ଚଢା ଦରରେ ବିକ୍ରି ହେଉଛି କିରୋସିନି, ଅନିୟମିତତା ବିରୋଧରେ ଗ୍ରାମବାସୀଙ୍କ ପ୍ରତିବାଦ

Published By : Prameya-News7 Bureau | September 30, 2020 IST

ସାନଖେମୁଣ୍ଡି, ୩୦ ।୦୯: ଗଞ୍ଜାମ ଜିଲାଲ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଆମ୍ବଗାଁ ଗ୍ରାମରେ କିରୋସିନି ବଣ୍ଟନରେ ଅନିୟମିତତା ଅଭିଯୋଗ । କିରାେସିନି ଲିଟର ପିଛା ୭ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଛନ୍ତି କିଛି ଗ୍ରାମବାସୀ ଓ ହିତାଧିକାରୀ। କିରୋସିନି ଚଢା ଦରରେ ବିକ୍ରି କରିବା ବିନା କାର୍ଡ଼ଧାରୀଙ୍କୁ ମଧ୍ୟ କିରୋସିନି ବଣ୍ଟନ କରିବା ଓ  କଳା ବଜାରୀ କରିବା ଅଭିଯୋଗ ହୋଇଛି ।

ଏହାସହ ଟ୍ରାକ୍ଟର, ଟ୍ରକ ଓ ବସରେ ବିଭିନ୍ନ କଳ କାରଖାନା ମାଲିକଙ୍କୁ କିରାେସିନି ବିକ୍ରି କରିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ କିରାେସିନି ବଣ୍ଟନ ସ୍ଥାନରେ ଗ୍ରାମର ଦୁଇ ଶହରୁ ଅଧିକ ଲୋକ ପ୍ରତିବାଦ କରିଛନ୍ତି । ଏଭଳି ବେନିୟମ କାର୍ଯ୍ୟରେ ଲିପ୍ତ ଥିବା ଓ କଳାବଜାରୀ କରୁଥିବା ରିଟେରଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  ଗ୍ରାମବାସୀ।।

ଏନେଇ ଗ୍ରାମବାସୀ ମାନେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଫୋନ ମାଧ୍ୟମରେ ଅଭିଯୋଗ କରି ତଦନ୍ତ ପାଇଁ ଗୁହାରୀ କରିଛନ୍ତି । ଯଦି ଦାବି ପୂରଣ ନହୁଏ ତେବେ ରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଏନେଇ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ପ୍ରତି ମାସରେ କିରାେସିନି ଦର ବୃଦ୍ଧି ହୁଏ । ପୂର୍ବ ମାସର ଦର ଏହି ମାସରେ ବଦଳି ଯାଇ ଥାଏ । ଏହା ପରେ ଟ୍ରାନ୍ସପୋର୍ଟିଂ ଚାର୍ଜ ଓ ଜିଏସଟି ମଧ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ଲିଖିତ ଅଭିଯୋଗ ଆସିନାହିଁ । ଏଣୁ ଅଭିଯୋଗ ଆସିଲେ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସେ ସଫେଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.