'ଶେଷ ୪ ଓଭରରେ କିଛି ବି ହୋଇପାରେ'- ପୋଲାର୍ଡ

Published By : Prameya-News7 Bureau | October 02, 2020 IST

ଦୁବାଇ, ୦୨|୧୦:  ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ୪୮ ରନ୍‌ରେ ବିଜୟଲାଭ କରିଛି । ତେବେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିଥିଲା । ଦଳ ଶେଷ ୫ ଓଭରରେ ବିସ୍ଫୋରକ ୮୯ ରନ୍ ସଂଗ୍ରହ କରିଥିଲା ।

ଏହି ବିସ୍ପୋରକ ଇନିଂସକୁ ନେଇ ମୁମ୍ବାଇର କିରନ ପୋଲାର୍ଡ କହିଛନ୍ତି ଯେ, ସେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ୨୩ ବଲରେ ୬୭ ରନ୍ କରିଥିଲେ । ସେ ଜାଣିଥିଲେ ଶେଷ ୪ ଓଭରରେ କିଛି ବି ହୋଇପାରେ । ପରିସ୍ଥିତି ଅନୁସାରେ ଖେଳିବାକୁ ପଡିବ । ବଲକୁ ଦେଖି ବ୍ୟାଟିଂ କରିବାକୁ ପଡିବ । କେତ୍ ରନ୍ କରିବାକୁ ପଡିବ ତାହା ମଧ୍ୟ ବିଚାର କରିବାକୁ ହୁଏ ।

ପଞ୍ଜାବର ଅଧିନାୟକ କେଏଲ ରାହୁଲ ସ୍ୱୀକାର କରିଛନ୍ତି ଯେ, ତାଙ୍କୁ ଆଉ ଏକ ଅତିରିକ୍ତ ବୋଲରଙ୍କୁ ଖେଳାଇବା ଆବଶ୍ୟକ ଥିଲା ।ସେ ଚାରୋଟି ମ୍ୟାଚରୁ ତିନୋଟି ଜିତିପାରିଥାନ୍ତେ । କିନ୍ତୁ କିଛି ଭୁଲ୍ ହୋଇଥିଲା । ଆସନ୍ତା ମ୍ୟାଚରେ ଭୁଲ ସୁଧାରିବାକୁ ଚେଷ୍ଟା କରିବୁ ବୋଲି ରାହୁଲ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏହି ମ୍ୟାଚରେ ମୁମ୍ବାଇର ବ୍ୟାଟସମ୍ୟାନ୍ ଡେଥ୍ ଓଭରରେ ଫାଇଦା ଉଠାଇଥିଲେ । ତାଙ୍କର ଓପନିଂ ଭଲ ନଥିଲା । ପୋଲାର୍ଡ ଓ ପାଣ୍ଡ୍ୟା ଜବରଦସ୍ତ ବ୍ୟାଟିଂ କରିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.