍ରଶଂସକମାନେ ଆରୋଗ୍ୟ କାମନା କରିଥିଲେ ।ଏପରିକି ଅନେକ ସେଲିବ୍ରିଟି ମଧ୍ୟ ତାଙ୍କର ଆରୋଗ୍ୟ କାମନା କରିଥିଲେ ।

ଏହାମଧ୍ୟରେ ପୂର୍ବତନ ଖେଳାଳି କୀର୍ତ୍ତି ଆଜାଦ ଟ୍ୱିଟ୍ କରି ଏପରି କିଛି ଲେଖିଛନ୍ତି ଯାହାକୁ ନେଇ ଫ୍ୟାନମାନେ ତାଙ୍କୁ ଟ୍ରୋଲ୍ କରିଛନ୍ତି । ଫ୍ୟାନ୍ ମାନେ କୀର୍ତ୍ତିଙ୍କ ଏହି ଟ୍ୱିଟକୁ କଡା ସମାଲୋଚନା କରୁଛନ୍ତି ।

wp:html /wp:html

କୀର୍ତ୍ତି ଲେଖିଛନ୍ତି ଯେ, ଦାଦା ଅତିଶୀଘ୍ର ଠିକ୍ ହୋଇଯିବେ । ସର୍ବଦା ଏପରି ସାମଗ୍ରୀ ବ୍ୟବହାର ଓ ପ୍ରଚାର କରିବା ଦରକାର ଯାହା ଭରସାଯୋଗ୍ୟ । ନିଜ ବାବଦରେ ଭାବନ୍ତୁ ଓ ଭଲ ରୁହନ୍ତୁ । ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହୁ । ଏହି ଟ୍ୱିଟ୍ ସହ ସେ ଗାଙ୍ଗୁଲିଙ୍କର କିଛି ଫଟୋ ସେୟାର କରିଛନ୍ତି । ଏଥିରେ ଗାଙ୍ଗୁଲି କିଛି ବ୍ରାଣ୍ଡର ବିଜ୍ଞାପନ କରୁଥିବା ନଜର ଆସିଛି ।

ଏହି ଟ୍ୱିଟ୍ ସୋସିଆଲ ମିଡିଆ ୟୁଜରଙ୍କୁ ପସନ୍ଦ ଆସିନାହିଁ । ସେମାନେ ଏହାକୁ ବିରୋଧ କରିବା ସହ କୀର୍ତ୍ତିଙ୍କୁ ଟ୍ରୋଲ୍ ମଧ୍ୟ କରିଛନ୍ତି । କୀର୍ତ୍ତିଙ୍କୁ ଲାଜ ଲାଗିବା ଉଚିତ ବୋଲି କିଛି ୟୁଜର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.