Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

ବେଆଇନ୍‌ ଭାବେ ଗଚ୍ଛିତ କିରୋସିନ୍ ତେଲ ଜବତ

22/07/2020 at 7:31 PM

ଭଦ୍ରକ୨୨/୭: ବେଆଇନ ଭାବେ ଗଚ୍ଛିତ କିରୋସିନ ତେଲ ଜବତ। ଭଣ୍ଡାରିପୋଖରୀ ଥାନା ଛତାବର ଠାରେ ଏକ ଘରୁ ବେଆଇନ ଭାବରେ ଗଚ୍ଛିତ ହୋଇ ରହିଥିବା ପ୍ରାୟ ୬୦୦ ଲିଟରରୁ ଅଧିକ ପରିମାଣର କିରୋସିନ ତେଲ ଜବତ ହୋଇଛି ।   ଭଦ୍ରକ ଯୋଗାଣ ବିଭାଗ ଏବଂ ଭଣ୍ଡାରିପୋଖରୀ ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହ ଭଣ୍ଡାରିପୋଖରୀ ପୋଲିସ ସହାୟତାରେ ଚଢ଼ାଉ କରିଥିଲେ ।

ଜନୈକ ବ୍ୟକ୍ତି ଏଠାରେ ଦୀର୍ଘଦିନ ହେବ  ଚୋରାରେ କିରୋସିନ ବ୍ୟବସାୟ କରୁଥିବା ନେଇ ସୂଚନା ପାଇଥିଲା ବିଭାଗ  ।  ବୁଧବାର ଚଢାଉ ବେଳେ ପ୍ରଥମେ ୧୫୦ ଲିଟର କିରୋସିନ ଜବତ ହୋଇଥିଲା । ଏହାସହ ଅନ୍ୟ ଏକ ଘରେ ଅନେକ ଜାରରେ କିରୋସିନ ଥିବା ବେଳେ ସଂପୃକ୍ତ ବ୍ୟକ୍ତି ଏହାକୁ ଖୋଲି ନଥିଲେ । ପରେ ଭଣ୍ଡାରିପୋଖରୀ   ଅତିରିକ୍ତ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଥିବା ଘରକୁ ଖୋଲିବା ପରେ ସେଥିରେ ବହୁ ପରିମାଣରେ କିରୋସିନ ତେଲ ଜବତ ହୋଇଥିଲା । ସମସ୍ତ ତେଲ ଜବତ କଲା ପରେ ୬୦୦ ଲିଟରରୁ ଅଧିକ ବୋଲି ଯୋଗାଣ ବିଭାଗ ସୂଚନା ଦେଇଛନ୍ତି। ତେବେ ଏତେ ପରିମାଣରେ କିରୋସିନ କେଉଁଠୁ ଆସିଲା, କିଏ ରଖିଥିଲା ଏ ନେଇ ତଦନ୍ତ କରୁଛନ୍ତି ପୋଲିସ ଓ ଯୋଗାଣ ବିଭାଗ ।

   Related Posts